ମୋହନଙ୍କ ଶିକ୍ଷିତ ମନ୍ତ୍ରିମଣ୍ଡଳ: ୧୩ ଜିଲ୍ଲାକୁ ପ୍ରତିନିଧିତ୍ୱ, ପ୍ରଥମ ଥରର ୮ ବିଧାୟକଙ୍କୁ ମନ୍ତ୍ରୀ ପଦ

ମୋହନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ସମସ୍ତ ମନ୍ତ୍ରୀଙ୍କ ହାରାହାରି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଡିଗ୍ରୀ । ଆଉ ସବୁଠୁ କମ୍ ବୟସର ମନ୍ତ୍ରୀ ଭାବେ ସୂର୍ଯ୍ୟବଂଶୀ ସୂରଜ ଓ ବୟୋଜ୍ୟେଷ୍ଠ ମନ୍ତ୍ରୀ ଭାବେ କେଭି ସିଂହଦେଓ ରହିଛନ୍ତି ।

Ministers PhotoOR

ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଥିବା ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବାବେଳେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଓ ପ୍ରଭାତୀ ପରିଡ଼ା ପୁରୀ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି ।

Ordigital Desk
  • Published: Wednesday, 12 June 2024
  • Updated: 13 June 2024, 07:44 AM IST

Sports

Latest News

ଆଜିଠୁ ରାଜ୍ୟରେ ବିଜେପି ସରକାରର ଯୁଗ ଆରମ୍ଭ ହୋଇଛି । ଜନତା ମଇଦାନରେ ଆୟୋଜିତ ଭବ୍ୟ ସମାରୋହରେ ବିଜେପି ବିଧାୟକ ଦଳ ନେତା ମୋହନ ଚରଣ ମାଝୀ ଆଜି ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ତାଙ୍କ ସହ ୨ଜଣ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା , ୮ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଶପଥ ନେଇଛନ୍ତି । ତେବେ ମନ୍ତ୍ରିମଣ୍ଡଳରେ ମୋଟ ୧୩ଟି ଜିଲ୍ଲାକୁ ପ୍ରତିନିଧିତ୍ୱ ମିଳିଥିବାବେଳେ ପ୍ରଥମଥର ଜିତିଥିବା ୭ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି । ଏକମାତ୍ର ମହିଳା ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କୁ ମିଶାଇଲେ ପ୍ରଥମଥର ଜିତି ମନ୍ତ୍ରୀ ହୋଇଥିବା ବିଧାୟକଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୪ଜଣ ଅନୁସୂଚିତ ଜନଜାତିର ଏବଂ ୨ଜଣ ଅନୁସୂଚିତ ଜାତି ବର୍ଗର ରହିଛନ୍ତି । ଅବଶ୍ୟ ସରକାରିଆ କମିଶନଙ୍କ ପ୍ରାବଧାନ ଅନୁସାରେ ଏବେବି ମନ୍ତ୍ରିମଣ୍ଡଳରେ ଆଉ ୬ଟି ମନ୍ତ୍ରୀ ପଦ ଖାଲି ରହିଛି । ମୋହନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ସମସ୍ତ ମନ୍ତ୍ରୀଙ୍କ ହାରାହାରି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଡିଗ୍ରୀ । ଆଉ ସବୁଠୁ କମ୍ ବୟସର ମନ୍ତ୍ରୀ ଭାବେ ସୂର୍ଯ୍ୟବଂଶୀ ସୂରଜ ଓ ବୟୋଜ୍ୟେଷ୍ଠ ମନ୍ତ୍ରୀ ଭାବେ କେଭି ସିଂହଦେଓ ରହିଛନ୍ତି ।

ସୂଚନା ଅନୁସାରେ, ମୋହନ ମାଝୀଙ୍କ ସରକାରରେ ପ୍ରଥମଥର ପାଇଁ ବିଧାନସଭାକୁ ଜିତି ଉପମୁଖ୍ୟ ଭାବେ ପ୍ରଭାତୀ ପରିଡ଼ା ଏବଂ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ବିଭୂତିଭୂଷଣ ଜେନା ଓ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଶପଥ ନେଇଛନ୍ତି । ମୋଟ୍ ୮ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରୁ କେବଳ ୪ଜଣ ରବିନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର ଓ ମୁକେଶ ମହାଲିଙ୍ଗଙ୍କର ପୂର୍ବରୁ ବିଧାନସଭାରେ ଅଭିଜ୍ଞତା ରହିଛି ।

