Advertisment

ଉପ ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗି ଗୃହରୁ ବିଦା ହେଲେ ୧୦ ବିଜେପି ବିଧାୟକ

କର୍ଣ୍ଣାଟକା ବିଧାନସଭାର ବାଚସ୍ପତି ୟୁଟି ଖାଦେର ଆଜି ବିନା ଲଞ୍ଚ ବ୍ରେକରେ ଗୃହ କାର୍ଯ୍ୟକୁ ଜାରି ରଖିବାକୁ ରୁଲିଂ ଦେବାକୁ ବିଜେପି ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିଥିଲା।

BJP

BJP

Advertisment

କର୍ଣ୍ଣାଟକା ବିଧାନସଭାରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି। ଗୃହରେ ବିଶୃଙ୍ଖଳା କରିବା ସହ ଉପ ବାଚସ୍ପତି ରୁଦ୍ରପ୍ପା ଲମାନିଙ୍କ ଉପରକୁ କାଗଜ ଫୋପାଡ଼ି ବିରୋଧୀ ବିଜେପିର ୧୦ ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି। ସେମାନଙ୍କୁ ଚଳିତ ବିଧାନସଭା ଅଧିବେଶନରେ ଆଉ ଗୃହରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ।

Advertisment

କର୍ଣ୍ଣାଟକା ବିଧାନସଭାର ବାଚସ୍ପତି ୟୁଟି ଖାଦେର ଆଜି ବିନା ଲଞ୍ଚ ବ୍ରେକରେ ଗୃହ କାର୍ଯ୍ୟକୁ ଜାରି ରଖିବାକୁ ରୁଲିଂ ଦେବାକୁ ବିଜେପି ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିଥିଲା। ଏହାକୁ ନେଇ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ଏହାପରେ ବିଜେପି ବିଧାୟକମାନେ କଂଗ୍ରେସ ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସରକାର ୨ ଦିନ ହେଲା ଆଇଏଏସ୍‌ ଅଫିସରଙ୍କୁ ବ୍ୟବହାର କରି ବିରୋଧୀ ଦଳର ନେତାମାନଙ୍କ ସହ ବୈଠକ କରୁଥିବା ବିଜେପି ବିଧାୟକମାନେ କହିଥିଲେ। ଏପରି ଅଭିଯୋଗ ଆଣି ସେମାନେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ।

Advertisment

ବାଚସ୍ପତି ଖାଦେର ନଥିବାରୁ ଉପ ବାଚସ୍ପତି ରୁଦ୍ରପ୍ପା ଗୃହ କାର୍ଯ୍ୟର ପରିଚାଳନା କରିଥିଲେ। ଖାଦେର ଗୃହ କାର୍ଯ୍ୟ ପରିଚାଳନା କରୁଥିବା ବେଳେ କହିଥିଲେ ଯେ ଆଜି ଲଞ୍ଚ ବ୍ରେକ ରହିବ ନାହିଁ। କିନ୍ତୁ ଯେଉଁ ବିଧାୟକମାନେ ଚାହିଁବେ, ସେମାନେ ଖାଇବାକୁ ଯାଇ ପାରିବେ। ପରବର୍ତ୍ତୀ ସମୟରେ ସେମାନେ ଆସି ପୁଣି ଗୃହ କାର୍ଯ୍ୟରେ ଯୋଗଦେବେ।

ବଜେଟ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। କିନ୍ତୁ ବିରୋଧୀ ବିଜେପି ଓ ଜେଡିଏସ୍‌ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ। ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ୩୦ ଜଣ ଆଇଏସଏସ୍‌ ଅଫିସରଙ୍କୁ କାମରେ ଲଗାଇଥିବା ସେମାନେ ଅଭିଯୋଗ କରିଥିଲେ।

ଉପ ବାଚସ୍ପତି ଏହି ସମୟରେ ଗୃହ ପରିଚାଳନା କରୁଥିଲେ। ସେ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ କହିଥିଲେ ହେଁ ତାଙ୍କ କଥା କେହି ବି କର୍ଣ୍ଣପାତ କରି ନଥିଲେ। ଏତିକି ବେଳେ ବିଜେପି ବିଧାୟକମାନେ ଉପ ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିଲେ।

ଏଥିସହ କେଉଁ ନିୟମ ଆଧାରରେ ଲଞ୍ଚ ବ୍ରେକ୍‌କୁ ବନ୍ଦ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ବିବାଦ ବଢ଼ି ଚାଲିଥିବା ବେଳେ ବିଜେପି ବିଧାୟକମାନେ ପେପର ମାଡ଼ କରି ଚାଲିଥିଲେ। ଏହା ଦେଖି ବିଧାନସଭାର ମାର୍ଶାଲମାନେ ଉପ ବାଚସ୍ପତିକୁ ଘେରି ଯାଇ ସୁରକ୍ଷା କବଚ ସୃଷ୍ଟି କରିଥିଲେ।

ଏହାପରେ ବିଶୃଙ୍ଖଳା ସୃଷ୍ଟି କରୁଥିବା କିଛି ବିଧାୟକଙ୍କୁ ମାର୍ଶାଲମାନେ ଗୃହରୁ ଟେକି ନେଇ ବାହାରେ ଛାଡ଼ିଥିଲେ। ପରବର୍ତ୍ତୀ ଅବସ୍ଥାରେ ୧୦ ଜଣ ବିଧାୟକଙ୍କୁ ବିଧାନସଭା ଅଧିବେଶନର ଅବଶିଷ୍ଟ ଦିନଗୁଡ଼ିକ ପାଇଁ ନିଲମ୍ବିତ କରାଯାଇଛି।

କଂଗ୍ରେସ ପକ୍ଷରୁ ବିଜେପି ବିଧାୟଙ୍କ ଏପରି ବିଶୃଙ୍ଖଳାକୁ ନିନ୍ଦା କରାଯାଇଛି। ସେହିପରି ଉପ ବାଚସ୍ପତି ଆଜି ଦିନକ ପାଇଁ ଉକ୍ତ ଘଟଣା ପରେ ଗୃହ କାର୍ଯ୍ୟକୁ ମୁଲତବୀ କରିଛନ୍ତି।

ଅନ୍ୟପକ୍ଷରେ ବିଜେପି ଓ ଜେଡିଏସ୍‌ର ପ୍ରତିବାଦ ସତ୍ତ୍ୱେ କଂଗ୍ରେସ ସରକାର ବିନା ଆଲୋଚନାରେ ୫ଟି ବିଲ୍‌ ଗୃହରେ ପାରିତ କରିଛନ୍ତି।

Bjp Congress Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe