Advertisment

ଶରଦ ପାୱାରଙ୍କୁ ମିଳିଲା ନୂଆ ଦଳୀୟ ଚିହ୍ନ, କହିଲେ- ଏଥର ହଲାଇ ଦେବି ଦିଲ୍ଲୀ ସିଂହାସନ

ଶରଦ ପାୱାରଙ୍କ ଗୋଷ୍ଠୀ ପାଇଁ ନୂଆ ନାଁ ମଧ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏବେ ମିଳିଛି ତାଙ୍କୁ ନୂଆ ଦଳୀୟ ଚିହ୍ନ ।

ଅଦ୍ୟତନ ହୋଇଛି
sharad-chand-pawar

sharad-chand-pawar

Advertisment

ଏଥର ନିର୍ବାଚନରେ ନୂଆ ନାମ ତଥା ଚିହ୍ନ ସହ ମଇଦାନକୁ ଓହ୍ଲାଇବ ଶରଦ ପାୱାରଙ୍କ ଦଳ । ଗତ ସପ୍ତାହରେ ନିର୍ବାଚନ କମିଶନ ଅଜିତ ପାୱାରଙ୍କ ଗୋଷ୍ଠୀକୁ ରିୟଲ ଏନସିପିର ମାନ୍ୟତା ଦେବା ସହ ଦଳୀୟ ଚିହ୍ନ ଘଣ୍ଟା ମଧ୍ୟ ପ୍ରଦାନ କରିଥିଲେ। ଏହାପରେ ଶରଦ ପାୱାରଙ୍କ ଗୋଷ୍ଠୀ ପାଇଁ ନୂଆ ନାଁ ମଧ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏବେ ମିଳିଛି ତାଙ୍କୁ ନୂଆ ଦଳୀୟ ଚିହ୍ନ ।

Advertisment

ଶରଦ ପାୱାରଙ୍କ ନୂଆ ପାର୍ଟି ନାଁ ‘ଏନସିପି ଶରଦ ଚନ୍ଦ୍ର ପାୱାର’ ରହିଛି। ଏଥିସହ ତାଙ୍କ ଦଳୀୟ ଚିହ୍ନ ହିସାବରେ ଜଣେ ବ୍ୟକ୍ତି ତୁରୀ(ପେଁକାଳି) ଫୁଙ୍କୁଥିବାର ଦେଖିବାକୁ ମିଳୁଛି। 

ଅଜିତ ପାୱାରଙ୍କ ଗୋଷ୍ଠୀକୁ ଏନସିପିର ଦଳୀୟ ଚିହ୍ନ ମିଳିଥିବା ବେଳେ ଶରଦ ପାୱାରଙ୍କ ଗୋଷ୍ଠୀକୁ ତୁରନ୍ତ ନୂଆ ଚିହ୍ନ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶରଦ ପାୱାରଙ୍କ ଗୋଷ୍ଠୀ ପକ୍ଷରୁ ନିର୍ବାଚନ କମିଶନଙ୍କୁ ୩ ଟି ବିକଳ୍ପ ଦିଅଯାଇଥିବା ବେଳେ ସେଥିମଧ୍ୟରୁ ନିର୍ବାଚନ କମିଶନ ତୁରୀ(ପେଁକାଳି) ଚିହ୍ନରେ ମୋହର ମାରିଛନ୍ତି। 

Advertisment
New Symbolଶରଦ ପାୱାରଙ୍କ ପାର୍ଟିକୁ ମିଳିଥିବା ନୂଆ ଚିହ୍ନ ।

ଶରଦ ଚନ୍ଦ୍ର ପାୱାର ନିଜ ସୋଶାଲ ମିଡିଆରେ ଏ ସମ୍ପର୍କୀତ ଏକ ପୋଷ୍ଟ ଶେଆର କରି ନୂଆ ଚିହ୍ନ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ସେ ଲେଖିଛନ୍ତି, ମୋତେ ଗୋଟିଏ ତୁରୀ ଦିଅନ୍ତୁ, ମୁଁ ଆତ୍ମାର ସହ ତାହାକୁ ଫୁଙ୍କିବି। ଛତ୍ରପତି ଶିବାଜୀଙ୍କ ଗୌରବ ଆଜି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଶରଦ ଚନ୍ଦ୍ର ପାୱାରଙ୍କ ପାଇଁ ମାନସମ୍ମାନର ବିଷୟ । ଛତ୍ରପତି ଶିବାଜୀ ମହାରାଜାଙ୍କ ପ୍ରଗତିଶୀଳ ବିଚାର, ଆଦର୍ଶ ସହ ଦିଲ୍ଲୀ ସିଂହାସନ ହଲାଇବା ନିମନ୍ତେ ପୁଣି ଥରେ ବିଗୁଲ ବଜାଇବାକୁ ପ୍ରସ୍ତୁତ ଅଛୁ।

