Advertisment

'ଇଣ୍ଡିଆ' ମେଣ୍ଟ ବୈଠକ କେବଳ ଚା' ଓ ସମୋସାରେ ସୀମିତ: JDU ସାଂସଦ

ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପିର ବିଶାଳ ବିଜୟ ପରେ 'ମୋଦି ହୈ ତେ ମୁମକିନ୍ ହୈ' ନାରା ଦେଇ ବିବାଦରେ ଥିବା ସାଂସଦ ସୁନୀଲ ଏବେ ମେଣ୍ଟ ଦଳ 'ଇଣ୍ଡିଆ'କୁ ସମାଲୋଚନା କରିଛନ୍ତି।

MP Sunil Kumar Pintu

MP Sunil Kumar Pintu

Advertisment

ବିବାଦରେ ଜେଡିୟୁ ସାଂସଦ ସୁନୀଲ କୁମାର ପିଣ୍ଟୁ। ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପିର ବିଶାଳ ବିଜୟ ପରେ 'ମୋଦି ହୈ ତେ ମୁମକିନ୍ ହୈ' ନାରା ଦେଇ ବିବାଦରେ ଥିବା ସାଂସଦ ସୁନୀଲ ଏବେ ମେଣ୍ଟ ଦଳ 'ଇଣ୍ଡିଆ'କୁ ମଧ୍ୟ ସମାଲୋଚନା କରିଛନ୍ତି। ସେ ଇଣ୍ଡିଆ ମେଣ୍ଟ ବୈଠକକୁ କେବଳ ଚା' ଏବଂ ସମୋସରେ ସୀମିତ ବୋଲି କହି କଟାକ୍ଷ କରିଛନ୍ତି।

Advertisment

ପିଣ୍ଟୁ କହିଛନ୍ତି, ସିଟ୍ ବଣ୍ଟନ ପର୍ଯ୍ୟନ୍ତ 'ଇଣ୍ଡିଆ' ମେଣ୍ଟ ବୈଠକ କେବଳ ଚା' ଓ ସମୋସା ମଧ୍ୟରେ ସୀମିତ ରହିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ପିଣ୍ଟୁ କହିଛନ୍ତି, ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟବାସୀ ମୋଦିଙ୍କୁ ହିଁ ଚାହୁଁଛନ୍ତି। ଆମକୁ ଲୋକମାନଙ୍କ ପସନ୍ଦ ବୁଝି ବିଚାରି ଆଗାମୀ ରଣନୀତି ଉପରେ କାର୍ଯ୍ୟ କରିବା ଉଚିତ୍। ଆହୁରି କହିଛନ୍ତି ଯେ, ସେ ବିଜେପି ସହିତ ଅଛନ୍ତି ଏବଂ ହୃଦୟରୁ ଜଣେ ବିଜେପି ବ୍ୟକ୍ତି। ତାଙ୍କୁ ବିଜେପି ଦ୍ୱାରା ଜେଡି(ୟୁ)କୁ ପଠାଯାଇଛି। ଜେଡି(ୟୁ) ମୁଖ୍ୟମନ୍ତ୍ରୀ ନୀତୀଶ କୁମାନଙ୍କ ନିର୍ଦ୍ଦେଶ କ୍ରମେ ସେ ଯେକୌଣସି ସମୟରେ ଦଳରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

Advertisment

ଏଥିସହ ସେ ଆହୁରି କହିଛନ୍ତି ଯେ, ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ସହ ମିଳିତ ଭାବେ ଆସନ୍ତା ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ପସନ୍ଦ କରୁନାହାନ୍ତି। 

ତାଙ୍କର ଏପରି ମନ୍ତବ୍ୟ ପରେ ଜେଡି(ୟୁ) ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦଳ ମୁଖପାତ୍ର ନୀରଜ କୁମାର କହିଛନ୍ତି, ଯଦି ପିଣ୍ଟୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଏତେ ପ୍ରଭାବିତ ତେବେ ସେ ଲୋକସଭା ସାଂସଦ ପଦରୁ ଇସ୍ତଫା ଦିଅନ୍ତୁ। 

JDU Leader Sunil Kumar Pintu MP Sunil Kumar Pintu INDIA Bloc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe