Advertisment

ବିଧାନସଭାରେ ମରାଠା ଆରକ୍ଷଣ ବିଲ୍ ପାରିତ

ଆଜି ମହାରାଷ୍ଟ୍ର ବିଧାନଭାରେ ସର୍ବସମ୍ମତି କ୍ରମେ ମରାଠା ଆରକ୍ଷଣ ବିଲ୍ ପାରିତ ହୋଇଛି।

ଅଦ୍ୟତନ ହୋଇଛି
Maharashtra Assembly File Photo

Maharashtra Assembly File Photo

Advertisment

ବହୁ ପ୍ରତିକ୍ଷୀତ ମରାଠା ସଂରକ୍ଷଣ ବିଲ୍ ବିଧାନସଭାରେ ପାରିତ। ଆଜି ମହାରାଷ୍ଟ୍ର ବିଧାନଭାରେ ସର୍ବସମ୍ମତି କ୍ରମେ ଏହି ବିଲ୍ ପାରିତ ହୋଇଛି। ଏହା ମାଧ୍ୟମରେ ମରାଠା ସମ୍ପ୍ରଦାୟଙ୍କ ପାଇଁ ଉଭୟ ଶିକ୍ଷା ଏବଂ ସରକାରୀ ଚାକିରିରେ ୧୦ ପ୍ରତିଶତ ଆରକ୍ଷଣ ରହିବ। 

Advertisment

ପ୍ରାୟ ୨.୫ କୋଟି ପରିବାରକୁ ନେଇ ଏକ ସର୍ଭେ ଆଧାରରେ ମହାରାଷ୍ଟ୍ର ରାଜ୍ୟ ପଛୁଆ ଶ୍ରେଣୀ ଆୟୋଗ ଏକ ରିପୋର୍ଟ ଦାଖଲ କରିଥିଲେ। ଏହି ସର୍ଭେ ରାଜ୍ୟରେ ମରାଠା ସମ୍ପ୍ରଦାୟ ସାମାଜିକ, ଅର୍ଥନୈତିକ ଏବଂ ଶିକ୍ଷା କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଉପସ୍ଥାପନ କରିଥିଲା। ରିପୋର୍ଟ ଆଧାରରେ ବିଲକୁ ସମ୍ମତି ମିଳିଛି। ଏହା ପୂର୍ବରୁ ରାଜ୍ୟ କ୍ୟାବିନେଟରେ ବିଲକୁ ମଞ୍ଜୁରୀ ମିଳିଥିଲା। ଆଉ ବିଧାନସଭାରେ ପାରିତ ହୋଇଯିବା ପରେ ରାଜ୍ୟପାଳଙ୍କ ନିକଟକୁ ଯିବ। ରାଜ୍ୟପାଳଙ୍କ ଅନୁମତି କ୍ରମେ କାର୍ଯ୍ୟକାରୀ ହେବ। 

ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର ଜନସଂଖ୍ୟାର ୨୮% ମରାଠା ସମ୍ପ୍ରଦାୟ ବସବାସ କରନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପୂର୍ବରୁ କହିଥିଲେ, "ପ୍ରାୟ ୨-୨.୫ କୋଟି ଲୋକଙ୍କ ଉପରେ ସର୍ଭେ କରାଯାଇଛି। ଫେବୃଆରୀ ୨୦ରେ ଆମେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛୁ, ଯାହା ପରେ ଆଇନ ଅନୁଯାୟୀ ମରାଠା ସଂରକ୍ଷଣ ପ୍ରଦାନ କରାଯିବ।"

Advertisment

ଦୀର୍ଘଦିନ ଧରି ମରାଠା ସଂରକ୍ଷଣ ପାଇଁ ଦାବି ହୋଇ ଆସୁଥିଲା। ଜାନୁଆରୀରେ ଅନଶନରେ ବସିଥିବା ଆନ୍ଦୋଳନର ନେତା ମନୋଜ ଜରାଙ୍ଗେ ପାଟିଲଙ୍କୁ ସରବତ ପିଆଇ ଅନଶନ ଭଙ୍ଗ କରାଇଥିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଏଥିସହ ସରକାର ସେମାନଙ୍କର ସମସ୍ତ ଦାବି ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ଦିନ ମନୋଜ ଜରାଙ୍ଗେ ପାଟିଲ କହିଥିଲେ, ସଂରକ୍ଷଣ ପାଇଁ ପ୍ରାୟ ୩୫୦ ଯୁବକ ଆତ୍ମହତ୍ୟା କରି ସାରିଛନ୍ତି। ଶେଷରେ ଦାବି ପୂରଣ ହେବାକୁ ଯାଉଛି।

ଏହି ବିଲ୍ ଆଧାରରେ ମାହାରାଷ୍ଟ୍ରରେ ଥିବା ସମସ୍ତ ଓବିସି ଶ୍ରେଣୀର ବ୍ୟକ୍ତିଙ୍କୁ କୁନବି ପ୍ରମାଣପତ୍ର ପ୍ରଦାନ କରାଯିବ, ଏଥିସହ କିଣ୍ଡରଗାର୍ଡେନଠାରୁ ସ୍ନାତକୋତ୍ତର ସ୍ତର ପର୍ଯ୍ୟନ୍ତ ମାଗଣା ଶିକ୍ଷା ଏବଂ ସରକାରୀ ଚାକିରି ନିଯୁକ୍ତିରେ ୧୦ ପ୍ରତିଶତ ଆସନ ସଂରକ୍ଷିତ ରହିବ। 

Maratha Reservation Maratha Quota Maharashtra Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe