Advertisment

Bihar Election: ୧୦ ବାର୍‌ ନୀତୀଶ କୁମାର! ଏନଡିଏର ଏକତରଫା ବିଜୟ ଲୋଡିଂ

ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ମଧ୍ୟ ୩ ହଜାରରୁ ଅଧିକ ଭୋଟରେ ପଛରେ ରହୁଛନ୍ତି। ମହାଗଠବନ୍ଧନର ନୈରାଶ୍ୟଜନକ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଛି।

author-image
Hemant Lenka
Bihar1

ନୀତୀଶ କୁମାର ଓ ନରେନ୍ଦ୍ର ମୋଦି

ଏବ କି ବାର ବିହାରରେ ୧୬୦ ପାର୍‌। ବିଜେପି ଦେଇଥିବା ଏହି ନାରା ସତ ପ୍ରମାଣିତ ହେବାକୁ ଯାଉଛି। ୧୬୦ କ’ଣ ବିଜେପି ନେତୃତ୍ୱାଧୀନ ଏନଡିଏ ୧୯୦ରୁ ଅଧିକ ଆସନ ଜିତିବାର ସମ୍ଭାବନା ସୃଷ୍ଟି ହୋଇଛି। ବିହାରରେ ଭୋଟ ଗଣତି ହେବା ଠାରୁ ଆଗରେ ଥିବା ଏନଡିଏ ଏବେ ୧୯୦ ଆସନରେ ଲିଡ କରୁଛି।

Advertisment

ସେହିପରି ମହାଗଠବନ୍ଧନ କେବଳ ୪୯ଟି ଆସନରେ ଆଗରେ ରହିଛି। ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ମଧ୍ୟ ୩ ହଜାରରୁ ଅଧିକ ଭୋଟରେ ପଛରେ ରହୁଛନ୍ତି। ମହାଗଠବନ୍ଧନର ନୈରାଶ୍ୟଜନକ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଛି। 

ଭୋଟ ଗଣତି(Bihar Election)ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ମଧ୍ୟ ୩ ହଜାରରୁ ଅଧିକ ଭୋଟରେ ପଛରେ ରହୁଛନ୍ତି। ମହାଗଠବନ୍ଧନର ନୈରାଶ୍ୟଜନକ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଛି। ର ଗୋଟିଏ ପରେ ଗୋଟିଏ ରାଉଣ୍ଡ ଶେଷ ହେଉଥିବା ବେଳେ ମହାଗଠବନ୍ଧନର ବିଜୟ ଅଶା ମଧ୍ୟ ମଉଳିବାରେ ଲାଗିଛି। ସେହିପରି ବିଜେପି ବିହାରରେ ବିଜେପି ଏକକ ସର୍ବବୃହତ ଦଳ ଭାବେ ଉଭା ହୋଇଛି। ବର୍ତ୍ତମାନ ସୁଦ୍ଧା ବିଜେପି ୮୨, ଜେଡିୟୁ ୭୫ ଆସନରେ ଆଗୁଆ ରହିଛି। ଆରେଜେଡି ୩୬, ଏଲ୍‌ଜେପି ୨୨ ଆସନରେ ଲିଡ କରୁଛନ୍ତି। ମାତ୍ର ୭ଟି ଆସନରେ ଆଗୁଆ ରହିଛି କଂଗ୍ରେସ। 

Advertisment

ଯଦି ଏପରି ଧାରା ଜାରି ରହିବ ତା’ହେଲେ ଏନଡିଏରେ ପୂର୍ବଭଳି ବିଜେପି ବଡ଼ ଭାଇ ଭୂମିକାରେ ରହିବ। ନୀତୀଶ କୁମାରଙ୍କ ଜେଡିୟୁ ସାନ ଭାଇ ଭାବେ ପରିଚୟ ହାସଲ କରିବ। କିନ୍ତୁ ପୂର୍ବ ଘୋଷଣା ଅନୁଯାୟୀ ନୀତୀଶ କୁମାରଙ୍କୁ ଏନଡିଏ ପୁଣି ବିହାରରେ ମୁଖ୍ୟମନ୍ତ୍ରୀ କରିପାରେ। କାରଣ ପ୍ରଚାର ବେଳେ ଏନଡିଏର ହେଭିୱେଟ ନେତାମାନେ ନୀତୀଶ କୁମାରଙ୍କ ନେତୃତ୍ୱରେ ମେଣ୍ଟ ନିର୍ବାଚନ ଲଢ଼ୁଥିବା କହିଥିଲେ।

ଯଦି ଏନଡିଏ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରେ, ତା’ହେଲେ ସେ ବିହାରରେ ରେକର୍ଡ ୧୦ମ ଥର ପାଇଁ ଏହି ପଦ ଦଖଲ କରିବେ। ୨୦୦୫ରୁ ଇତି ମଧ୍ୟରେ ନୀତୀଶ କୁମାର ବିଭିନ୍ନ ପର୍ଯ୍ୟାୟରେ ୯ଥର ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି।

ଯଦି ଏନଡିଏ ଜିତିବ, ତା’ହେଲେ ସେ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସୁଶାସନ ବାବୁ ଓ ପଲଟୁରାମ ଭାବେ ପରିଚିତ ନୀତୀଶ କୁମାରଙ୍କ ଆଗାମୀ ପଦକ୍ଷେପ କ’ଣ ରହୁଛି, ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି। 

Bihar Election