Advertisment

ଏସ୍‌ପି ନେତା ସ୍ୱାମୀ ପ୍ରସାଦଙ୍କ ଜିଭ କାଟିବା ପାଇଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲେ କଂଗ୍ରେସ ନେତା ଗଙ୍ଗାରାମ

ବିବାଦୀୟ କଥା କହିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଠାରୁ ତାଙ୍କ ନିଜ ଦଳ ଦୂରେଇ ଯାଇଛି। ଏଥିରେ ଦଳର କିଛି ଭୂମିକା ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

Swami Prasad Maurya

Swami Prasad Maurya

Advertisment

ସମାଜବାଦୀ ପାର୍ଟି (ଏସ୍‌ପି) ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଜିଭ ଯିଏ କାଟିବ, ତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶର ମୋରାଦାବାଦର କଂଗ୍ରେସ ନେତା ପଣ୍ଡିତ ଗଙ୍ଗାରାମ ଶର୍ମା।

Advertisment

ନିକଟରେ ଏସ୍‌ପି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଥିଲେ ଯେ ହିନ୍ଦୁ ବୋଲି କିଛି ଧର୍ମ ନାହିଁ। ହିନ୍ଦୁ ଧର୍ମ ବୋଲି ଯାହାକୁ କୁହାଯାଉଛି, ତାହା କେବଳ ଏକ ପ୍ରତାରଣା। ଯଦି ହିନ୍ଦୁ ଧର୍ମ ଅଛି, ତା’ହେଲେ ଆଦିବାସୀ, ଦଳିତ ଓ ପଛୁଆ ବର୍ଗ ଲୋକଙ୍କୁ ସମ୍ମାନ ମିଳିବା ଉଚିତ।

ସେ ଆହୁରି କହିଥିଲେ ଯେ ସମାଜରେ ଯେତେ ପ୍ରକାର ଅସମାନତା ଦେଖାଯାଉଛି, ତାହା କେବଳ ବ୍ରାହଣଙ୍କ ପାଇଁ। ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଲୋକଙ୍କୁ ଦବାଇ ରଖିବା ପାଇଁ ସେମାନେ ଷଡ଼ଯନ୍ତ୍ର କରିଛନ୍ତି।

Advertisment

ଏସ୍‌ପି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଏହି ସବୁ ମନ୍ତବ୍ୟ ହିନ୍ଦୁ ଧର୍ମ ପ୍ରତି ଘୋର ଅପମାନ ବୋଲି କହି ଯିଏ ତାଙ୍କ ଜିଭ କାଟି ଦେବ ତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି କଂଗ୍ରେସ ନେତା ଗଙ୍ଗାରାମ ଶର୍ମା ଘୋଷଣା କରିଛନ୍ତି। ତାଙ୍କର ଏହି ଘୋଷଣା ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ନେତା ମନୋଜ କୁମାର ପାଣ୍ଡେ ଗତ ସୋମବାର କହିଥିଲେ ଯେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଯାହା କହୁଛନ୍ତି, ତାହା ତାଙ୍କର ନିଜସ୍ୱ ମତ ହୋଇଥାଇପାରେ। ତାଙ୍କର ଏହି ମତ ସହିତ ସମାଜବାଦୀ ପାର୍ଟିର କିଛି ସଂପର୍କ ନାହିଁ।

ଏହା ସହିତ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବାରମ୍ବାର ଧର୍ମକୁ ନେଇ ମନ୍ତବ୍ୟ ଦେଉଥିବାରୁ ସେ ତାଙ୍କୁ ସମାଲୋଚନା କରିଛନ୍ତି। ଶ୍ରୀ ପାଣ୍ଡେ କହିଛନ୍ତି, ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନିଜ ରାଜନୀତିକ କ୍ୟାରିୟରକୁ ସଜାଡ଼ିବା ପାଇଁ ଧର୍ମକୁ ନେଇ ଏଭଳି ବିବାଦୀୟ ମନ୍ତବ୍ୟ ଦେଉଛନ୍ତି।

ଏହା ପୂର୍ବରୁ ଗତ ଜାନୁଆରୀ ମାସରେ ହିନ୍ଦୁ ମାନଙ୍କ ଧାର୍ମିକ ଗ୍ରନ୍ଥ ରାମଚରିତମାନସକୁ ବେକାର ବୋଲି କହିଥିଲେ। ତୁଳସୀ ଦାସ ନିଜ ଖୁସି ପାଇଁ ଏହାକୁ ଲେଖିଥିଲେ ବୋଲି ସେ କହିଥିଲେ। ଏହାକୁ ନେଇ ସେତେବେଳେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ବିଭିନ୍ନ ମହଲରେ ସମାଜବାଦୀ ପାର୍ଟି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ସମାଲୋଚନା କରାଯାଇଥିଲା। ଏମିତିକି ତାଙ୍କ ଦଳ ତାଙ୍କ ଠାରୁ ଦୂରେଇ ରହିଥିଲା।

Congress Samajwadi Party Swami Prasad Maurya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe