ଆଜି ଭୁବନେଶ୍ୱର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାତି ୧୦ଟା ୪୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଶନିବାର ଶାହଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଛି। ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହାସହ ନକ୍ସଲ୍ ଦମନ ଓ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ।
ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ। ଯେଉଁଠି ଦଳୀୟ ସଂଗଠନର ସ୍ଥିତି ଓ ପୂର୍ବରୁ ଦିଆଯାଇଥିବା ଟାସ୍କ କେତେ ଦୂର କାର୍ଯ୍ୟକାରୀ ହୋଇଛି ସେ ସଂପର୍କରେ ସମୀକ୍ଷା କରିବେ ଶାହ।
Also Read
୨୦୨୪ ସାଧାରଣ ନିର୍ବାଚନ ଉପରେ ଫୋକସ୍ କରି ଆଗାମୀ ଦିନରେ ବିଜେପିର ରୋଡମ୍ୟାପ୍ ନେଇ ବି ମାନସ ମନ୍ଥନ ହେବ। ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ଶାହଙ୍କ ଏହି ଗସ୍ତ ବିଜେପି ପାଇଁ କେତେ ସହାୟକ ହେବ ତା’ଉପରେ ନଜର ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିବାଦର ନାଁ ‘ନାଲି ବହି’: ବିଜେପି-କଂଗ୍ରେସ ମୁହାଁମୁହିଁ
ରାଜନୀତିରେ ନାଲି ରଙ୍ଗ ସାଧାରଣତଃ ବାମପନ୍ଥୀ ବିଚାରଧାରା ସହ ଜଡ଼ିତ ରହିଥାଏ। ତେଣୁ ଫଡନାଭିସ ସେହି ଆଧାରରେ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଥିଲେ।
Politics
ପ୍ରସନ୍ନ ଆଚାର୍ଯ୍ୟଙ୍କ ହାତ ଛାଡ଼ିଲେ ୧୮ ଜଣ ସରପଞ୍ଚ ଓ ନାଏବ ସରପଞ୍ଚ
ସମ୍ୱଲପୁର ଜିଲ୍ଲାର ବିଜେଡି ଗଡ଼ ଭାବେ ପରିଚିତ ଥିଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ। ୨୦୦୦ ମସିହାରୁ ଏଠାରେ ଲଗାତାର ଭାବେ ବିଜେଡି ଜିତି ଆସୁଛି। ରୋହିତ ପୂଜାରୀ ଏଠାରେ ଦୁଇଟି ଟର୍ମ ଜିତିଥିଲେ।
Politics
ବିଜେଡି ଶୂନ୍ୟ ହେବ ଯାଜପୁର!
ଯେଉଁଠି ୭ ରୁ ୭ ବିଧାୟକ ଓ ଜଣେ ସାଂସଦଙ୍କ ଗାଦି ବିଜେଡି ଅକ୍ତିଆର କରୁଥିଲା, ସେହି ଜିଲ୍ଲାରେ ଏବେ ୪ଟି ବିଧାୟକ ଓ ଏକମାତ୍ର ସାଂସଦ ଗାଦିକୁ ଅକ୍ତିଆର କରିଛି ବିଜେପି।
Politics
ବାରମ୍ବାର ଅଭିଯୋଗ ପରେ ଏବେ ଚିହିଁକି ଉଠିଛି ବିଏମସି
ରାଜଧାନୀର ୮ଟି ସ୍ଥାନରେ ଘର ନିର୍ମାଣ ହେଲା ଓ ଗତ ନିର୍ବାଚନ ପୂର୍ବରୁ ଘର ବଣ୍ଟା ବି ଗଲା। କିନ୍ତୁ ଅଯୋଗ୍ୟ ହିତାଧିକାରୀ ଘର ପାଇଥିବା ନେଇ ବାରମ୍ବାର ଅଭିଯୋଗ ପରେ ଏବେ ଚିହିଁକି ଉଠିଛି ବିଏମସି ।
Politics
ନବୀନଙ୍କୁ ଜବାବ ଦେଲେ କୃଷ୍ଣ ପାତ୍ର; କହିଲେ- କି ତପସ୍ୟା କରୁଥିଲେ
ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ, ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲେ।