Advertisment

'ଏବେ ଆରମ୍ଭ ହେଲା ଖେଳ'; ନୀତିଶଙ୍କ ଘର ବାହୁଡା ପରେ ବର୍ଷିଲେ ତେଜସ୍ୱୀ

ମୁଁ ଲେଖିକି ଦଉଛି, 2024ରେ ଜେଡିୟୁ ଫିନିସ୍ ହୋଇଯିବ ବୋଲି ତେଜସ୍ୱୀ କହିଛନ୍ତି।

author-image
Debibandita Barick
Nitish & Tejaswi

Nitish & Tejaswi

ବିହାରରେ ଆରମ୍ଭ ହୋଇଛି ବିଜେପି-ଜେଡିୟୁ ସରକାର। ମେଣ୍ଟ ସରକାରର ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ନୀତୀଶଙ୍କ ଘର ବାହୁଡା ପରେ ବର୍ଷିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ମୁଁ ଲେଖିକି ଦଉଛି, 2024ରେ ଜେଡିୟୁ ଫିନିସ୍ ହୋଇଯିବ ବୋଲି ତେଜସ୍ୱୀ କହିଛନ୍ତି। 

Advertisment

ଯାଦବ କହିଛନ୍ତି ତାଙ୍କର କୌଣସି "କ୍ରୋଧ କି ବିରକ୍ତ ଭାବ ନାହିଁ, ଆରଜେଡି କେବଳ ମହାଗଠବନ୍ଧନକୁ ଅନୁସରଣ କରିଥିଲା। କିନ୍ତୁ ମୁଁ ଗୋଟିଏ କଥା ସ୍ପଷ୍ଟ ଭାବରେ କହିବାକୁ ଚାହେଁ। ଏବେ ଖେଳ ଆରମ୍ଭ ହେଲା, ଆଗକୁ ବହୁତ କିଛି ଘଟିବାକୁ ଯାଉଛି। ମୁଁ ଯାହା କହେ, ତାହା କରେ। ମୁଁ ଆପଣଙ୍କୁ ଲେଖିକି ଦଉଛି, 2024ରେ ଜେଡିୟୁ ଶେଷ ହୋଇଯିବ।"

Advertisment

ସେ ଆହୁରି କହିଛନ୍ତି ଯେ, ବିହାରର ଜନତା ତାଙ୍କ ପାର୍ଟି ସହ ଅଛନ୍ତି ଏବଂ ସେମାନଙ୍କ ସହ ଛିଡା ହେବେ। ଆମେ ବିଜେପିକୁ ଧନ୍ୟବାଦ ଦେବାକୁ ଚାହୁଁଛୁ ଯେ ସେମାନେ ଜେଡି(ୟୁ)କୁ ନେଇଯାଇଛନ୍ତି।

2022ରେ ନୀତୀଶ କୁମାର ଯେତେବେଳେ ସରକାର ଗଠନ କରିବାକୁ ଏନଡିଏ ଛାଡି କଂଗ୍ରେସ ଏବଂ ବାମପନ୍ଥୀ ଦଳ ସହିତ ମହାଗଠବନ୍ଧନ କରିଥିଲେ ସେହି ବର୍ଷର ଘଟଣାକୁ ମନେ ପକାଇ ତେଜସ୍ୱୀ କହିଛନ୍ତି, "ଆମେ ବହୁତ ଆଶା ନେଇ ସରକାର ଗଠନ କରିଥିଲୁ। ନୀତୀଶ କୁମାର ସେହି ସମୟରେ ସରକାର ଗଠନ କରିବାର ଉଦ୍ଦେଶ୍ୟ ମଧ୍ୟ ବୁଝାଇଥିଲେ। କିନ୍ତୁ ସେ ବର୍ତ୍ତମାନ ସରକାରକୁ ହତ୍ୟା କରି ଛାଡି ଚାଲିଗଲେ, ଜନତା ଏହାର ଉଚିତ୍ ଜବାବ ଦେବେ।"

ନୀତୀଶଙ୍କୁ କଟାକ୍ଷ କରି ତେଜସ୍ୱୀ ଆହୁରି କହିଛନ୍ତି, ତାଙ୍କର କୌଣସି ଭିଜନ୍ ନଥିଲା, ସେ ଜଣେ ଅଳସୁଆ ମୁଖ୍ୟମନ୍ତ୍ରୀ ଥିଲେ, ଆମେ ତାଙ୍କୁ ଅନେକ କାମ କରିବାକୁ ଦେଇଥିଲୁ। ଆମେ ପର୍ଯ୍ୟଟନ, ଆଇଟି ଏବଂ କ୍ରୀଡା କ୍ଷେତ୍ରରେ ଅନେକ ନୂଆ ନିୟମ ଆଣିଥିଲୁ। 17 ମାସ ମଧ୍ୟରେ ଯାହା କରିଥିଲୁ, ତାହା ବିଜେପି-ଜେଡିୟୁର 17 ବର୍ଷ ଶାସନ କାଳ ମଧ୍ୟରେ ହୋଇନଥିଲା। ଆମେ 17 ମାସ ମଧ୍ୟରେ ଯେଉଁସବୁ ଐତିହାସିକ କାର୍ଯ୍ୟ କରିଥିଲୁ ଦେଶର ଅନ୍ୟ କୌଣସି ସ୍ଥାନରେ ହୋଇନାହିଁ। 
​ଆଗକୁ ଲୋକସଭା ନିର୍ବାଚନ ଥିବାରୁ ବିହାରର କଂଗ୍ରେସ ଏବଂ ଆଞ୍ଚଳିକ ଦଳ ସମେତ ଇଣ୍ଡିଆ ମେଣ୍ଟ ଉପରେ ଏହାର କି ପ୍ରଭାବ ପଡୁଛି ତା' ଉପରେ ସମସ୍ତଙ୍କ ନଜର। 

Bjp RJD Nda JDU Tejashwi Yadav Bihar Politics Nitish Kumar