ପିସିସିରେ ରହିଲାନି ‘କାର୍ଯ୍ୟକାରୀ ଅଧ୍ୟକ୍ଷ’: ଚିରଞ୍ଜିବୀଙ୍କ ଉପରେ ଅଙ୍କୁଶ, ରଞ୍ଜିବଙ୍କୁ ବି ଫୋପାଡ଼ି ଦେଲେ

ଚିରଞ୍ଜିବୀ ବିଜେଡିରେ ସାମିଲ ହେବା ନେଇ ଗତ ୨-୩ବର୍ଷ ଧରି ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କର ଭୂମିକାକୁ ପିସିସିରେ ଗୌଣ କରିବାରେ ଶରତ ସଫଳ ହୋଇଥିବା ଜଣାପଡ଼ିଛି ।

Odisha Congress PhotoOR

ଓଡ଼ିଶା କଂଗ୍ରେସ ଭବନ

Ordigital Desk
  • Published: Tuesday, 25 April 2023
  • Updated: 25 April 2023, 10:12 PM IST

ପିସିସି ସଭାପତି ଦାୟିତ୍ୱ ନେବାର ଦୀର୍ଘ ୧୧ମାସ ପରେ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କମିଟିର ପୁନର୍ଗଠନ ହୋଇଛି । ସାଧାରଣ ନିର୍ବାଚନ ପୂର୍ବରୁ ପିସିସିର ଏହି ଜୁମ୍ବୋ ଟିମ ଗଢ଼ିଥିବା ଶରତ ଗୋଟିଏ ଗୁଳିରେ ଅନେକ ଶିକାର ପାଇଁ ପ୍ରୟାସ କରିଛନ୍ତି । ଶରତ ଏଥର ପିସିସିରେ ‘କାର୍ଯ୍ୟକାରୀ ସଭାପତି’ ପଦ ନରଖିବାରେ ସକ୍ଷମ ହେବା ସହ କାର୍ଯ୍ୟକାରୀ ସଭାପତି ଥିବା ଚିରଞ୍ଜିବୀ ବିଶ୍ୱାଳ ଓ ତାଙ୍କ ଭାଇ ରଞ୍ଜିବ ବିଶ୍ୱାଳଙ୍କୁ କଡ଼ା ସନ୍ଦେଶ ଦେବାକୁ ପ୍ରୟାସ କରିଛନ୍ତି । ଚିରଞ୍ଜିବୀ ବିଜେଡିରେ ସାମିଲ ହେବା ନେଇ ଗତ ୨-୩ବର୍ଷ ଧରି ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କର ଭୂମିକାକୁ ପିସିସିରେ ଗୌଣ କରିବାରେ ଶରତ ସଫଳ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ସୋମବାର ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ୨୧୨ଜଣିଆ ଜୁମ୍ବୋ ଟିମ୍ ଘୋଷଣା ହୋଇଛି । ପିସିସି କାର୍ଯ୍ୟକାରୀ ସଭାପତି ଥିବା ଚିରଞ୍ଜିବୀ ବିଶ୍ୱାଳଙ୍କୁ କେବଳ ୬୭ଜଣିଆ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସାମିଲ କରାଯାଇଥିବାବେଳେ ତାଙ୍କ ଭାଇ ରଞ୍ଜିବ ବିଶ୍ୱାଳ(ପୂର୍ବତନ ରାଜ୍ୟସଭା ସାଂସଦ)ଙ୍କୁ ସମ୍ପୂର୍ଣ୍ଣ ଫୋପାଡ଼ି ଦିଆଯାଇଛି । ରଞ୍ଜିବଙ୍କୁ ପୂର୍ବରୁ ଏଆଇସିସି ସଦସ୍ୟ ପଦରୁ ବାଦ୍ ଦିଆଯାଇଥିଲା । ଚିରଞ୍ଜିବୀ ବିଜେଡିରେ ମିଶିବା ନେଇ ଗତ ୨-୩ବର୍ଷ ଧରି ଚର୍ଚ୍ଚା ଲାଗି ରହିଥିବାବେଳେ ସେ ମଧ୍ୟ କଂଗ୍ରେସର ସାଂଗଠନିକ କାର୍ଯ୍ୟରେ ସକ୍ରିୟ ଭୂମିକାରେ ରହୁନଥିଲେ । ତେବେ ଉଭୟ ଭାଇଙ୍କୁ ଚଳିତଥର ପିସିସି ପୁର୍ନଗଠନରେ ଗୁରୁତ୍ୱହୀନ କରାଇ ଶରତ ସେମାନଙ୍କୁ ବାହାରର ରାସ୍ତା ଦେଖାଇଛନ୍ତି । ବିଜେଡିରେ ସାମିଲ ହେବା ଚର୍ଚ୍ଚା ଏବେ ଚିିରଞ୍ଜିବୀଙ୍କ ପାଇଁ ମହଙ୍ଗା ପଡ଼ିଛି ।

