ମଣିପୁରରୁ ଆରମ୍ଭ ହେବ 'ଭାରତ ନ୍ୟାୟ ଯାତ୍ରା'

ଆସନ୍ତାମାସ ତଥା ଜାନୁଆରୀ ୧୪ରୁ 'ଭାରତ ନ୍ୟାୟ ଯାତ୍ରା' ଆରମ୍ଭ କରିବ କଂଗ୍ରେସ। ଏହି ଯାତ୍ରା ଜରିଆରେ ରାହୁଲ ଗାନ୍ଧି ଓଡ଼ିଶା ଆସିବେ।

Manoj Swain
  • Published: Wednesday, 27 December 2023
  • Updated: 27 December 2023, 05:47 PM IST

'ଭାରତ ଯୋଡୋ ଯାତ୍ରା' ପରେ ଏବେ କଂଗ୍ରେସ ପକ୍ଷରୁ ଆଉ ଏକ ଯାତ୍ରା ଘୋଷଣା ହୋଇଛି। ଆସନ୍ତାମାସ ତଥା ଜାନୁଆରୀ ୧୪ରୁ 'ଭାରତ ନ୍ୟାୟ ଯାତ୍ରା' ଆରମ୍ଭ କରିବ କଂଗ୍ରେସ। ଏହି ଯାତ୍ରା ଜରିଆରେ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମହାରାଷ୍ଟ୍ରରେ ସରିବ। ୬୨୦୦ କିଲୋମିଟର ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ। ଏହି ଯାତ୍ରା ଜାନୁଆରୀ ୧୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ଶେଷ ହେବ। ଏହି ଯାତ୍ରା ଜରିଆରେ ରାହୁଲ ଗାନ୍ଧି ଓଡ଼ିଶା ସମେତ ୧୪ଟି ରାଜ୍ୟର ୮୫ଟି ଜିଲ୍ଲାକୁ ଗସ୍ତ କରିବେ। ତେବେ ଏହାକୁ ନେଇ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କଣ କହିଛନ୍ତି ଶୁଣନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos