Advertisment

ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟିର ବ୍ୟୟବରାଦ

ରାଜ୍ୟରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୭ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବେ ୨୫ ଲକ୍ଷ ଲକ୍ଷପତି ଦିଦି।

undefined

Subhadra Yojana

Advertisment

ସୁଭଦ୍ରା ଯୋଜନା ପାଇଁ ବଜେଟରେ ୧୦ ହଜାର କୋଟିର ବ୍ୟୟବରାଦ ହୋଇଛି। ନିର୍ବାଚନ ଇସ୍ତାହାରରେ ବିଜେପି ସୁଭଦ୍ରା ଯୋଜନା ନେଇ ଘୋଷଣା କରିଥିଲା। ମହିଳା ଓ ଶିଶୁ ବିକାଶ ପାଇଁ ବଜେଟରେ ୧୭ ହଜାର ୯୪୨ କୋଟି ବ୍ୟୟବରାଦ କରାଯାଇଛି। ସେହିପରି ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା ‘ଯଶୋଦା’ର ଘୋଷଣା ହୋଇଛି। ଏଥିପାଇଁ ବଜେଟରେ ୮୩ କୋଟିର ପ୍ରାବଧାନ ରଖାଯାଇଛି। ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ଏହି ‘ଯଶୋଦା’ ଯୋଜନା।

Advertisment

ସେହିପରି ସାମାଜିକ ସୁରକ୍ଷା ଭତ୍ତା ୩ ହଜାର ୫ଶହ ଟଙ୍କା ହେବ। ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ଏହି ବର୍ଦ୍ଧିତ ଭତ୍ତା ମିଳିବ। ୮୦ ପ୍ରତିଶତରୁ କମ୍ ହୋଇନଥିବା ଭିନ୍ନକ୍ଷମ ଏହି ଭତ୍ତା ପାଇବେ। ସେହିପରି ରାଜ୍ୟରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୭ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବେ ୨୫ ଲକ୍ଷ ଲକ୍ଷପତି ଦିଦି।

Odisha Budget
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe