Advertisment

ଏଆଇଏଡିଏମକେ ଓ ବିଜେପି ଚୋର, ଡକାୟତ: ଉଦୟନିଧି ଷ୍ଟାଲିନ

ଏନଡିଏ ମେଣ୍ଟ ସହ ଏଆଇଏଡିଏମକେ ସବୁ ସମ୍ପର୍କ ଛିନ୍ନ କରିବା ପରେ ଉଦୟନିଧି ଷ୍ଟାଲିନଙ୍କ କଟାକ୍ଷ।

author-image
Debibandita Barick
ଅଦ୍ୟତନ ହୋଇଛି
Udhayanidhi Stalin

Udhayanidhi Stalin

ଏନଡିଏ ମେଣ୍ଟ ସହ ଏଆଇଏଡିଏମକେ ସବୁ ସମ୍ପର୍କ ଛିନ୍ନ କରିବା ପରେ ଉଦୟନିଧି ଷ୍ଟାଲିନଙ୍କ କଟାକ୍ଷ। ଡିଏମକେ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ଏଆଇଏଡିଏମକେ ସହ ବିଜେପିକୁ କଡ଼ା ଶବ୍ଦ ପ୍ରୟୋଗ କରି କଟାକ୍ଷ କରିଛନ୍ତି।

Advertisment

ଗୋଟିଏ ଦଳକୁ ଡକାୟତ ଏବଂ ଅନ୍ୟ ଦଳକୁ ଚୋର ବୋଲି ସମ୍ବୋଧିତ କରିଛନ୍ତି ଷ୍ଟାଲିନ। ଏକାଠି ହୋଇ ଆଗାମୀ ନିର୍ବାଚନ ଲଢିବାକୁ ଆସିଥିବା ବିଜେପି ଓ ଏଆଇଏଡିଏମକେ ଡକାୟତ ଓ ଚୋର। ଏଆଇଏଡିଏମକେ, ବିଜେପି ସହ ସମ୍ପର୍କ ଛିନ୍ନ କରିବା ପରେ ବି ୨୦୨୪ ଲୋକସଭା ନିର୍ବାଚନରେ ଡିଏମକେ ହିଁ ବିଜୟୀ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଏଥିସହ ସେ ଆହୁରି କହିଛନ୍ତି, "ଏପରି ପ୍ରଥମ ଥର ହେଉନାହିଁ। ଏଆଇଏଡିଏମକେ ଏବଂ ବିଜେପି ପୁଣି ଲଢିବାକୁ ଚେଷ୍ଟା କରିପାରନ୍ତି। ନିର୍ବାଚନ ସମୟରେ ସେମାନେ ପୁନର୍ବାର ଏକାଠି ହେବେ, କାରଣ ଜଣେ ଡକାୟତ ଏବଂ ଅନ୍ୟଟି ଚୋର।"

Advertisment

ଗତକାଲି ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସହ ଏଆଇଏଡିଏମକେ ସବୁ ସମ୍ପର୍କ ଛିନ୍ନ କରିଥିଲା। ଏନେଇ ଏକ ସଂକଳ୍ପ ପାରିତ ହୋଇଥିବା ଦଳର ଡେପୁଟି ସାଧାରଣ ସମ୍ପାଦକ କେପି ମୁନୁସାମୀ ଘୋଷଣା କରିଥିଲେ। ବିଜେପିର ତାମିଲନାଡୁ ମୁଖ୍ୟ କେ ଆନ୍ନାମଲାଇ ଏଆଇଏଡିଏମକର ପ୍ରତିଷ୍ଠାତା ଏମଜି ରାମଚନ୍ଦ୍ରନଙ୍କ ମେଣ୍ଟୋର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଏନ ଆନ୍ନାଦୁରାଇଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀକୁ ନେଇ ମେଣ୍ଟରୁ ଓହରିଥିଲା ଏଆଇଏଡିଏମକେ। 

Politics Udhayanidhi Stalin On AIADMK-BJP Split Nda Udhayanidhi Stalin