Advertisment

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ନିଖୋଜ; ସୂଚନା ଦେଲେ ମିଳିବ ୧୧ ହଜାର ଟଙ୍କା

'ଯିଏ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଦେବ ତାଙ୍କୁ ପୁରସ୍କାର ସ୍ୱରୂପ ୧୧ ହଜାର ଟଙ୍କା ମିଳିବ...'

author-image
Debibandita Barick
Missing Poster

Missing Poster

'ଯିଏ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଦେବ ତାଙ୍କୁ ପୁରସ୍କାର ସ୍ୱରୂପ ୧୧ ହଜାର ଟଙ୍କା ମିଳିବ...' ଇଡିର ଜେରା ମଧ୍ୟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ନିଖୋଜକୁ ନେଇ ଏପରି ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡି।

Advertisment

ଏନେଇ ସୋଶାଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ବାବୁଲାଲ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ହିମନ୍ତ ସୋରେନଙ୍କ ନିଖୋଜ ପାଇଁ ବିଜ୍ଞାପନ ଦିଆଯାଇଛି। ବିଜ୍ଞାପନରେ ଲେଖା ଯାଇଛି ଯେ, ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ନିମନ୍ତେ... ନାମ - ହିମନ୍ତ ସୋରେନ, ରଙ୍ଗ - ଶ୍ୟାମଳ, ଉଚ୍ଚତା - ୫ ଫୁଟ ୨ ଇଞ୍ଚ। ଧଳା ରଙ୍ଗର ସାର୍ଟ, କଳା ରଙ୍ଗର ପ୍ୟାଣ୍ଟ ଓ ଚପଲ ପିନ୍ଧିଛନ୍ତି।

ପୋଷ୍ଟରେ ଆହୁରି ଲେଖାଯାଇଛି ଯେ, ସୋରେନ ଗତ ୪୦ ଘଣ୍ଟା ହେବ କେଉଁଆଡେ ନିଖୋଜ ହୋଇଯାଇଛନ୍ତି। ଶେଷ ଥର ପାଇଁ ତାଙ୍କୁ ତାଙ୍କ ସୁରକ୍ଷାକର୍ମୀଙ୍କ ସହ ରାତି ଦୁଇଟାରେ ଦେଖିବାକୁ ମିଳିଥିଲା। ଯେଉଁ ବ୍ୟକ୍ତି ଏହି ବ୍ୟକ୍ତିଙ୍କ ବାବଦରେ ସୂଚନା ଦେବେ, ତାଙ୍କୁ ୧୧ ହଜାର ଟଙ୍କା ପୁରସ୍କାର ଦିଆଯିବ।

Advertisment

ପ୍ରକାଶ ଥାଉ କି, ଜମି ଦୁର୍ନୀତି ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହିମନ୍ତ ସୋରେନଙ୍କୁ ଖୋଜୁଛି ଇଡି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ୯ ଥର ସମନ ପଠାଇବା ସତ୍ତ୍ୱେ ସେ ହାଜର ହୋଇନଥିଲେ। ଏହାପରେ ଇଡି ତାଙ୍କ କାର୍ଯ୍ୟାଳୟ କିମ୍ବା ଘରେ ଜେରା କରିବ ବୋଲି କହିଥିଲା।

କିନ୍ତୁ ଗତକାଲି ସୋରେନଙ୍କ ଘରେ ଇଡି ପହଞ୍ଚିବା ପୂର୍ବରୁ ସେ ଫେରାର୍ ହୋଇଯାଇଛନ୍ତି। ଇଡି ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ୨ଟି ବିଏମମଡବ୍ଲୁ କାର୍ ସହ ନଗଦ ୩୬ ଲକ୍ଷ ଟଙ୍କା ଜବତ କରିଛି।    

Hemant Soren Ed Jharkhand CM Missing BJP Cash Reward On Soren Missing