ସେହିପରି ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଭାବେ ଶପଥ ନେଇଥିବା ୫ଜଣ ମନ୍ତ୍ରୀଙ୍କ ମଧ୍ୟରେ ୩ଜଣ ସମ୍ପୂର୍ଣ୍ଣ ନବାଗତ । ପ୍ରଦୀପବଳ ସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଓ ସମ୍ପଦ ଚରଣ ସ୍ୱାଇଁ ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ଗଣେଶରାମ ସିଂ ଖୁଣ୍ଟିଆ ଓ ସୂର୍ଯ୍ୟବଂଶୀ ସୂରଜଙ୍କ ପୂର୍ବରୁ ବିଧାନସଭାରେ ଅଭିଜ୍ଞତା ରହିଛି ।

Also Read

ସେହିପରି କ୍ୟାବିନେଟ୍ ମନ୍ତ୍ରୀ ସୁରେଶ ପୂଜାରୀ (ବ୍ରଜରାଜନଗର) ଝାରସୁଗୁଡ଼ା ଜିଲ୍ଲା, ରବିନାରାୟଣ ନାଏକ (କୁଚିଣ୍ଡା) ସମ୍ବଲପୁର, ନିତ୍ୟାନନ୍ଦ ଗଣ୍ଡ (ଉମରକୋଟ) ନବରଙ୍ଗପୁର, କୃଷ୍ଣଚନ୍ଦ୍ର ପାତ୍ର (ଢେଙ୍କାନାଳ ସଦର) ଢେଙ୍କାନାଳ, ପୃଥ୍ୱୀରାଜ ହରିଚନ୍ଦନ (ଚିଲିକା)ଖୋର୍ଦ୍ଧା, ଡଃ ମୁକେଶ ମହାଲିଙ୍ଗ (ଲୋଇସିଂହା)ବଲାଙ୍ଗୀର, ବିଭୂତିଭୂଷଣ ଜେନା (ଗୋପାଳପୁର)ଗଞ୍ଜାମ ଓ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର (ମୋରଡ଼ା) ମୟୂରଭଞ୍ଜ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି ।

ସେହିପରି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଗଣେଶରାମ ସିଂ ଖୁଂଟିଆ (ଯଶୀପୁର) ମୟୂରଭଞ୍ଜ, ସୂର୍ଯ୍ୟବଂଶୀ ସୂରଜ (ଧାମନଗର)ଭଦ୍ରକ, ପ୍ରଦୀପବଳ ସାମନ୍ତ (ସୁକିନ୍ଦା) ଯାଜପୁର, ଗୋକୁଳାନନ୍ଦ ମଲ୍ଲିକ (ପୋଲସରା) ଗଞ୍ଜାମ ଓ ସମ୍ପଦ ଚନ୍ଦ୍ର ସ୍ୱାଇଁ (ପାରାଦୀପ)ଜଗତସିଂହପୁର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି ।

ମୋହନଙ୍କ ମନ୍ତ୍ରିମଣ୍ଡଳରେ ଗଞ୍ଜାମ, ମୟୂରଭଞ୍ଜ ଓ ବଲାଙ୍ଗୀରରୁ ୨ଜଣ ଲେଖାଏଁ ପ୍ରତିନିଧିତ୍ୱ କରୁଥିବାବେଳେ କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀ ପଦ, ପୁରୀକୁ ଉପମୁଖ୍ୟମନ୍ତ୍ରୀ ଏବଂ ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ନବରଙ୍ଗପୁର,ସମ୍ବଲପୁର ଓ ଝାରସୁଗୁଡ଼ାକୁ ଜଣେ ଲେଖାଁଏ ମନ୍ତ୍ରୀପଦ ମିଳିଛି ।

ସେହିପରି ମୋହନଙ୍କ ମନ୍ତ୍ରିମଣ୍ଡଳରେ ଆଦିବାସୀ ଚେହେରା ଭାବେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ରବିନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, ଓ ଗଣେଶରାମ ସିଂ ଖୁଂଟିଆ ଥିବାବେଳେ ଅନୁସୂଚିତ ଜାତି ଚେହେରା ଭାବେ ମୁକେଶ ମହାଲିଙ୍ଗ ଓ ସୂର୍ଯ୍ୟବଂଶୀ ସୂରଜ ରହିଛନ୍ତି ।

ଆଜିର ଶପଥ ସମାରୋହ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ,ନୀତିନ ଗଡ଼କରୀ, ଜେପି ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନଙ୍କଠୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟର ସମସ୍ତ ଦଳୀୟ ସାଂସଦ ଏବଂ ବିଜେପିଶାସିତ ମୁଖ୍ୟମନ୍ତ୍ରୀମାନଙ୍କ ସମେତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ହଜାର ହଜାର ଜନତାଙ୍କ ଉପସ୍ଥିତିରେ ଏହି ଶପଥ ସମାରୋହ ଅନୁଷ୍ଠିତ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story