Advertisment

ବିଜେପିରେ ମିଶିଲେ ଶତାଧିକ ମୁସଲିମ୍‌ ଭୋଟର

ଆଶ୍ରିତ ପଟ୍ଟନାୟକ ସମସ୍ତଙ୍କୁ ବିଜେପି ଉତ୍ତରୀୟ ପ୍ରଦାନ କରି ଦଳରେ ସାମିଲ କରାଇଛନ୍ତି। ମୁସଲମାନ ଭାଇ ଓ ଭଉଣୀଙ୍କର ଯେଉଁ ଭଲ ପାଇବା ମିଳୁଛି, ଏଥିରୁ ସ୍ପଷ୍ଟ ହେଉଛି ଆଗାମୀ ନିର୍ବାଚନରେ ଭାରତୀୟ ଜନତା ପାଟିର ବିଜୟ ହେବ ବୋଲି ଆଶ୍ରିତ ପଟ୍ଟନାୟକ କହିଛନ୍ତି।

BJP

BJP

Advertisment

ପିପିଲି ବ୍ଲକ୍‌ ହାଟସାହି ପଞ୍ଚାୟତ ଦାନଗୋହିର ଗାଁର ୧୦୦ରୁ ଅଧିକ ମୁସଲିମ୍‌ ଭୋଟର ବିଜେପିରେ ସାମିଲ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ହାଟସାହି ପଞ୍ଚାୟତର ନାଏବ ସରପଞ୍ଚ ତାଜଉଦ୍ଦିନ, ୨ ନମ୍ବର ୱାର୍ଡର ୱାର୍ଡ ମେମ୍ବର ମହମ୍ମଦ ମୁଜାହିଦ ଓ ଅନେକ ମୁରବି ଶ୍ରେଣୀର ନେତୃତ୍ୱଙ୍କ ସମେତ ୧୦୦ରୁ ଅଧିକ ଭୋଟର ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ସହିତ ହାତ ମିଳାଇଛନ୍ତି।

Advertisment

ଆଶ୍ରିତ ପଟ୍ଟନାୟକ ସମସ୍ତଙ୍କୁ ବିଜେପି ଉତ୍ତରୀୟ ପ୍ରଦାନ କରି ଦଳରେ ସାମିଲ କରାଇଛନ୍ତି। ମୁସଲମାନ ଭାଇ ଓ ଭଉଣୀଙ୍କର ଯେଉଁ ଭଲ ପାଇବା ମିଳୁଛି, ଏଥିରୁ ସ୍ପଷ୍ଟ ହେଉଛି ଆଗାମୀ ନିର୍ବାଚନରେ ଭାରତୀୟ ଜନତା ପାଟିର ବିଜୟ ହେବ ବୋଲି ଆଶ୍ରିତ ପଟ୍ଟନାୟକ କହିଛନ୍ତି।

ବିଜେପିରେ ମିଶିବା ପରେ ନାଏବ ସରପଞ୍ଚ ଓ ୱାର୍ଡ ମେମ୍ବର କହିଛନ୍ତି, ଆଗାମୀ ଦିନରେ ଦାନଗହୀରର ବିକାଶ ହେବ। ଆଉ ବିଜେପି ପ୍ରାର୍ଥୀ ଏଠାରୁ ନିଶ୍ଚିତ ବିଜୟୀ ହେବେ ବୋଲି ଉଭୟ ନେତା କହିଛନ୍ତି।

Advertisment

ରିପୋର୍ଟ- ଦ୍ୱିତୀକୃଷ୍ଣ ପଟ୍ଟନାୟକ

Bjp Puri General Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe