Advertisment

ସ୍ପଷ୍ଟୀକରଣ ଦେଲେ ଦେବୀ ମିଶ୍ର, ‘ମୁଁ ପାଗଳ ନୁହେଁ, ସୁସ୍ଥ ମସ୍ତିଷ୍କରେ ଅଛି’

ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସମସ୍ତ ବ୍ଲକରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଉଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Debi Prasad Mishra

Debi Prasad Mishra

ପାଣ୍ଡିଆନଙ୍କୁ 'ମୁଖ୍ୟମନ୍ତ୍ରୀ ମହୋଦୟ' ସମ୍ବୋଧନ କରିଥିବା ବିଜେଡି ବିଧାୟକ ଦେବୀ ମିଶ୍ର ଆଜି ସ୍ପଷ୍ଟୀକରଣ ଦେଇଛନ୍ତି। ଆଉ କହିଛନ୍ତି, ମୁଁ ପାଗଳ ନୁହେଁ, ସୁସ୍ଥ ମସ୍ତିଷ୍କରେ ଅଛି। ଇଏ ସବୁ କିଏ ଭାବାର୍ଥକୁ କଦର୍ଥ କରୁଛନ୍ତି, ଜାଣିନି ବୋଲି କହିଛନ୍ତି ଶ୍ରୀ ମିଶ୍ର।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ଦେବୀ ମିଶ୍ର କହିଛନ୍ତି, ମୁଁ କହୁ କହୁ କିଛି କହିନି। ମୁଁ ଛୁଆ ନୁହେଁ। ଏ ଦଳ ତିଆରି ବେଳୁ ମୁଁ ଅଛି। ବିଜୁବାବୁଙ୍କ ପରେ ନବୀନବାବୁ ଏ ଦଳର ନେତୃତ୍ୱ ନେଉଛନ୍ତି। ସଭାରେ ୩ ମିନିଟ୍‌ ସମୟ ଦିଆଯାଇଥିଲା। ଲୋକଙ୍କ ଦରଖାସ୍ତକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିବା ଶ୍ରୀ ପାଣ୍ଡିଆନ୍‌ ଘୋଷଣା କରିଥିଲେ। ମୁଁ ସେହି ବିଷୟଟା କହିଥିଲି। ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍‌ କହିଥିଲେ ବୋଲି ମୁଁ କହିଥିଲି। ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ନେଇଥିଲି। ହେଲେ ଏହାକୁ କଦର୍ଥ କରାଯାଇଛି। ଭାଇରାଲ୍‌ ହେଉଥିବା ଭିଡିଓଟି ସମ୍ପୂର୍ଣ୍ଣ ଭୁଲ୍‌। ଏଇଟା ସତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଜନଗଣଙ୍କ ପ୍ରିୟତମ ନେତା। ଏ ଦଳର ମାନ୍ୟବର ସଭାପତି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ବୋଲି ମିଶ୍ର କହିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସମସ୍ତ ବ୍ଲକରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଉଛି। ଗୁରୁବାର କଟକ ଜିଲ୍ଲାର ବଡମ୍ବା ବ୍ଲକର କଚେରୀ ପଡ଼ିଆର 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ସେହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଯୋଗ ଦେଇଥିଲେ। ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର ସମେତ ଅନେକ ବିଜେଡି ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିଥିଲେ। ସେହି ସମୟରେ ଦେବୀ ମିଶ୍ର କହିଥିଲେ, ଶ୍ରୀଯୁକ୍ତ ପାଣ୍ଡିଆନ ଯିଏ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା। ଆଉ ବିରୋଧୀ ପ୍ରଶ୍ନ କରିଥିଲେ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ?

Advertisment
BjD Naveen Patnaik Cuttack Bjd Leader