Advertisment

ଆଜି ସରଗରମ ହେବ ଗୃହ; ବିରୋଧୀ ଉଠାଇ ପାରନ୍ତି 5T ପ୍ରସଙ୍ଗ

ବିରୋଧୀ ବିଜେପି ଓ କଂଗ୍ରେସ ଦଳ ନିଜ ନିଜ ରଣନୀତି ଅନୁସାରେ ସରକାରଙ୍କୁ ଘେରିବେ ବୋଲି ସୂଚନା ମିଳିଛି।

author-image
Tapaswini Nayak
Assemble

Assemble

ବିଧାନସଭାରେ ଆଜି ଉଠିପାରେ 5T ପ୍ରସଙ୍ଗ। 5T ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତ ଓ ରାଜ୍ୟରେ ଅଗଣତାନ୍ତ୍ରିକ ବ୍ୟବସ୍ଥା ଚାଲିଥିବା ଅଭିଯୋଗ କରି ବିରୋଧୀ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇପାରନ୍ତି। ତେଣୁ ସରଗରମ ହୋଇପାରେ ବିଧାନସଭା ଗୃହ।

Advertisment

ବିରୋଧୀ ବିଜେପି ଓ କଂଗ୍ରେସ ଦଳ ନିଜ ନିଜ ରଣନୀତି ଅନୁସାରେ ସରକାରଙ୍କୁ ଘେରିବେ ବୋଲି ସୂଚନା ମିଳିଛି। ସରକାରୀ ଅର୍ଥକୁ ଦଳୀୟ କାର୍ଯ୍ୟରେ ବିନିଯୋଗ କରିବା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବେକାରୀ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବଜେଟ୍ ଅର୍ଥ ଖର୍ଚ୍ଚ ନହେବା ଭଳି ପ୍ରସଙ୍ଗକୁ ଆୟୁଧ କରିବେ ବିରୋଧୀ।

ଏହା ସହ ଲୋୟର ପିଏମଜିରେ ବସିଥିବା ବିଭିନ୍ନ ସଙ୍ଗଠନ କଥା ବି ଉଠିବ। ଶାସକ ଦଳ ବି ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି। ଆଜି ପ୍ରଶ୍ନକାଳରେ ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସ୍ୱାସ୍ଥ୍ୟ, ନିର୍ମାଣ,ଖଣି ଓ ଇସ୍ପାତ ଭଳି ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି।

Advertisment
Bhubaneswar Assemble