Advertisment

ପୁରୁଣା ସଂସଦ ଭବନର ନୂଆ ନାମ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ପୁରୁଣା ଭବନର ସେଣ୍ଟ୍ରାଲ ହଲରେ ଶେଷ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

PM Narendra Modi

PM Narendra Modi

Advertisment

ସରିଲା ପୁରୁଣା ସଂସଦ ଭବନର ଯାତ୍ରା। ଅନ୍ତିମ ଦିନରେ ପୁରୁଣା ଭବନର ସେଣ୍ଟ୍ରାଲ ହଲରେ ଅଭିଭାଷଣ ରଖି ବିଗତ 75 ବର୍ଷର ଯାତ୍ରାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ପୁରୁଣା ସଂସଦ ଭବନର ନୂଆ ନାମକରଣ ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

Advertisment

ପୁରୁଣା ଭବନକୁ 'ସମ୍ବିଧାନ ସଦନ ଭାବେ' ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ 7 ଦଶନ୍ଧି ଧରି ଏହି ଭବନରେ ଅନେକ ଆଇନ ତିଆରି ହୋଇଛି, ସଂଶୋଧିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆବଶ୍ୟକ ବେଳେ ସ୍ୱତନ୍ତ୍ର ଅଧିବେଶନରେ ଆଇନ ପ୍ରଣୟନ ହୋଇଛି। ଧାରା ୩୭୦ ଉଚ୍ଛେଦ ଓ ତିନ୍‌ ତଲାକ ବିଲ୍‌ ପାସ୍‌ ଉଲ୍ଲେଖନୀୟ ଘଟଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆମେ ନୂଆ ଭବନକୁ ଯାଉଥିଲେ ବି ପୁରୁଣାର ଗରିମା ଅକ୍ଷୂର୍ଣ୍ଣ ରହିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ସବୁବେବେଳେ ପୁରୁଣାର ଗରିମା ଓ ମର୍ଯ୍ୟାଦା ବଜାୟ ରଖିବା ଉଚିତ୍। 

Advertisment

ଗତକାଲିଠୁ ଆରମ୍ଭ ହୋଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନ ନୂଆ ଭବନରେ ଆରମ୍ଭ ହୋଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ପୁରୁଣା ଭବନର ସେଣ୍ଟ୍ରାଲ୍ ହଲରେ ନିଜର ଅନ୍ତିମ ଅଭିଭାଦନ ରଖିଛନ୍ତି। ଗଣେଶ ପୂଜାରୁ ନୂଆ ଭବନରେ କାର୍ଯ୍ୟଦିବସ ଆରମ୍ଭ ହେବା ନେଇ ପୂର୍ବରୁ ବନ୍ଦୋବସ୍ତ କରାଯାଇଥିଲା। 

PM Modi New Parliament Building Samvidhan Sadan Old Parliament Building
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe