Advertisment

ସତ ମାନିଲେ ବ୍ୟବସାୟୀ! ମୋଦି-ଆଦାନୀଙ୍କୁ ଟାର୍ଗେଟ କରିବାକୁ ମହୁଆ ନେଉଥିଲେ ଲାଞ୍ଚ

ମୋହୁଆ ମୋଇତ୍ର ଆଦାନୀ ଗ୍ରୁପକୁ ଟାର୍ଗେଟ କରିବା ପାଇଁ ତାଙ୍କ ସଂସଦ ଆକାଉଣ୍ଟର ଲଗ୍-ଇନ୍ ଆଇଡି ଏବଂ ପାସୱାର୍ଡ ଶେଆର୍ କରିଥିଲେ।

ଅଦ୍ୟତନ ହୋଇଛି
Mohua Moitra

Mohua Moitra

Advertisment

ଟିଏମସି ସାଂସଦ ମୋହୁଆ ମୋଇତ୍ର ଲାଞ୍ଚ ନେଇ ସଂସଦରେ ଶାସକ ଦଳକୁ ଟାର୍ଗେଟ କରିବା ମାମଲାରେ ନୂଆ ମୋଡ। ଚର୍ଚ୍ଚା ହେଉଥିବା ଏହି ପ୍ରସଙ୍ଗକୁ ମିଳିଛି ଖୁରାଗ। ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ଏକ ସତ୍ୟପାଠ ଦାଖଲ କରି ମହୁଆଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ସତ ବୋଲି କହିଛନ୍ତି।

Advertisment

ସେ କହିଛନ୍ତି, "ମୋହୁଆ ମୋଇତ୍ର ଆଦାନୀ ଗ୍ରୁପକୁ ଟାର୍ଗେଟ କରିବା ପାଇଁ ତାଙ୍କ ସଂସଦ ଆକାଉଣ୍ଟର ଲଗ୍-ଇନ୍ ଆଇଡି ଏବଂ ପାସୱାର୍ଡ ଶେଆର୍ କରିଥିଲେ। ସେ ଏହି ଆଇଡି ମାଧ୍ୟମରେ ମହୁଆଙ୍କ ନିକଟକୁ ପ୍ରଶ୍ନ ପଠାଉଥିଲେ। ସେ ଯେଉଁ ପ୍ରଶ୍ନ ପଠାଉଥିଲେ, ମହୁଆ ତାହାକୁ ସଂସଦରେ ଉପସ୍ଥାପନ କରୁଥିଲେ।" ଏସବୁ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବା ବୋଲି ହୀରାନନ୍ଦାନୀ କହିଛନ୍ତି। 

ସେ କହିଛନ୍ତି ଯେ, ବ୍ୟବସାୟୀ ଗୌତମ ଆଦାନୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ ଏବଂ ଲଜ୍ଜିତ କରାଇବା ଉଦ୍ଦେଶ୍ୟରେ ଏପରି କରୁଥିଲେ ମହୁଆ। ମହୁଆ ବାରମ୍ବାର ଆଦାନୀଙ୍କ ସହ ଜଡିତ ଥିବା ବ୍ୟବସାୟୀକ ପ୍ରଶ୍ନ ଦେବାକୁ ଡିମାଣ୍ଡ କରୁଥିଲେ। ଏହି କାମରେ ମହୁଆଙ୍କୁ ସୁଚେତା ଦଲାଲ, ସାର୍ଦ୍ଦୁଲ ଶ୍ରଫ୍ ଏବଂ ପଲ୍ଲବୀ ଶ୍ରଫ୍ ସହାୟତା କରୁଥିଲେ। ଏଥିସହ ମହୁଆଙ୍କ ବିରୋଧୀ ଦଳ ନେତା ଶଶି ଥରୁର ଏବଂ ପିନାକୀ ମିଶ୍ର ମଧ୍ୟ ସହାୟତା କରୁଥିଲେ।

Advertisment

ଗୌତମ ଆଦାନୀଙ୍କ ସହ ରାଜନୈତିକ ଶତ୍ରୁତା ଥିବାରୁ ସେ ମଧ୍ୟ ଏଥିରେ ମହୁଆଙ୍କୁ ସହାୟତା ଦେଉଥିବା ମାନିଛନ୍ତି ହୀରାନନ୍ଦାନୀ। ଏଥିପାଇଁ ମହୁଆ ତାଙ୍କଠାରୁ ଦାମୀ ବିଳାସପୂର୍ଣ୍ଣ ସାମଗ୍ରୀ ଉପହାର ମାଗୁଥିଲେ, ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳାର ନବୀକରଣ ପାଇଁ ସହାୟତା ଯୋଗାଇବା ଦିଲ୍ଲୀ ଯାତ୍ରା ଖର୍ଚ୍ଚ ଆଦି ଦେବାକୁ ଦାବି କରୁଥିଲେ ବୋଲି ବ୍ୟବସାୟୀ ହାରାନନ୍ଦାନୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। 

ତେବେ ହୀରାନନ୍ଦାନୀ ଏହି ସତ୍ୟପାଠ ସଂସଦର ଆଚାର ସମିତି(Ethics Committee of Parliament) ନିକଟରେ ଉପସ୍ଥାପନ କରିବା ପରେ ମାମଲା ସରଗରମ ହୋଇଛି। କାରଣ ନିକଟରେ ମହୁଆ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଥିଲେ ଯେ, ମହୁଆ ମଇତ୍ର ଏବଂ ଦର୍ଶନ ହୀରାନନ୍ଦାନୀଙ୍କ ମଧ୍ୟରେ ଲାଞ୍ଚ କାରବାର ହୋଇଛି।  

PM Narendra Modi Mahua Moitra Darshan Hiranandani Mahua Moitra Bribe Case Goutam Adani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe