Advertisment

'ସବୁ କଥା ଦେହକୁ ନେଇ ଯାଉଛନ୍ତି ମୋଦି'

ଭାରତ-ମାଳଦ୍ୱୀପ ବିବାଦ ଜୋର୍‌ ଧରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ।

author-image
Madhupriya Mistry
Mallikarjun Kharge

Mallikarjun Kharge

'ସବୁ କଥା ଦେହକୁ ନେଇ ଯାଉଛନ୍ତି ମୋଦି। ପ୍ରତିଟି ଜିନିଷକୁ ବ୍ୟକ୍ତିଗତ ଭାବେ ନେଉଛନ୍ତି।' ଭାରତ-ମାଳଦ୍ୱୀପ ବିବାଦ ଜୋର୍‌ ଧରିଥିବା ବେଳେ ଏହାର ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଭଳି କିଛି ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ।

Advertisment

କର୍ଣ୍ଣାଟକର କଲବୁର୍ଗୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେବା ବେଳେ ମାଳଦ୍ୱୀପର ମନ୍ତ୍ରୀମାନେ ମୋଦିଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ନେଇ  କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, 'ନରେନ୍ଦ୍ର ମୋଦି ସତ୍ତାକୁ ଆସିବା ପରେ ପ୍ରତିଟି ଜିନିଷକୁ ବ୍ୟକ୍ତିଗତ ରୂପେ ନେଉଛନ୍ତି। ସେ ସବୁ କଥାକୁ ଦେହକୁ ନେଇ ଯାଉଛନ୍ତି। ଅନ୍ତରାଷ୍ଟ୍ରୀୟ ସ୍ତରରେ ଆମକୁ ଆମ ପଡୋଶୀମାନଙ୍କ ସହ ଭଲ ସମ୍ପର୍କ ରଖିବା ଉଚିତ। ସମୟ ହିସାବରେ କାମ କରିବା ଉଚିତ। ଆମେ ଆମ ପଡୋଶୀଙ୍କୁ ବଦଳାଇ ପାରିବା ନାହିଁ।'

ନିକଟରେ ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପରୁ ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ। ମାଳଦ୍ୱୀପର ତିନି ଜଣ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟକୁ ଏହାକୁ ନେଇ ତାଙ୍କୁ ସମାଲୋଚନା କରିଥିଲେ। ମନ୍ତ୍ରୀଙ୍କ ସମେତ ଅନ୍ୟ କିଛି ଲୋକେ ମୋଦିଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିଥିଲେ। ଏହାକୁ ନେଇ ସୋଶାଲ ମିଡିଆରେ ବିବାଦ ଉପୁଜିଥିଲା।

Advertisment

ବିବାଦ ବଢ଼ିବା ପରେ ରବିବାର ମାଳଦ୍ୱୀପ ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିବା ତିନି ମନ୍ତ୍ରୀଙ୍କୁ ନିଲମ୍ବିତ କରିଥିଲେ। ମନ୍ତ୍ରୀଙ୍କ ବୟାନ ହେଉଛି ତାଙ୍କ ବ୍ୟକ୍ତିଗତ। ଏହା ସରକାରଙ୍କ କୌଣସି ବିଚାରଧାରାକୁ ପ୍ରତିନିଧୀତ୍ୱ କରୁନାହିଁ ବୋଲି ମାଳଦ୍ୱୀପ ସରକାର କହିଥିଲେ।

Maldives Row Lakshadweep Maldives Row PM Modi Mallikarjun Kharge