Advertisment

ଇଡିର ସପ୍ତମ ସମନକୁ ବି ଏଡାଇଲେ କେଜ୍ରିୱାଲ, କହିଲେ ମାମଲା ଏବେ କୋର୍ଟରେ

ମଦ ନୀତିରେ ଅର୍ଥ ହେରଫେର ମାମଲାରେ ପଚରା ଉଚରା ପାଇଁ ଇଡି ପଠାଇଥିବା ସପ୍ତମ ସମନକୁ ଏଡାଇ ଦେଇଛନ୍ତି କେଜ୍ରିୱାଲ।

author-image
Debibandita Barick
Arvind Kejriwal

Arvind Kejriwal

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସପ୍ତମ ସମନକୁ ବି ଏଡାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ମଦ ନୀତିରେ ଅର୍ଥ ହେରଫେର ମାମଲାରେ ପଚରା ଉଚରା ପାଇଁ ଇଡି ପଠାଇଥିବା ସପ୍ତମ ସମନକୁ ଏଡାଇ ଦେଇଛନ୍ତି କେଜ୍ରିୱାଲ। ସେ କହିଛନ୍ତି, ମାମଲା ବର୍ତ୍ତମାନ କୋର୍ଟରେ ପହଞ୍ଚିଛି, ତେଣୁ ଏଜେନ୍ସି କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ନାହିଁ। 

Advertisment

ଆପ୍ କହିଛି ଯେ, ଆମେ ଆଇନଗତ ପ୍ରକ୍ରିୟାକୁ ସମ୍ମାନ ଦେଉଛୁ। ତଦନ୍ତକାରୀ ସଂସ୍ଥା ଇଡି କେଜ୍ରିୱାଲଙ୍କୁ ବାରମ୍ବାର ସମନ କରିବା ପରିବର୍ତ୍ତେ କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ଅନୁରୋଧ କରୁଛୁ। ମାର୍ଚ୍ଚ ୧୬ରେ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ଏହି ମାମଲା କୋର୍ଟରେ ଅଛି। ଦୈନିକ ସମନ ପଠାଇବା ପରିବର୍ତ୍ତେ ଇଡି ଧୈର୍ଯ୍ୟର ସହ କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ ବୋଲି ଆପ୍ କହିଛି।

ପ୍ରକାଶ ଥାଉ କି, ଗତ ଶୁକ୍ରବାର (ଫେବ୍ରୁଆରୀ ୧୭)ରେ କେଜ୍ରିୱାଲ ଇଡିରେ ହାଜର ନହେବାକୁ ନେଇ ତଦନ୍ତକାରୀ ସଂସ୍ଥା କୋର୍ଟରେ ପହଞ୍ଚିଥିଲା। ଇଡି କହିଥିଲା ଯେ, ମୁଖ୍ୟମନ୍ତ୍ରୀ ଜାଣିଶୁଣି ସମନକୁ ଏଡାଇ ଚାଲିଛନ୍ତି। ଅତି ସାମାନ୍ୟ କାରଣ ଦର୍ଶାଇ କାର୍ଯ୍ୟାଳୟରେ ହାଜର ହେଉନାହାନ୍ତି, ଯାହା ଅନ୍ୟମାନଙ୍କ ପାଇଁ ନକରାତ୍ମକ ବାର୍ତ୍ତା ଦେଉଛି। 

Advertisment

ଏହି ଦିନ କେଜ୍ରିୱାଲ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ। ବଜେଟ ଅଧିବେଶନ ଚାଲିଥିବାରୁ ସେ କୋର୍ଟରେ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ। କୋର୍ଟ ଉଭୟ ପକ୍ଷକୁ ଶୁଣିବା ପରେ ପରବର୍ତ୍ତୀ ଶୁଣାଣି ପାଇଁ ମାର୍ଚ୍ଚ ୧୬କୁ ଧାର୍ଯ୍ୟ କରିଛନ୍ତି। 

Arvind Kejriwal Ed Enforcement Directorate ED Summon Probe Agency