Advertisment

ପୁଣି ତେଜିଲା ଘୁମୁସର ଜିଲ୍ଲା ଗଠନ ଦାବି, ଜଗନ୍ନାଥପ୍ରସାଦ ବ୍ଲକରେ ୧୨ ଘଣ୍ଟିଆ ବନ୍ଦ

ଘୁମୁସର ଜିଲ୍ଲା ଗଠନ ଦାବିରେ ଆଜି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

Bandh

Bandh

Advertisment

ପୁଣି ତେଜିଛି ଘୁମୁସର ଜିଲ୍ଲା ଗଠନ ଦାବି। ଘୁମୁସର ଜିଲ୍ଲା ଗଠନ ଦାବିରେ ଆଜି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ଡାକରା ଦେଇଛି ଘୁମୁସର ମିଳିତ କ୍ରିୟାନୁଷ୍ଠାନ କମିଟି। ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏ ଏହି ବନ୍ଦ ଡାକରା ଦିଆଯାଇଛି।

Advertisment

ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଘୁମୁସର ମିଳିତ କ୍ରିୟନୁଷ୍ଠାନ କମିଟିର ସହଯୋଗରେ ବିଭିନ୍ନ ସାମାଜିକ ସଙ୍ଗଠନ, ବିଜେପି ଓ କଂଗ୍ରେସର ସଦସ୍ୟମାନେ ରାଜରାସ୍ତାକୁ ଓହ୍ଲାଇ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି। ଫଳରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ସବୁ ବନ୍ଦ ରହିଛି। ରାସ୍ତାଘାଟ ଏକ ପ୍ରକାର ଶୂନଶାନ ହୋଇଯାଇଛି। ତେବେ ଜରୁରୀ ସେବାଗୁଡ଼ିକୁ ବନ୍ଦରୁ ବାଦ୍ ଦିଆଯାଇଛି।

ମିଳିତି କ୍ରିୟାନୁଷ୍ଠାନ କମିଟି ସୋମନାଥ ନାୟକ କହିଛନ୍ତି, ଘୁମୁସରକୁ ଜିଲ୍ଲା କରିବା ଆମର ଏକମାତ୍ର ଦାବି। ସେହି ଉଦ୍ଦେଶ୍ୟରେ ଏହି ବନ୍ଦ ପାଳନ କରାଯାଉଛି। ଯେଉଁ ପର୍ଯ୍ୟନ୍ତ ଆମ ଦାବି ପୂରଣ ହୋଇନାହିଁ ଘୁମୁସରବାସୀଙ୍କ ଆଖିରେ ନିଦ ଆସିବ ନାହିଁ। ଆମ ଦାବି ନେଇ ଆମେ ବହୁବାର ସରକାରଙ୍କୁ ସ୍ମାରକପତ୍ର ଦେଇଛୁ। ଆମର ଜିଲ୍ଲା ଦାବି ଆନ୍ଦୋଳନ ପର୍ଯ୍ୟାୟକ୍ରମେ ଚାଲିଛି। ସୋରଡ଼ା ଓ ଭଞ୍ଜନଗର ପରେ ଆମେ ଆଜି ଜଗନ୍ନାଥପ୍ରସାଦ ବ୍ଲକରେ ବନ୍ଦ ପାଳନ କରୁଛୁ।

Advertisment
Bandh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe