Advertisment

ନବୀନ ହିଞ୍ଜିଳିର ବିଧାୟକ ହେବାଦିନଠୁ ଗଡ଼ିଛି ୧୦୦ ମୁଣ୍ଡ, ସର୍ବାଧିକ ଅଶାନ୍ତ ରହିଛି ଗଞ୍ଜାମ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ବିଗତ ୨୪ବର୍ଷ ମଧ୍ୟରେ ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ମୋଟ ୧୦୦ଟି ହତ୍ୟା ଘଟଣା ହୋଇଛି ।

author-image
Ordigital Desk
Naveen Patnaik

Naveen Patnaik

ବିଜେଡି ସୁପ୍ରିମୋ ତଥା ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୪ବର୍ଷର ଶାସନକାଳରେ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଅରାଜକତା ଓ ଗୁଣ୍ଡାରାଜ ରାଜ୍ୟରେ ସବୁଠୁ ବେଶୀ ଥିଲା । ଏପରିକି ଶାନ୍ତସ୍ୱଭାବର  ନବୀନ ଯେବେଠୁ ହିଞ୍ଜିଳିର ବିଧାୟକ ହେଲେଣି ସେବେଠୁ ୧୦୦ଜଣଙ୍କୁ ହତ୍ୟା କରାଯାଇଛି। ଆଶ୍ଚର୍ଯ୍ୟର କଥା ଏହି ଅବଧି ମଧ୍ୟରେ ମାତ୍ର ୯ଟି ହତ୍ୟା ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଛି ଓ ପ୍ରମାଣ ଅଭାବରୁ ୨୨ଜଣଙ୍କ ହତ୍ୟାକାରୀଙ୍କୁ ଦଣ୍ଡିତ କରାଯାଇ ପାରିନାହିଁ । କେବଳ ସେତିକି ନୁହେଁ ନବୀନ ପଟ୍ଟନାୟକ ଶାସନରେ ସର୍ବାଧିକ ଅଶାନ୍ତ ଓ ଅପରାଧିଙ୍କ ଚରାଭୂଇଁ ରହିଥିଲା ଗଞ୍ଜାମ ।

Advertisment

ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ବିଗତ ୨୪ବର୍ଷ ମଧ୍ୟରେ ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ମୋଟ ୧୦୦ଟି ହତ୍ୟା ଘଟଣା ହୋଇଛି । ଏହି ହତ୍ୟା ଘଟଣାରେ ମୋଟ ୩୨୮ଜଣ ହତ୍ୟାକାରୀଙ୍କୁ ଧରି କୋର୍ଟ ହାଜତକୁ ପଠାଯାଇଛି । ତେବେ ଏହି ୧୦୦ଟି ମାମଲା ମଧ୍ୟରୁ ୯ଟି ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଛି, ୨୨ଟି ମାମଲାରେ ହତ୍ୟାକାରୀ ଦୋଷମୁକ୍ତ ହୋଇଛନ୍ତି ଓ ୬୯ଟି ମାମଲାରେ ଏବେ ବିଚାରାଧୀନ ରହିଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଯେଉଁ ତଥ୍ୟ ବିଧାନସଭାରେ ରଖିଛନ୍ତି ତାହା ନବୀନ ପଟ୍ଟନାୟକଙ୍କ ଶାସନ କାଳରେ  ତାଙ୍କ ‘ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି’ କିଭଳି ଅପରାଧୀଙ୍କ ପାଇଁ ଭୂସ୍ୱର୍ଗ ଥିଲା ତା’ର ପ୍ରମାଣ ମିଳିଛି । ନବୀନ ୨୦୦୦ ମସିହାରେ ହିଞ୍ଜିଳି ଆସନରୁ ପ୍ରଥମଥର ଜିତିକି ବିଧାନସଭା ଆସିଥିଲେ । ସେବେଠୁ ଏବେବି ନବୀନ ହିଞ୍ଜିଳିର ବିଧାୟକ ରହିଛନ୍ତି । ଅର୍ଥାତ ବିଗତ ୨୪ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକ ଶାସନ କାଳରେ ତାଙ୍କ ନିଜ ନିର୍ବାଚନମଣ୍ଡଳୀର ୧୦୦ଜଣଙ୍କୁ ହତ୍ୟା କରାଯିବା ଘଟଣା ମଧ୍ୟରୁ ମାତ୍ର ୯ଟି ଘଟଣାରେ ଦୋଷୀଙ୍କୁ ଦଣ୍ଡ ଦିଆଯାଇପାରିଛି । ଗୃହ ବିଭାଗକୁ ନିଜ ପାଖରେ ରଖିଥିବା ନବୀନ ରାଜ୍ୟର ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ନିଜ ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ବିଫଳ ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି ।

Advertisment

ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ଅପରାଧୀଙ୍କୁ ଧରିବା ପାଇଁ ୨୦୧୬ ମସିହାରୁ ଏପର୍ଯ୍ୟନ୍ତ ମୋଟ ୩୭ଟି ମାମଲାରେ ଅପରାଧୀମାନେ ପୁଲିସ ଉପରକୁ ଗୁଳି ଚଳାଇଛନ୍ତି ଓ ଉଭୟ ପୁଲିସ-ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳିଚାଳନାରେ ୬୩ଜଣ ପୁଲିସ ଅଧିକାରୀ ଓ ୪୧ଜଣ ଅପରାଧୀ ଆଘାତପ୍ରାପ୍ତ ହୋଇଛନ୍ତି । ସେମାନେ କୌଣସି ରାଜନୀତିକ ଦଳରେ ସଂଶ୍ଲୀଷ୍ଟ ନଥିଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ତେବେ ନବୀନ ମୁଖ୍ୟମନ୍ତ୍ରୀ ଥିବାବେଳେ ନିଜ ଗୃହ ଜିଲ୍ଲା ଗଞ୍ଜାମ ଓ ନିଜ ନିର୍ବାଚନଣ୍ଡଳୀ ହିଞ୍ଜିଳି କିଭଳି ଏତେ ଅସୁରକ୍ଷିତ ହୋଇପଡ଼ିଥିଲା ତାହା ଏବେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପଦାକୁ ଆସିବାରେ ଲାଗିଛି । ବୋଧହୁଏ ଏହି କାରଣରୁ ୨୦୨୪ ସାଧାରଣ ନିର୍ବାଚନରେ ହିଞ୍ଜିଳିବାସୀ ନବୀନଙ୍କ ଉପରେ ଭରସା କରିପାରିନାହାନ୍ତି ଓ ଯେନତେନ ପ୍ରକାରେ ମାତ୍ର ୪୬୦୦ଭୋଟ ବ୍ୟବଧାନରେ ନବୀନ ଜିତିବାରେ ସକ୍ଷମ ହୋଇଥିବା ଚର୍ଚ୍ଚା ହେଉଛି ।

BjD Bjp Ganjam Naveen Patanaik Ganjam Politics