Advertisment

ଟାଇମ୍ସ ନାଓ-ଇଟିଜି ସର୍ଭେ : ପୁଣି ଥରେ ‘ମୋଦି ସରକାର’

ବିଜେପି ନେତୃତ୍ୱାଧୀନ ଏନଡିଏ ୨୯୬ରୁ ୩୨୬ଟି ଆସନ ଜିତିବ। ସେହିପରି ବିରୋଧୀ ମେଣ୍ଟ ଇଣ୍ଡିଆ ୧୬୦ରୁ ୧୯୦ଟି ଆସନରେ ସୀମିତ ରହିବ।

BJP

BJP

Advertisment

କେନ୍ଦ୍ରରେ ପୁଣିଥରେ ମୋଦି ସରକାର। ପ୍ରଚଣ୍ଡ ଜନମତ ସହ କ୍ରମାଗତ ତୃତୀୟ ଥର ପାଇଁ ଏନଡିଏ କେନ୍ଦ୍ରରେ ସରକାର ଗଠନ କରିବ। ଏନଡିଏକୁ ରୋକିବା ପାଇଁ ବିରୋଧୀ ଇଣ୍ଡିଆ ଗଠନ କରିଥିଲେ ମଧ୍ୟ ଏହା ସେତେଟା ସଫଳତା ହାସଲ କରିପାରିବ ନାହିଁ।

Advertisment

ଆଜିକା ତାରିଖରେ ଯଦି ନିର୍ବାଚନ ହେବ, ତା’ହେଲେ ୩୦୦ରୁ ଅଧିକ ଆସନ ଜିତି ବିଜେପି ନେତୃତ୍ୱାଧୀନ ଏନଡିଏ କେନ୍ଦ୍ରରେ କ୍ଷମତା ଦଖଲ କରିବ ବୋଲି ଟାଇମ୍ସ ନାଓ-ଇଟିଜି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଲାଲକିଲ୍ଲାରୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ୨୦୨୪ରେ କ୍ଷମତାକୁ ଫେରିବେ ବୋଲି ଦମ୍ଭୋକ୍ତି କରିଥିଲେ। ଏହାର ଦିନକ ପରେ ଟାଇମ୍ସ ନାଓ-ଇଟିଜି ତା’ର ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି।

Advertisment

ଏଥିରେ କୁହାଯାଇଛି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ୨୯୬ରୁ ୩୨୬ଟି ଆସନ ଜିତିବ। ସେହିପରି ବିରୋଧୀ ମେଣ୍ଟ ଇଣ୍ଡିଆ ୧୬୦ରୁ ୧୯୦ଟି ଆସନରେ ସୀମିତ ରହିବ। ଏନଡିଏ କିମ୍ବା ଇଣ୍ଡିଆରେ ନଥିବା ୱାଇଏସ୍‌ଆର କଂଗ୍ରେସ ଆନ୍ଧ୍ରପ୍ରଦେଶରେ ୨୪ରୁ ୨୫ଟି ଓ ଓଡ଼ିଶାରେ ବିଜେଡି ୧୨ରୁ ୧୪ଟି ଲୋକସଭା ଆସନ ଦଖଲ କରିବ। ସେହିପରି ଅନ୍ୟାନ୍ୟ ଦଳ ୧୧ରୁ ୧୪ଟି ସ୍ଥାନରେ ଜିତି ପାରନ୍ତି।

ସର୍ଭେରେ ଆହୁରି କୁହାଯାଇଛି ଯେ ଏନଡିଏ କ୍ଷମତାକୁ ଫେରିବାର ସମ୍ଭାବନା ଥିଲେ ହେଁ ୨୦୧୯ ଅପେକ୍ଷା ମେଣ୍ଟର ଆସନ ସଂଖ୍ୟା କମିବ। ୨୦୧୯ରେ ଏନଡିଏ ୩୫୩ଟି ଆସନ ଜିତିଥିଲା। ହେଲେ ଏଥର ଏହା ୩୩୦ ମଧ୍ୟରେ ସୀମିତ ରହିବ। ତଥାପି ଏନଡିଏ ସରକାର ଗଠନ କରିବାକୁ ସକ୍ଷମ ହେବ।

Bjp Election Survey Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe