Advertisment

ସନ୍ଦେଶଖାଲି ହରର୍‌: ଯୌନ ନିର୍ଯାତନ ଅଭିଯୋଗର ତଦନ୍ତ କରିବ ୧୦ ଜଣିଆ ଟିମ

ଏହି ଟିମ ସନ୍ଦେଶଖାଲି ଯିବ ଓ ଅଭିଯୋଗ ଆଣିଥିବା ମହିଳାମାନଙ୍କ ସହ କଥା ହେବ। ଏଠାରେ ମହିଳାମାନଙ୍କୁ ଶାସକ ଟିଏମସିର ସଦସ୍ୟମାନେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଛି।

TMC

TMC

Advertisment

ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ମହିଳାମାନଙ୍କୁ ବିଭିନ୍ନ ଆଳ ଦେଖାଇ ଯୌନ ନିର୍ଯାତନର ତଦନ୍ତ କରିବ ୧୦ ଜଣିଆ ଟିମ। ଆଜି ପଶ୍ଚିମବଙ୍ଗ ସରକାର ଡିଆଇଜି ପାହ୍ୟାର ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ ଗଠନ କରିଛନ୍ତି।

Advertisment

ଏହି ଟିମ ସନ୍ଦେଶଖାଲି ଯିବ ଓ ଅଭିଯୋଗ ଆଣିଥିବା ମହିଳାମାନଙ୍କ ସହ କଥା ହେବ। ଏଠାରେ ମହିଳାମାନଙ୍କୁ ଶାସକ ଟିଏମସିର ସଦସ୍ୟମାନେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଛି।

ଯୌନ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ ଆଣି ସନ୍ଦେଶଖାଲିର ମହିଳାମାନେ ବିକ୍ଷୋଭ କରୁଛନ୍ତି। ଟିଏମସି ନେତା ଶାଜାହାନ ଶେଖ ଓ ତାଙ୍କ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଗିରଫ ଦାବିରେ ମହିଳାମାନେ ଅଟଳ ରହିଛନ୍ତି। ଏଠାରେ ରହୁଥିବା ମହିଳାମାନଙ୍କ ଜମିକୁ ଶେଖ ଆଣ୍ଡ କୋ ହଡ଼ପ କରିବା ସହ ସେମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

Advertisment

ମହିଳାମାନେ ଚଳାଇଥିବା ଆନ୍ଦୋଳନ ଫେବୃଆରୀ ୯ରେ ଭୟଙ୍କର ରୂପ ନେଇଥିଲା। ଗାଁ ଲୋକମାନେ ବିକ୍ଷୋଭ ବେଳେ ଟିଏମସି କିଛି ସ୍ଥାନୀୟ ନେତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏହାକୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ରାସନ ସ୍କାମ ଘଟଣାରେ ଗତ ମାସରେ ଇଡି ଶେଖଙ୍କ ଘରେ ରେଡ କରିଥିଲା। ଏହି ସମୟରେ ଇଡି ଟିମ ଉପରେ ଆକ୍ରମଣ କରାଯାଇଥିଲା। ସେବେଠାରୁ ଇଡି ଶେଖଙ୍କୁ ଖୋଜୁ ଥିବା ବେଳେ ସେ ଫେରାର ରହିଛନ୍ତି। ଏବେ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଜମି ହଡ଼ପ ଭଳି ଅଭିଯୋଗ ଆସିଛି।

ସୋମବାର ରାଜ୍ୟପାଳ ସିଭି ଆନନ୍ଦ ସନ୍ଦେଶଖାଲିର ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିଲେ। ସେ ସେଠାକାର ଘଟଣା ବେଶ ହୃଦୟବିଦାରକ ବୋଲି କହିଛନ୍ତି। ସନ୍ଦେଶଖାଲିର ସ୍ଥିତି ସମ୍ପର୍କରେ ରାଜ୍ୟପାଳ କହିଛନ୍ତି, “ମୁଁ ଯାହା ଦେଖିଲି ତାହା ଅତ୍ୟନ୍ତ ଭୟଙ୍କର ଓ ହୃଦୟବିଦାରକ। ମୁଁ ପୂରା ଦୋହଲି ଯାଇଛି। କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ମାଟିରେ ଏପରି ଘଟଣା ଘଟିଥିବ ବୋଲି ମୁଁ ବିଶ୍ୱାସ କରିପାରୁନି।”

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ସନ୍ଦେଶଖାଲିକୁ ଯିଏ କେହି ବି ଯାଇ ପାରିବେ। ଆମର ସେଥିରେ କୌଣସି ପ୍ରକାରର ସମସ୍ୟା ନାହିଁ।

ଆମେ ପୂର୍ବରୁ ହିଁ ରାଜ୍ୟ ମହିଳା କମିଶନ ଟିମକୁ ସେଠାକୁ ପଠାଇ ସାରିଛୁ। ସେମାନେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେଇଛନ୍ତି। ଯେଉଁମାନେ ହିଂସାକୁ ଉସକାଇଥିଲେ, ସେମାନଙ୍କୁ ଗିରଫ କରାଯାଇଛି। ସ୍ଥିତିକୁ ବେଶ ସତର୍କତାର ସହ ସମୀକ୍ଷା କରାଯାଉଛି। ଆବଶ୍ୟକ ପଦକ୍ଷେପ ନିଆଯାଉଛି।”

ଟିଏମସି ମଧ୍ୟ ପାର୍ଥ ଭୌମିକଙ୍କ ନେତୃତ୍ୱରେ ଗୋଟିଏ ଟିମ ସନ୍ଦେଶଖାଲି ଯିବ ବୋଲି ଘୋଷଣା କରିଛି। ମଙ୍ଗଳବାର ମଧ୍ୟାହ୍ନରେ ଟିମ ସେଠାରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବ।

Bjp TMC WestBengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe