Advertisment

ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୧୨, ମ୍ୟାଜିକ ନମ୍ବର ହାସଲ କଲା ଏନଡିଏ

ଶାସକ ଏଡିଏକୁ ରାଜ୍ୟସଭାରେ ୬ ଜଣ ମନୋନୀତ ସଦସ୍ୟ ଓ ଜଣେ ସ୍ୱାଧୀନ ସାଂସଦ ମଧ୍ୟ ସମର୍ଥନ କରୁଛନ୍ତି।

author-image
Hemant Lenka
Rajya Sabha

Rajya Sabha

ସଂସଦର ଉଚ୍ଚ ସଦନ ଅର୍ଥାତ ରାଜ୍ୟସଭାକୁ ଆଜି ୧୨ ଜଣ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହା ମଧ୍ୟରେ ବିଜେପିର ୯ ଜଣ ଓ ଆଉ ୨ ଜଣ ସଦସ୍ୟ ସହଯୋଗୀ ଦଳରୁ ରାଜ୍ୟସଭାର ସାଂସଦ ହୋଇଛନ୍ତି। ୧୧ ରାଜ୍ୟସଭା ଆସନ ହାସଲ କରିବା ପରେ ରାଜ୍ୟସଭାରେ କୌଣସି ବିଲ୍‌ ପାସ୍‌ କରାଇବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଏବେ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ହୋଇଯାଇଛି।

Advertisment

ଆଜି ବିଜେପି ଟିକେଟରୁ ୯ ଜଣ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ଯିବା ପରେ ଉଚ୍ଚ ସଦନରେ ଦଳର ସଦସ୍ୟ ସଂଖ୍ୟା ୯୬ରେ ପହଞ୍ଚିଛି। ସେହିପରି ଏନଡିଏର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୧୧୨ ଛୁଇଁଛି।

ଆଜି ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ଯାଉଥିବା ୧୨ ଜଣଙ୍କ ମଧ୍ୟରୁ ୯ ଜଣ ବିଜେପିର, ଅଜିତ ପାୱାରଙ୍କ ଏନସିପି ଓ ଏନଡିଏ ମେଣ୍ଟରେ ଥିବା ରାଷ୍ଟ୍ରୀୟ ଲୋକ ମଞ୍ଚର ଜଣେ ଲେଖାଏ ସଦସ୍ୟ ଓ କଂଗ୍ରେସରୁ ଅଭିଷେକ ମନୁ ସିଙ୍ଘଭୀ ରହିଛନ୍ତି। ଏହି ଗୋଟିଏ ଆସନ ପରେ ରାଜ୍ୟସଭାରେ ବିରୋଧୀ ସଦସ୍ୟଙ୍କ ସଂଖ୍ୟା ୮୫କୁ ବଢ଼ିଛି।

Advertisment

ଶାସକ ଏଡିଏକୁ ରାଜ୍ୟସଭାରେ ୬ ଜଣ ମନୋନୀତ ସଦସ୍ୟ ଓ ଜଣେ ସ୍ୱାଧୀନ ସାଂସଦ ମଧ୍ୟ ସମର୍ଥନ କରୁଛନ୍ତି। 

ରାଜ୍ୟସଭାରେ ମୋଟ ଆସନ ସଂଖ୍ୟା ୨୪୫। ବର୍ତ୍ତମାନ ୮ଟି ଆସନ ଖାଲି ପଡ଼ିଛି। ଏହାର ଅର୍ଥ ରାଜ୍ୟସଭାରେ ସଦସ୍ୟ ସଂଖ୍ୟା ୨୩୭। ଏଠାରେ କୌଣସି ବିଲ୍‌ ପାସ୍‌ କରାଇବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୧୧୯। ଏହି ମ୍ୟାଜିକ ନମ୍ବରକୁ ଏବେ ଶାସକ ଏନଡିଏ ହାସଲ କରିନେଇଛି।

ବିଜେପିରୁ ଆଜି ନିର୍ନ୍ଦ୍ୱଦ୍ୱରେ ଆସାମରୁ ରଞ୍ଜନ ଦାସ ଓ ରାମେଶ୍ୱର ତେଲି, ବିହାରରୁ ମନନ କୁମାର ମିଶ୍ରା, ହରିୟାଣାରୁ କିରଣ ଚୌଧୁରୀ, ମଧ୍ୟପ୍ରଦେଶରୁ ଜର୍ଜ କରୁୟନ, ମହାରାଷ୍ଟ୍ରରୁ ଧୈର୍ଯ୍ୟଶୀଳ ପାଟିଲ, ଓଡ଼ିଶାର ମମତା ମହାନ୍ତ, ରାଜସ୍ଥାନରୁ ରବନୀତ ସିଂହ ବିଟ୍ଟୁ ଓ ତ୍ରିପୁରାରୁ ରାଜୀବ ଭଟ୍ଟାଚାର୍ଯ୍ୟ ନିର୍ବାଚିତ ହୋଇଛନ୍ତି।

ତେଲଙ୍ଗାନାରୁ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭୀ ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ମହାରାଷ୍ଟ୍ରରୁ ଅଜିତ ପାୱାରଙ୍କ ଏନସିପିରୁ ନୀତୀନ ପଟେଲ ଓ ଆରଏଲଏମରୁ ଉପେନ୍ଦ୍ର କୁଶୱା ବିହାରରୁ ରାଜ୍ୟସଭାକୁ ଯାଇଛନ୍ତି।

Rajya Sabha Election Rajya Sabha Rajya Sabha MP