Advertisment

ଆଜି ନୁହେଁ, କାଲି ଆସିବେ ବାଇଡେନ; ଜାଣନ୍ତୁ, କେତେବେଳେ କରିବେ ଲ୍ୟାଣ୍ଡିଂ

ବାଇଡେନ ଆସନ୍ତାକାଲି ସନ୍ଧ୍ୟା ୭ଟାରେ ଭାରତରେ ନିଜ ଏୟାରଫୋର୍ସ ୱାନ ଏୟାରକ୍ରାପ୍ଟରେ ପହଞ୍ଚିବେ। ସେଠାରୁ ନିଜ ‘ବିଷ୍ଟା’ କାର୍‌ରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ନିମନ୍ତେ ଯିବେ।

author-image
Niharika Rout
ଅଦ୍ୟତନ ହୋଇଛି
Joe Biden

Joe Biden

ଆଜି ନୁହେଁ, ଆସନ୍ତାକାଲି ଭାରତ ଆସିବେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏ ନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୯ ତାରିଖରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ବାଇଡେନ ଆଜି ଭାରତରେ ପହଞ୍ଚିବେ ବୋଲି ଜୋରସୋରରେ ଚର୍ଚ୍ଚା ଚାଲିଥିବା ବେଳେ ଏଥିରେ କିନ୍ତୁ ପଡ଼ିଛି ପୂର୍ଣ୍ଣଛେଦ ।

Advertisment

ବାଇଡେନ ଆସନ୍ତାକାଲି ସନ୍ଧ୍ୟା ୭ଟାରେ ଭାରତରେ ନିଜ ଏୟାରଫୋର୍ସ ୱାନ ଏୟାରକ୍ରାପ୍ଟରେ ପହଞ୍ଚିବେ। ସେଠାରୁ ନିଜ ‘ବିଷ୍ଟା’ କାର୍‌ରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ନିମନ୍ତେ ଯିବେ। ଏହାପରେ ୯ ଓ ୧୦ ତାରିଖରେ ଜି-୨୦ ସମ୍ମିଳନୀରେ ଯୋଗ ଦେବେ  ବୋଲି ଜଣାଯାଇଛି ।

ବାଇଡେନଙ୍କ ଭାରତ ରହଣି ସମୟରେ ସେ ନିଜ ‘ବିଷ୍ଟା’ କାର୍‌ରେ ଯାତାୟତ କରିବେ। ଏହି କାର୍‌ Boeing C-17 Globemaster III ରେ ଭାରତରେ ପହଞ୍ଚିବ ବୋଲି ଜଣାଯାଇଛି। ତାଙ୍କ କାର୍‌କେଡରେ ପ୍ରାୟ ୫୦ରୁ ଅଧିକ କାର୍‌ ସାମିଲ ହେବ । ବିଶ୍ୱର ଅନ୍ୟ ନେତାଙ୍କ କାର୍‌କେଡ୍‌ ତୁଳନାରେ ବାଇଡେନଙ୍କ କାର୍‌କେଡରେ ଗାଡ଼ି ସଂଖ୍ୟା ଅଧିକ ରହିବ ବୋଲି ଜଣାଯାଇଛି।

Advertisment

ବାଇଡେନ ନୂଆଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲର ପ୍ରେସେଡେନସିଆଲ ସୁଟ୍‌ରେ ରହିବେ । ଆମେରିକା ରାଷ୍ଟ୍ରପତି ଉକ୍ତ ହୋଟେଲର ୧୪ତମ ମହଲାରେ ରହିବେ । ବାଇଡେନଙ୍କ ରୁମ୍‌କୁ ଯିବା ନିମନ୍ତେ ଏକ ସ୍ୱତନ୍ତ୍ର ଲିଫ୍ଟ ବ୍ୟବସ୍ଥା କରାଯାଉଛି। ଆମେରିକା ରାଷ୍ଟ୍ରପତି ଓ ତାଙ୍କ ଷ୍ଟାଫ୍‌ଙ୍କ ନିମନ୍ତେ ହୋଟେଲର ୪ଶହ ରୁମ୍‌କୁ ବୁକ୍‌ କରି ଦିଆଯାଇଛି। ବାଇଡେନଙ୍କ ରହଣି କାଳରେ ହୋଟେଲ ମୌର୍ଯ୍ୟର ଷ୍ଟାଫଙ୍କୁ ବି କଡ଼ା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିବ । ଏଥିସହ ହୋଟେଲର ୧୪ତମ ମହଲାକୁ ଯାତାୟତ କରୁଥିବା ଷ୍ଟାଫଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ଦିଆଯିବ ବୋଲି ଜଣାଯାଇଛି।

ଏହି ହୋଟେଲ ଚତୁଃପାର୍ଶ୍ୱ ଏକ ପ୍ରକାର ସେନା ଛାଉଣିରେ ପରିଣତ ହୋଇ ସାରିଛି। ଏହି ହୋଟେଲ ମ୍ୟାପ୍‌ ଆମେରିକାର ଗୁଇନ୍ଦା ସଂସ୍ଥା ପାଖରେ ରହିଛି। ବାଇଡେନଙ୍କ ସୁରକ୍ଷା ନିମନ୍ତେ ପୂର୍ବରୁ ଆମେରିକାର ହଜାରେରୁ ଅଧିକ ସିକ୍ୟୁରିଟି ଅଫିସର ଭାରତରେ ପହଞ୍ଚି ସାରିଛନ୍ତି। ଏହାବାଦ ଦିଲ୍ଲୀ ପୁଲିସ୍‌, CRPF ଓ VIP ସିକ୍ୟୁରିଟି ଫୋର୍ସ ବି ସେମାନଙ୍କ ସହ ମିଳିତ ଭାବେ ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରିବେ।

ବିଶ୍ୱର ବିଭିନ୍ନ ନେତା ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିବାକୁ ଥିବା ବେଳେ ସମସ୍ତଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଏଥିପାଇଁ ଦିଲ୍ଲୀ ଏକ ପ୍ରକାର ସେନା ଛାଉଣୀରେ ପରିବର୍ତ୍ତନ ହୋଇ ସାରିଲାଣି ।

Joe Biden Delhi G20 Summit