Advertisment

ଶରଦ ପାୱାରଙ୍କ ଯୋଗାଯୋଗରେ ୧୦ରୁ ୧୫ ବିଧାୟକ! ଏନସିପିର ବରିଷ୍ଠ ନେତାଙ୍କୁ ଭେଟିଲେ ଅଜିତ ପାୱାର

ଅଜିତ ପାୱାରଙ୍କ ସହ ଥିବା ୧୦ରୁ ୧୫ ଜଣ ବିଧାୟକ ଶରଦ ପାୱାରଙ୍କ ପାଖକୁ ଯିବାକୁ ଯୋଜନା ଆରମ୍ଭ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
Pawar

Pawar

Advertisment

ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ବିଜେପି ନେତ୍ୱାଧୀନ ଏନଡିଏର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାଜ୍ୟରେ ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି। ଅଜିତ ପାୱାରଙ୍କ ସହ ଥିବା ଏନସିପି ବିଧାୟକଙ୍କ ମଧ୍ୟରୁ ୧୦ରୁ ୧୫ ଜଣ ଏବେ ଶରଦ ପାୱାରଙ୍କ ଯୋଗାଯୋଗରେ ଥିବା ଜଣାପଡ଼ିଛି।

Advertisment

ଗତବର୍ଷ ଜୁଲାଇ ମାସରେ ଅଜିତ ପାୱାର ଏନସିପିର ଅଧିକାଂଶ ବିଧାୟକଙ୍କୁ ଧରି ବିଜେପି ଓ ସିନ୍ଦେ ସରକାରରେ ସାମିଲ ହୋଇଥିଲେ। ଅଜିତ ପାୱାରଙ୍କୁ ମଧ୍ୟ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା। ହେଲେ ଏବେ ବାଜି ବଦଳିବାର ସଙ୍କେତ ମିଳିଛି।

ଏନଡିଏ ତୁଳନାରେ ମହା ବିକାଶ ଅଘାଡ଼ି ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି। କଂଗ୍ରେସ ଏକାକୀ ୧୩ ଆସନ ଜିତିଥିବା ବେଳେ ଶରଦ ପାୱାରଙ୍କ ଏନସିପି ୮ଟି ଓ ଉଦ୍ଧବ ଠାକରେଙ୍କ ଶିବସେନା ୯ଟି ଆସନ ଜିତିଛି।

Advertisment

କିନ୍ତୁ ବିଜେପି, ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ମିଳିତ ଭାବେ ୧୭ଟି ଆସନ ଜିତିଛନ୍ତି। ଅଜିତ ପାୱାରଙ୍କ ଖାତାକୁ କେବଳ ଗୋଟିଏ ଲୋକସଭା ଆସନ ଜିତିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଅଜିତ ପାୱାରଙ୍କ ସହ ଥିବା ୧୦ରୁ ୧୫ ଜଣ ବିଧାୟକ ଶରଦ ପାୱାରଙ୍କ ପାଖକୁ ଯିବାକୁ ଯୋଜନା ଆରମ୍ଭ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ଖବର ମିଳିବା ପରେ ଅଜିତ ପାୱାର ନିଜ ସରକାରୀ ବାସଭବନରେ ବରିଷ୍ଠ ଏନସିପି ନେତାମାନଙ୍କ ଭେଟିଛନ୍ତି।

ଏହି ରୁଦ୍ଧଦ୍ୱାର ବୈଠକରେ ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଳ, ଦୀଲିପ ପାଟିଲ ଓ ଧନଞ୍ଜୟ ମୁଣ୍ଡେ ପ୍ରମୁଖ ଉପସ୍ଥିତ ରହିଥିଲେ। ବୈଠକରେ କ’ଣ ଆଲୋଚନା ହୋଇଛି, ସେକଥା ଜଣାପଡ଼ିନି। କିନ୍ତୁ ଆଗାମୀ ଦିନରେ ଏନସିପିର ସବୁ ନେତା କେମିତି ଏକାଠି ରହିବେ, ତା’ ଉପରେ ମାନସମନ୍ଥନ ହୋଇଥିବା କୁହାଯାଉଛି।

NCP NCP MLA Sharad Pawar Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe