'ପୋଷ୍ଟରରୁ ବିଜୁ ଆଉଟ୍‌ ପାଣ୍ଡିଆନ୍‌ ଇନ୍‌'

  • Published: Tuesday, 23 January 2024
  • , Updated: 23 January 2024, 02:59 PM IST

ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର। କହିଲେ, ବିଜେଡି ପୋଷ୍ଟରରୁ ବିଜୁ ପଟ୍ଟନାୟକଙ୍କୁ ବାଦ୍‌ ଦିଆଯିବା ଦେଖାଗଲାଣି। ବିଜୁଙ୍କ ଜାଗାରେ ଏବେ ପାଣ୍ଡିଆନଙ୍କ ଫଟୋ ଲାଗିବା ଦେଖାଗଲାଣି। କିଛି ଦିନ ପରେ ନବୀନଙ୍କ ଫଟୋ କାଢ଼ି ପାଣ୍ଡିଆନଙ୍କ ଫଟୋ ରହିବ। ବିପକ୍ଷ ଦଳ ହୋଇଥିଲେ ବି ବିଜୁ ବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି। କିଛି ଏଭଳି କହିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର। 

Related story