Also Read

ସୂତ୍ର ଅନୁସାରେ, ଚିରଞ୍ଜିବୀଙ୍କୁ ଦଳରେ ସାମିଲ ପାଇଁ ବିଜେଡି ଆଗ୍ରହ ଦେଖାଉନଥିବାବେଳେ ଏବେ କଂଗ୍ରେସ ତାଙ୍କୁ କୋଣଠେସା କରିଛି । ଜଗତସିଂହପୁର ଜିଲ୍ଲାରେ ବିଜେଡିର ସୁଦୃଢ଼ ସଂଗଠନ ଥିବାବେଳେ ଚିରଞ୍ଜିବୀ ଗତ ୨-୩ବର୍ଷ ଧରି ନିରବ ରହି ପରୋକ୍ଷରେ କଂଗ୍ରେସ ସଂଗଠନକୁ ଦୁର୍ବଳ କରିଦେଇଛନ୍ତି । ଜଗତସିଂହପୁର ବିଜେଡି ରାଜନୀତିରେ ଚିରଞ୍ଜିବୀଙ୍କ ଆବଶ୍ୟକତା ନଥିବାବେଳେ ଦଳ ମଧ୍ୟ ତାଙ୍କୁ ନେଇ ଅଯଥା ମୁଣ୍ଡବ୍ୟଥା ବଢ଼ାଇବା ସପକ୍ଷରେ ନଥିବା ଜଣାପଡ଼ିଛି । ତେଣୁ ବିଜେଡି ଶିବିର ତାଙ୍କୁ ଆପଣାଇବାକୁ ଆଗ୍ରହ ନଥିବାବେଳେ ପିସିସିରେ ତାଙ୍କୁ ‘କାର୍ଯ୍ୟକାରୀ ସଭାପତି’ ପଦରୁ ହଟାଇ କେବଳ କାର୍ଯ୍ୟକାରିଣୀ ସଦସ୍ୟ କରି ରଖାଯାଇଛି । ଯାହାକି ତାଙ୍କ ରାଜନୀତିକ କ୍ୟାରିୟର ପାଇଁ ସତର୍କ ଘଣ୍ଟି ହୋଇଛି । କେବଳ ଚିରଞ୍ଜିବୀ ନୁହଁନ୍ତି ତାଙ୍କ ସମର୍ଥକମାନଙ୍କୁ ବି ଚଳିତଥର ପିସିସି କମିଟିରେ ସ୍ଥାନ ମିଳିଛି ।

ଏପଟେ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ଏବଂ ଅନନ୍ତ ପ୍ରସାଦ ସେଠୀ ଓ ତାଙ୍କ ପୁଅ କୁମାର ଚିରଞ୍ଜିବୀଙ୍କୁ ସ୍ଥାନ ମିଳିଛି । ସେହିପରି ନରସିଂହ ମିଶ୍ର କାର୍ଯ୍ୟକାରିଣୀ ସଦସ୍ୟ ଥିବାବେଳେ ତାଙ୍କ ପୁଅ ସମରେନ୍ଦ୍ର ସାଧାରଣ ସମ୍ପାଦକ ଅଛନ୍ତି । ସେହିପରି ତାରାପ୍ରସାଦ ବାହିନୀପତିଙ୍କୁ ପିସିସିର ବରିଷ୍ଠ ଉପସଭାପତି କରାଯାଇଥିବାବେଳେ ତାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ ସାଧାରଣ ସମ୍ପାଦକ କରାଯାଇଛି । ତେବେ ଚିରଞ୍ଜିବୀଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନେଇଥିବା ଶରତ ତାଙ୍କ ତାଲିକାରେ ରଞ୍ଜିବଙ୍କୁ ସମ୍ପୂର୍ଣ୍ଣ ଫୋପାଡ଼ି ଦେଇଥିବାରୁ କଂଗ୍ରେସରେ ବିଶ୍ୱାଳ ପରିବାର ଏବେ ସମ୍ପୂର୍ଣ୍ଣ ଅଲୋଡ଼ା ହୋଇଯାଇଥିବାର ସନ୍ଦେଶ ମିଳିଥିବା ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରିଥିଲେ ମଧ୍ୟ ନବକିଶୋର ଦାସ, ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କୁ କାର୍ଯ୍ୟକାରୀ ସଭାପତି କରିଥିଲା । ନବ ଓ ପ୍ରଦୀପ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ । ଆଉ ଚିରଞ୍ଜିବୀ କଂଗ୍ରେସରେ ରହି ବିଜେଡିକୁ ଲମ୍ଫ ଦେବାକୁ କସରତ କରୁଥିଲେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story