 ଅଜିତ ପାୱାରଙ୍କ ଗୋଷ୍ଠୀକୁ ରିୟଲ ଏନସିପିର ମାନ୍ୟତା ଦେବା ସହ ଦଳୀୟ ଚିହ୍ନ  ପ୍ରଦାନ ଘଟଣାକୁ ଶରଦ ପାୱାରଙ୍କ ଗୋଷ୍ଠୀ ସହଜେ ହଜମ କରି ପାରି ନ ଥିଲେ। ଏପରିକି ଅଜିତ ପାୱାର ଏନସିପିକୁ ଚୋରି କରି ନେଇଥିବା ଅଭିଯୋଗ ଉଠାଇଥିଲେ।

ଏହାର ଜବାବରେ ଅଜିତ ପାୱାର କହିଥିଲେ, ମୋତେ ଯାହା ଠିକ୍‌ ଲାଗିବ ତାହା ମୁଁ କରିବି। ମୋତେ ତାଙ୍କଠୁ ଅନୁମତି ନେବାର କୌଣସି ଆବଶ୍ୟକତା ନାହିଁ। ମୁଁ ତାଙ୍କ ପୁଅ ନ ହୋଇ ତାଙ୍କ ଭାଇଙ୍କ ପୁଅ ହୋଇଥିବାରୁ ମୋତେ ପାର୍ଟି ଅଧ୍ୟକ୍ଷ ପଦରେ ବସା ଯାଇ ନ ଥିଲା। ମାତ୍ର ମୁଁ ହିଁ ଏହି ପାର୍ଟିର ମୁଖିଆ ବୋଲି ନିର୍ବାଚନ କମିଶନ ଓ ମହାରାଷ୍ଟ୍ର ବିଧାନସଭା ମୋହର ମାରି ସାରିଛନ୍ତି। ତେଣୁ ଏପରି ସ୍ଥିତିରେ ପାର୍ଟିର ନାଁକୁ ଚୋରି କରିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।

ଗତବର୍ଷ ଜୁନ ମାସରୁ ଏନସିପି ଦୁଇ ଫାଳ ହୋଇ ଯାଇଥିଲା। ଏହାପରେ ଶରଦ ପାୱାରଙ୍କ ଗୋଷ୍ଠୀ ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲେ। ହେଲେ ବାଚସ୍ପତି  ଉକ୍ତ ଆବେଦନକୁ ଅଗ୍ରାହ୍ୟ କରି ଅଜିତ ପାୱାର ଓ ତାଙ୍କ ସହ ଥିବା ବିଧାୟକମାନେ ହିଁ ପ୍ରକୃତ ଏନସିପି ବୋଲି ସେ କହିଥିଲେ ।

ବିଦ୍ରୋହ ପୂର୍ବରୁ ଏନସିପିର ମୋଟ ୫୩ ଜଣ ବିଧାୟକ ଥିଲେ। ହେଲେ ଅଜିତ ପାୱାରଙ୍କ ସହ ୪୧ ଜଣ ବିଧାୟକ ଦଳର ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ଛାଡି ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ଗଠନ କରିଥିବା ସରକାରରେ ସାମିଲ ହୋଇଯାଇଛନ୍ତି। ଶରଦ ପାୱାରଙ୍କ ଗୋଷ୍ଠୀ ପାଖରେ କେବଳ ୧୨ ଜଣ ବିଧାୟକ ରହି ଯାଇଥିଲ। ତେଣୁ ଅଜିତ ପାୱାରଙ୍କ ଗୋଷ୍ଠୀକୁ ରିୟଲ ଏନସିପି ଦଳର ମାନ୍ୟତା ସହ ଦଳୀୟ ଚିହ୍ନ ମିଳିଛି। 

Sarad Power Maharashtra Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe