Advertisment

ନିର୍ବାଚନ ବଣ୍ଡ ମାଧ୍ୟମରେ ବିଜେପି ପାଖକୁ ଯାଇଛି ଟଙ୍କା: ଆପ୍

"ଯେଉଁ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି, ସେ ନିର୍ବାଚନ ବଣ୍ଡ ଜରିଆରେ ବିଜେପିକୁ ଅନୁଦାନ ଦେଇଛନ୍ତି।"

author-image
Debibandita Barick
 Atishi

Atishi

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି କିଙ୍ଗପିନ୍ ଭାବେ ଦର୍ଶାଇବା ଉପରେ ପ୍ରତିକ୍ରିୟା ରଖିଛି ଆପ୍। ଦଳ ଅଭିଯୋଗ କରିଛି ଯେ, ଦୁର୍ନୀତି ଟଙ୍କା ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପି ପାଖକୁ ଯାଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି ଏପରି ଅଭିଯୋଗ ଆଣିଛନ୍ତି ଆପ୍ ମନ୍ତ୍ରୀ ଆତିଶୀ।  

Advertisment

ଆତିଶୀ କହିଛନ୍ତି ଯେ, ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଏବଂ ଇଡି ଦ୍ୱାରା ତଦନ୍ତ କରାଯାଇଛି। ଗତ ଦୁଇ ବର୍ଷ ଧରି ତଦନ୍ତ ଚାଲିଆସୁଛି। ଏହି ଦୁଇ ବର୍ଷ ମଧ୍ୟରେ ବାରମ୍ବାର ଗୋଟିଏ ପ୍ରଶ୍ନ ଉଠିଛି ଯେ, ଦୁର୍ନୀତି ଟଙ୍କା ଗଲା କୁଆଡେ? ଯେଉଁ ଶରତ ଚନ୍ଦ୍ର ରେଡ୍ଡୀଙ୍କ ବିବୃତ୍ତି ଆଧାରରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି, ସେ ଅରୋବିନ୍ଦ ଫାର୍ମାର ମାଲିକ, ଯିଏକି ନିର୍ବାଚନ ବଣ୍ଡ ମାଧ୍ୟମରେ ବିଜେପିକୁ ଅନୁଦାନ ଦେଇଛନ୍ତି। ଦୁର୍ନୀତି ଟଙ୍କା ବିଜେପି ପାଖକୁ ଯାଇଛି ବୋଲି ଆତିଶୀ ଅଭିଯୋଗ କରିଛନ୍ତି। 

ସେ ଆହୁରି କହିଛନ୍ତି, ଏପର୍ଯ୍ୟନ୍ତ ଆପର କୌଣସି ନେତା, ମନ୍ତ୍ରୀ କିମ୍ବା କର୍ମୀଙ୍କଠାରୁ ବେଆଇନ ଟଙ୍କା ଜବତ ହୋଇନାହିଁ। ନଭେମ୍ବର ୯, ୨୦୨୨ରେ ଶରତ ଚନ୍ଦ୍ରଙ୍କୁ ପଚରାଉଚରା ସମୟରେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ, ସେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟି ନାହାନ୍ତି କି ତାଙ୍କର ଆପ୍ ସହ କୌଣସି ସମ୍ପର୍କ ନାହିଁ। କିନ୍ତୁ ତାଙ୍କର ଏହି ବିବୃତ୍ତି ପରଦିନ ଇଡି ତାଙ୍କୁ ଗିରଫ କରିଥିଲା। 

Advertisment

ଅନେକ ମାସ ଜେଲରେ ରହିବା ପରେ ଶରତ ଚନ୍ଦ୍ର ନିଜର ବିବୃତ୍ତି ବଦଳାଇଥିଲେ। ପୁଣି କହିଥିଲେ, ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟି ଅବକାରୀ ନୀତି ପ୍ରସଙ୍ଗରେ ତାଙ୍କ ସହ କଥା ହୋଇଥିଲେ। ଶରତ ଚନ୍ଦ୍ର ଏପରି କହିବା ମାତ୍ରେ ତାଙ୍କୁ ଜାମିନ ଦିଆଯାଇଥିଲା। ହେବେ ଏବେ ଟଙ୍କା କେଉଁଠି ଅଛି ବୋଲି ଆତିଶୀ ପ୍ରଶ୍ନ କରିଛନ୍ତି। 

ପ୍ରକାଶ ଥାଉକି, କେଜ୍ରିୱାଲଙ୍କୁ ଗିରଫ କରିବା ପରେ ଇଡି ତାଙ୍କୁ ରିମାଣ୍ଡରେ ନେଇଛି। ମାର୍ଚ୍ଚ ୨୮ ଯାଏ ରିମାଣ୍ଡରେ ରହିବେ କେଜ୍ରିୱାଲ। 

Arvind Kejriwal Ed Delhi Liquor Policy AAP Vs BJP