Advertisment

ମୋଦିଙ୍କୁ ୨୮ ପଇସା ପ୍ରଧାନମନ୍ତ୍ରୀ କହିଲେ ଜୁନିଅର ଷ୍ଟାଲିନ

କେନ୍ଦ୍ରରେ ପାଣ୍ଠି ଆବଣ୍ଟନ ଉପରେ ଏପରି କହିଛନ୍ତି ଉଦୟନିଧି ଷ୍ଟାଲିନ

author-image
Debibandita Barick
ଅଦ୍ୟତନ ହୋଇଛି
Udayanidhi Stalin

Udayanidhi Stalin

ବିଜେପି ନେତୃତ୍ୱାଧୀନ କେନ୍ଦ୍ରରେ ପାଣ୍ଠି ଆବଣ୍ଟନ ଉପରେ ବର୍ଷିଛନ୍ତି ତାମିଲନାଡୁ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ। ଆମେ ପ୍ରଧାନମନ୍ତ୍ରୀଙ୍କୁ '୨୮ ପଇସା ପ୍ରଧାନମନ୍ତ୍ରୀ' ବୋଲି କହିବା ଉଚିତ ବୋଲି ଷ୍ଟାଲିନ କହିଛନ୍ତି।

Advertisment

ସେ କହିଛନ୍ତି, ଟିକସ ହିସାବରେ ପ୍ରଦାନ କରାଯାଇଥିବା ପ୍ରତ୍ୟେକ ଏକ ଟଙ୍କା ଉପରେ କେନ୍ଦ୍ର, ରାଜ୍ୟକୁ ମାତ୍ର ୨୮ ପଇସା ଆବଣ୍ଟନ କରୁଛି। ଆମେ ପ୍ରଧାନମନ୍ତ୍ରୀଙ୍କୁ '୨୮ ପଇସା ପ୍ରଧାନମନ୍ତ୍ରୀ' ବୋଲି କହିବା ଉଚିତ। ରାମନାଥପୁରମ୍ ଏବଂ ଥେନିରେ ପୃଥକ ସମାବେଶକୁ ସମ୍ବୋଧିତ କରିବାବେଳେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ।

ଏହା ବ୍ୟତୀତ କେନ୍ଦ୍ରର ଜାତୀୟ ଶିକ୍ଷା ନୀତି ଉପରେ ମଧ୍ୟ ବର୍ଷିଛନ୍ତି ଷ୍ଟାଲିନ। ଷ୍ଟାଲିନ କହିଛନ୍ତି, ତାମିଲନାଡୁ ପିଲାମାନଙ୍କର ଭବିଷ୍ୟତକୁ ନଷ୍ଟ କରିବା ପାଇଁ ବିଜେପି ଜାତୀୟ ଶିକ୍ଷା ନୀତି (NEP) ଆଣିଛି।

Advertisment

ସେ କହିଛନ୍ତି ଯେ, ତାମିଲନାଡୁକୁ ପାଣ୍ଠି ବିନିଯୋଗ, ବିକାଶମୂଳକ ପ୍ରକଳ୍ପ ଏବଂ ରାଜ୍ୟରେ NEET ଉପରେ ପ୍ରତିବନ୍ଧକ ଲଗାଇବା ପରିପ୍ରେକ୍ଷୀରେ କେନ୍ଦ୍ର ଭେଦଭାବ କରିଛି। କେବଳ ନିର୍ବାଚନ ଆସିଲେ ପ୍ରଧାନମନ୍ତ୍ରୀ ତାମିଲନାଡୁ ଆସନ୍ତି। 

ପ୍ରକାଶ ଥାଉ କି, ୩୯ ଲୋକସଭା ଆସନ ବିଶିଷ୍ଟ ତାମିଲନାଡୁରେ ଏପ୍ରିଲ୍ ୧୯ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ହେବ। ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ।

Narendra Modi Udhayanidhi Stalin Lok Sabha Poll 28 Paisa PM