Advertisment

ବିଧାନସଭାରେ ବର୍ଷିଲେ ହେମନ୍ତ, କହିଲେ- ଦୋଷ ପ୍ରମାଣିତ ହେଲେ ଛାଡିଦେବି ରାଜନୀତି

ଆସ୍ଥା ଭୋଟ ପୂର୍ବରୁ ରାଗିଗଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌।

author-image
Madhupriya Mistry
ଅଦ୍ୟତନ ହୋଇଛି
Hemant Soren

Hemant Soren

ଆସ୍ଥା ଭୋଟ ପୂର୍ବରୁ ରାଗିଗଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ବିଧାନସଭାରେ ବର୍ଷିଛନ୍ତି ହେମନ୍ତ। ପୂର୍ବ ଯୋଜନାବଦ୍ଧ ରୂପେ ତାଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି। ଏଥିସହ ଆଦିବାସୀ ହୋଇଥିବାରୁ ତାଙ୍କୁ ଟାର୍ଗେଟ୍‌। ତାଙ୍କ ଗିରଫଦାରୀରେ ରାଜଭବନ ମଧ୍ୟ ସାମିଲ ଥିବା କହି ସେ ବିଜେପି ଓ ରାଜ୍ୟପାଳଙ୍କୁ କଡା ଟାର୍ଗେଟ କରିଛନ୍ତି। 

Advertisment

୨୦୨୨ରୁ ଯୋଜନାବଦ୍ଧ ଭାବେ ସ୍କ୍ରିଟ୍‌ ଲେଖାଯାଉଛି। ମୋ ଗିରଫ ପାଇଁ ଏହି ସୁଚିନ୍ତିତ ଷଡଯନ୍ତ୍ରରେ ରାଜ ଭବନ ମଧ୍ୟ ସାମିଲ ଅଛି। ମୁଁ ଲୁହ ବୁହାଇବି ନାହିଁ, ବଞ୍ଚିତ ଲୋକଙ୍କ ଲୁହର କୌଣସି ମୂଲ୍ୟ ନାହିଁ। ଆମେ ମୁଣ୍ଡ ନୁଆଁଇ ଚାଲିବା ଶିଖିନୁ। ମୁଁ ଆଦିବାସୀ ହୋଇଥିବାରୁ ମୋତେ ଟାର୍ଗେଟ କରାଯାଉଛି। ଆଦିବାସୀ, ଦଳିତ, ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁଙ୍କ ବିରୋଧରେ ଅତ୍ୟାଚାର କରାଯାଉଛି। ସେମାନେ ଦେଶରେ ସୁରକ୍ଷିତ ନୁହଁନ୍ତି ବୋଲି ବିଧାନସଭାରେ କହିଛନ୍ତି ହେମନ୍ତ ସୋରେନ୍‌।

ସେ ଆହୁରି କହିଛନ୍ତି, ଜାନୁଆରୀ ୩୧ ତାରିଖ ହେଉଛି ଦେଶ ପାଇଁ କଳା ଅଧ୍ୟାୟ। ଦେଶରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା। ଏଥିରେ ରାଜ ଭବନ ମଧ୍ୟ ସମ୍ପୃକ୍ତି ଅଛି। କେନ୍ଦ୍ରରେ ଶାସକ ଦଳର ଘୃଣା ଲାଗି ଆଜି ଏଭଳି ସ୍ଥିତି ଉପୁଜିଛି। ସେମାନେ ଆମକୁ ଅଛୁଆଁ ବୋଲି ଭାବନ୍ତି। ମୋତେ ଜେଲ୍‌କୁ ପଠାଇ ସେମାନେ ନିଜର ଯୋଜନା ସଫଳ କରିବେ ବୋଲି ଭାବୁଛନ୍ତି। ଯଦି ଅଭିଯୋଗ ପ୍ରମାଣିତ ହୁଏ, ତେବେ ସେ କେବଳ ରାଜନୀତି ନୁହେଁ, ଝାଡ଼ଖଣ୍ଡ ମଧ୍ୟ ଛାଡ଼ିବେ। ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ। ସେମାନଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ପଡିବ କହିଛନ୍ତି ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ୍‌।

Advertisment

ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଇସ୍ତଫା ପରେ ଚମ୍ପାଇ ସୋରେନ୍‌ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଜି ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ଏଥିପାଇଁ ହେମନ୍ତ ସୋରେନ୍‌ ଏହି ଆସ୍ଥା ଭୋଟରେ ଭାଗ ନେବା ପାଇଁ ବିଧାନସଭାରେ ହାଜର ହୋଇଛନ୍ତି। ଏଠାରେ ସେ ବିଜେପି ଓ ରାଜ୍ୟପାଳଙ୍କ ଉପରେ ଜୋରଦାର ବର୍ଷିଛନ୍ତି।

ଝାଡ଼ଖଣ୍ଡ ବିଧାନସଭାରେ ଚମ୍ପାଇ ସୋରେନ୍‌ ସରକାରଙ୍କ ଆସ୍ଥା ଭୋଟ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଶାସକ ଓ ବିରୋଧୀ ଦଳର ସମସ୍ତ ବିଧାୟକ ବିଧାନସଭାରେ ଉପସ୍ଥିତ ଅଛନ୍ତି। ମହାମେଣ୍ଟର ସମସ୍ତ ବିଧାୟକ ଏକ ବସ୍‌ ଯୋଗେ ଏକାସଙ୍ଗେ ବିଧାନସଭାରେ ପହଞ୍ଚିଥିଲେ। ସେହିପରି ଗିରଫ ହୋଇଥିଲେ ମଧ୍ୟ ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ ହେମନ୍ତ ସୋରେନଙ୍କୁ ବିଧାନସଭାର ସଦସ୍ୟ ଭାବରେ ତାଙ୍କର ଅଧିକାରକୁ ସ୍ୱୀକୃତି ଦେଇ ଟ୍ରଷ୍ଟ ଭୋଟରେ ଯୋଗଦେବାକୁ ଅନୁମତି ଦେଇଛି।

Hemant Soren Jharkhand Politics Jharkhand Trust Vote