Advertisment

ଚନ୍ଦ୍ରବାବୁ ନାଇଡୁଙ୍କ ପୁଅଙ୍କ ସଙ୍ଗୀନ ଅଭିଯୋଗ; ଦାଦାଙ୍କୁ ହତ୍ୟା କରିଛନ୍ତି ଜଗନ ମୋହନ ରେଡ୍ଡୀ

ଆନ୍ଧ୍ରପ୍ରଦେଶର ଶ୍ରିକାକୁଲମରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଏପରି କହିଛନ୍ତି ନାରା ଲୋକେଶ।

author-image
Debibandita Barick
ଅଦ୍ୟତନ ହୋଇଛି
Jagan Mohan Reddy & Nara Lokesh

Jagan Mohan Reddy & Nara Lokesh

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା YSR ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତେଲୁଗ ଦେଶମ ପାର୍ଟି (ଟିଡିପି)ର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶ। ସେ ସର୍ବ ସମ୍ମୁଖରେ କହିଛନ୍ତି ଯେ, ଜଗନ ମୋହନ ରେଡ୍ଡୀ ତାଙ୍କ ଦାଦାଙ୍କୁ ହତ୍ୟା କରିଛନ୍ତି।

Advertisment

ଆନ୍ଧ୍ରପ୍ରଦେଶର ଶ୍ରିକାକୁଲମରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଏପରି କହିଛନ୍ତି ନାରା ଲୋକେଶ। ସେ କହିଛନ୍ତି, ଜଗନ ମୋହନ ରେଡ୍ଡୀ ତାଙ୍କ ଦାଦା ୱାଇଏସ ବିବେକାନନ୍ଦ ରେଡ୍ଡୀଙ୍କୁ ହତ୍ୟା କରିଛନ୍ତି। ସେ କ'ଣ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ଅଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଲୋକେଶ।

ଆହୁରି ଅଭିଯୋଗ ଆଣି ନାରା ଲୋକେଶ କହିଛନ୍ତି, ଜଗନ ରେଡ୍ଡୀଙ୍କ ନେତୃତ୍ୱାଧୀନ YSR ସରକାର ତାଙ୍କ ବାପା ଚନ୍ଦ୍ରବାବୁ ନାଇଡୁଙ୍କୁ 53 ଦିନ କାରାଗାରରେ ବନ୍ଦୀ କରି ରଖିଛନ୍ତି। ଗତ ଚାରିବର୍ଷ ମଧ୍ୟରେ ଟିଡିପି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଛି। ଏଥି ସହ ମୋ ନାଁରେ 22ଟି ମାମଲା ରୁଜୁ ହୋଇଛି, ଯେଉଁଥିରେ ହତ୍ୟା ଉଦ୍ୟମ ତଥା ଅତ୍ୟାଚାର ଭଳି ମାମଲା ଅଛି। 

Advertisment

ସରକାରୀ ଅଧିକାରୀ ତଥା YSR ନେତାମାନେ ଜାଣିଶୁଣି ଟିଡିପି ନେତାଙ୍କୁ ଅସୁବିଧାରେ ପକାଉଛନ୍ତି। ଜଗନ ରେଡ୍ଡୀ ଆନ୍ଧ୍ରକୁ ଭାରତର ଗାଞ୍ଜା ରାଜଧାନୀ କରିସାରିଲେଣି। କଣ ଆପଣମାନେ ଜଗନ ରେଡ୍ଡୀଙ୍କୁ ଜେଲ୍ ପଠାଇବାକୁ ପ୍ରସ୍ତତୁ ଅଛନ୍ତି କି ବୋଲି ଜନତାଙ୍କୁ ପଚାରିଛନ୍ତି ନାରା ଲୋକେଶ।

ତେବେ ଖବର ଲେଖା ହେବା ସୁଦ୍ଧା ଏନେଇ ଜଗନ ମୋହନ ରେଡ୍ଡୀ କିମ୍ବା YSR କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନଥିଲା। 

YSR Congress TDP Chandrababu Naidu Jagan Mohan Reddy Nara Lokesh