Advertisment

ଆଜି ଓଡ଼ିଶା ଆସିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଗସ୍ତର ଦ୍ୱିତୀୟ ଦିନରେ ଆସନ୍ତାକାଲି ସେ ପୁରୀ ଯାଇ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦର୍ଶନ କରିବେ

Nirmala sitharaman

Nirmala sitharaman

Advertisment

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚି ବିଜେପିର ରାଜ୍ୟ
କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାସହ କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ପୂର୍ବତନ ବିଧାୟିକା ଦିବଂଗତ ନିବେଦିତା ପ୍ରଧାନଙ୍କର ସ୍ମୃତି ଉଦେଶ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Advertisment

ଗସ୍ତର ଦ୍ୱିତୀୟ ଦିନରେ ଆସନ୍ତାକାଲି ସେ ପୁରୀ ଯାଇ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦର୍ଶନ କରିବେ। ଏହାପରେ ପେଣ୍ଠକଟା ନିକଟରେ ମୋ ମାଟି ମୋ ଦେଶ ଅଭିଯାନ ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେବେ। ସେଠାରୁ ବୀରହରେକୃଷ୍ଣପୁର ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ। ଏହାପରେ ପୁଣି ଭୁବନେଶ୍ୱର ଫେରି ଅନ୍ୟ କିଛି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଦିଲ୍ଲୀ ଫେରିଯିବେ ନିର୍ମଳା।

Odisha Bhubaneswar Nirmala Sitharaman Finance Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe