ରାଜ୍ୟ କାର୍ଯ୍ୟକାରିଣୀରେ ୧୦ ପ୍ରସ୍ତାବ ଗୃହୀତ, ଲୋକଙ୍କ ପାଖକୁ ଯିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ତା’ର ସଂଗଠନକୁ ସୁଦୃଢ଼ ଓ କ୍ରିୟାଶୀଳ କରିବାକୁ ପଦକ୍ଷେପ ନେଇଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ୧୦ଟି ଚିଠା ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ଲୋକଙ୍କ ପାଖକୁ ଯିବାକୁ ନିଷ୍ପତ୍ତି ନେଇଛି । ବିଶେଷକରି କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରକାରର ଆର୍ଥିକ ସହାୟତା ସତ୍ତ୍ୱେ ରାଜ୍ୟ ସରକାର ନିଜର ଅପାରଗପଣିଆ ପାଇଁ ରାଜ୍ୟକୁ ବିପଦ ମୁହଁକୁ ଠେଲିଦେଇଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଅପାରଗତା ଓ […]

bjp

bjp

Ordigital Desk
  • Published: Monday, 28 June 2021
  • Updated: 29 June 2021, 01:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ତା’ର ସଂଗଠନକୁ ସୁଦୃଢ଼ ଓ କ୍ରିୟାଶୀଳ କରିବାକୁ ପଦକ୍ଷେପ ନେଇଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ୧୦ଟି ଚିଠା ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ଲୋକଙ୍କ ପାଖକୁ ଯିବାକୁ ନିଷ୍ପତ୍ତି ନେଇଛି । ବିଶେଷକରି କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରକାରର ଆର୍ଥିକ ସହାୟତା ସତ୍ତ୍ୱେ ରାଜ୍ୟ ସରକାର ନିଜର ଅପାରଗପଣିଆ ପାଇଁ ରାଜ୍ୟକୁ ବିପଦ ମୁହଁକୁ ଠେଲିଦେଇଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଅପାରଗତା ଓ କେଳେଙ୍କାରୀକୁ ଲୋକଙ୍କ ପାଖକୁ ଆଣି ବିଜେପି ନିଜ ସପକ୍ଷରେ ଜନମତ ସୃଷ୍ଟି ପାଇଁ ରଣନୀତି ପ୍ରସ୍ତୁତ କରିଛି।

ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ଭର୍ଚୁଆଲ ବୈଠକରେ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା ସହ ଆଗାମୀ ଦିନରେ ବିଜେପିର ରୋଡ ମ୍ୟାପକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, କରୋନା ସଂକ୍ରମଣ ଭଳି ଏକ ବଡ ବିପତ୍ତିର ଶିକାର ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ବ୍ୟାପକ ଅର୍ଥ ବରାଦ କରିବା, ବିପର୍ଯ୍ୟୟ ପରିଚାଳନା ପାଇଁ ହାତଖୋଲା ସହାୟତା ଦେବା, କରୋନା ସଂକ୍ରମଣ ବିରୁଦ୍ଧରେ ଲଢେଇ କରିବା ପାଇଁ ସମସ୍ତ ଆର୍ଥିକ ସହାୟତା ଦେବା ସତ୍ୱେ ରାଜ୍ୟ ସରକାର ନିଜର ଅପାରଗ ପଣିଆ ପାଇଁ ରାଜ୍ୟକୁ ବିପଦ ମୁହଁକୁ ଠେଲିଦେଇଛନ୍ତି।

ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ପ୍ରଶାସନିକ ବିଭାଗ ଗୁଡିକର ସ୍ଥାଣୁତା ପାଇଁ ରାଜ୍ୟରେ କୋଭିଡର ଦ୍ୱିତୀୟ ଲହର ସଂକ୍ରମଣ ଚରମସୀମାରେ ପହଂଚିଲା। ବିଜେପିର ବାରମ୍ବାର ଦାବି ସତ୍ୱେ ସରକାର ଟେଷ୍ଟିଂର ସଂଖ୍ୟା ବୃଦ୍ଧି ନକରିବା, ଟ୍ରେସିଂ ଅଭାବ ଏବଂ ଟିଏମସି ଖୋଲା ନଯିବା କାରଣରୁ ବହୁ ବ୍ୟକ୍ତି ବିଳମ୍ବିତ ଚିକିତ୍ସା ଯୋଗୁଁ ମୃତ୍ୟୁବରଣ କଲେ। ମେଡିକାଲ କଲେଜରେ ଗୋଟିଏ ବି ଅତ୍ୟାଧୁନିକ ଇକୋମୋ ମେସିନ୍ ଉପଲବ୍ଧ ନଥିଲା। ରାଜ୍ୟରେ କୌଣସି ଗ୍ରାମାଂଚଳରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ନଥିବା କାରଣରୁ ଗ୍ରାମାଂଚଳବାସୀ ବହୁ ପ୍ରଭାବିତ ହୋଇଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ଭିତିଭୂମି, ଡାକ୍ତରଙ୍କର ଅଭାବ ରାଜ୍ୟର ସାଧାରଣ ଜନତାଙ୍କର ପାଇଁ ଏକ ବିରାଟ ବିପତ୍ତି ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ଅପାରଗତା ଓ କୁପରିଚାଳନକୁ ନେଇ କାର୍ଯ୍ୟକାରିଣୀ କ୍ଷୋଭ ବ୍ୟକ୍ତ କରାଯାଇଛି।

ସେହିପରି ବିଦ୍ୟୁତ୍ ବିତରଣ ଦାୟିତ୍ୱ ଟାଟା ପାୱାର ନେବାପରେ ଡିସକମ ଫ୍ରାଂଚାଇଜ ମାନଙ୍କ ପାଖରେ କାର୍ଯ୍ୟ କରୁଥିବା ପାଖାପାଖି ୪୫୦୦ ଯୁବକ ଯୁବତୀଙ୍କୁ ବିନା କାରଣରେ ଛଟେଇ କରିଦିଆଗଲା। ପୂର୍ବରୁ କୋଭିଡ୍ ସେଣ୍ଟରରେ କାମ କରିଥିବା ଶହ ଶହ ସଂଖ୍ୟାର ନର୍ସିଂ ଟ୍ରେନିଂ ପ୍ରାପ୍ତ ଝିଅମାନଙ୍କୁ, ସ୍କୁଲ କଲେଜ ମାନଙ୍କର କଳା ଶିକ୍ଷକ ଓ କମ୍ପୁଟ୍‌ର ଶିକ୍ଷକଙ୍କର ଛଟେଇର ବହୁ ଇତିହାସ ଏହି ସରକାରଙ୍କୁ ଏକ ଦାୟିତ୍ୱହୀନ ତଥା ହୃଦୟହୀନ ସରକାରରେ ପରିଚିତ ଦେଇଛି। ଏବେ ପୁଣି ପୁଲିସ ସବ୍ ଇନିସ୍ପେକ୍ଟର ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ସରକାର ଆବେଦନ ଆହ୍ୱାନ କରିବା ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି।

ରାଜ୍ୟର ପାଖାପାଖି ୧୨ଟି ଜିଲ୍ଲା ଅଲଗା ରାଜ୍ୟମାନଙ୍କର ସୀମା ସଂଲଗ୍ନ ଏବଂ ଏହାକୁ ନେଇ ଦୀର୍ଘ ଦିନଧରି ବହୁ ବିବାଦ ଦେଖାଦେଇଛି । ସୀମା ବିବାଦକୁ ନେଇ ଅଧ୍ୟୟନ କରିବାକୁ ଓ ସମାଧାନର ସୂତ୍ର ପାଇଁ ଦଳ ଏକ କମିଟି ମଧ୍ୟ ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠନ କରିଛି ।ଜଳ ବିବାଦ ସମାଧାନ ଦିଗରେ ରାଜ୍ୟ ସରାକର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥ ହାସଲ ହୋଇପାରୁ ନାହିଁ। ବଂଶଧାରା ନଦୀ ଟ୍ରିବ୍ୟୁନାଲର ରାୟ ଆମ ବିପକ୍ଷରେ ଯାଇଛି। ରାଜ୍ୟ ସରକାରଙ୍କର ଅପାରଗତା ଓ ପ୍ରାମାଣିକ ତଥ୍ୟ ଭିତିକ ନଥିପତ୍ର ଦେଇ ନପାରିବାର କାରଣରୁ ଏହା ଆମ ବିରୁଦ୍ଧରେ ଗଲା। ଆନ୍ଧ୍ରପ୍ରଦେଶ ବଂଶଧାରାର ତଳ ମୁଣ୍ଡରେ ୪ଟି ପ୍ରକଳ୍ପ ଏକଚାଟିଆ ଭାବେ ନିର୍ମାଣ କରିସାରିଥିବାବେଳେ ଓଡିଶା ସରକାର ଗୋଟିଏ ବି ପ୍ରକଳ୍ପ ଆରମ୍ଭ କରିନାହାନ୍ତି।

ପାଣିଡଙ୍ଗର ପ୍ରକଳ୍ପ ହେଉ କି ବଂଶଧାରା-ଋଷିକୁଲ୍ୟାର ସଂଯୋଗୀକରଣ ହେଉ, ଉଭୟ ଆଜି ଦିବା ସ୍ୱପ୍ନ ପାଲଟିଛି। ଏହା ଆମ ପାଇଁ ଦୁର୍ଭାଗ୍ୟର କଥା ଏବଂ ରାଜ୍ୟ ସରକାର ଏଥିପାଇଁ ଓଡିଶା ଲୋକଙ୍କ ଆଗରେ ସ୍ପଷ୍ଟୀକରଣ ଦେବା ଦରକାର। ଆଇଏମଏମଟିର ଜମିକୁ ଜବରଦସ୍ତ ନେଇ ଯାଇ ଜମି ଦଲାଲୀ କରିବାର ପ୍ରଚେଷ୍ଟା କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ରିସର୍ଚ ଲାବ୍ରୋଟୋରୀକୁ ୧୯୬୦ ମସିହାରେ ଯେଉଁ ଜମି ଦିଆଯାଇଥିଲା, ତାକୁ ପୁଣି ଫେରାଇ ନେବାକୁ ରାଜ୍ୟ ସରକାର ହୀନ ଉଦ୍ୟମ ଆରମ୍ଭ କରିଛନ୍ତି।

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର ଓ ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ, ମନମୋହନ ସାମଲ ଓ ସାଂସଦ ସୁରେଶ ପୁଜାରୀ, ବରିଷ୍ଠ ନେତା ଡ.ଗିରିଧର ଗମାଙ୍ଗୋ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିହାର, ରବି ନାଏକ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ବିରଂଚି ତ୍ରିପାଠୀ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ସମସ୍ତ ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଗଣ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story