୫-ଟି ସଚିବ କେମିତି ସିଏମଓ ହେଲେ? ମୁଖ୍ୟମନ୍ତ୍ରୀଙ୍କ ସେକ୍ରେଟାରୀ ହୋଇପାରନ୍ତି, ମାତ୍ର ସିଏମଓ କେମିତି ହେବେ? ୫-ଟି କହିଲା ମାନେ ଶାସକ ଦଳର ନେତା କେଉଁ ଦିଗକୁ ନେଇଯାଉଛନ୍ତି, ଜାଣି ପାରୁନି ବୋଲି କହିଲେ ବିରୋଧୀ ଦଳ ନେତା। ୫-ଟିର ସବୁ ଜାଗାରେ ଆବଶ୍ୟକତା କଣ? ଜଣେ କହିଲେ ୫-ଟି ଗୋଟେ ବିଚାରଧାରା ଏବଂ ଚିନ୍ତାଧାରା, ତାପରେ ଏବେ କହିଲେଣି ସିଏମଓ। ୫-ଟି ସିଏମଓ କେମିତି ହେଲା? ଗୋଟେ ବିଚାରଧାରା ସିଏମଓ କେମିତି ହେବ? ମୁଖ୍ୟମନ୍ତ୍ରୀଙ୍କର ସଚିବ ସିଏମଓର ଜଣେ କର୍ମଚାରୀ। ହେଲେ ସେହି ବାବୁ ନିଜେ ସିଏମଓ କେମିତି ହେବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।