Advertisment

ନବାଗତଙ୍କଠୁ ହାରିଲେ ୧୨ ମନ୍ତ୍ରୀ

କ୍ୟାବିନେଟ୍ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କାମାକ୍ଷାନଗର ଆସନରୁ ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନାଙ୍କଠୁ ୪୬୨୧ଖଣ୍ଡ ଭୋଟରେ ହାରି ଯାଇଛନ୍ତି।

Bikram keshari arukha

Bikram keshari arukha

Advertisment

ଚଳିତ ନିର୍ବାଚନରେ ରାଜ୍ୟର ୧୨ଜଣ ମନ୍ତ୍ରୀ ପରାଜିତ ହୋଇଛନ୍ତି । ବିଜେପିର ସମସ୍ତ ନବାଗତ(କେବେବି ବିଧାୟକ କି ସାଂସଦ ହୋଇନାହାନ୍ତି)ଙ୍କଠୁ ଏହି ମନ୍ତ୍ରୀମାନେ ପରାଜିତ ହୋଇଛନ୍ତି । ୧୧ଜଣ ମନ୍ତ୍ରୀ ନିଜେ ଲଢ଼ୁଥିବାବେଳେ ଜଣେ ମନ୍ତ୍ରୀ ଉଷା ଦେବୀ ତାଙ୍କର ପୁଅ ଚିନ୍ମୟାନନ୍ଦ ସ୍ୱରୂପଦେବଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ।

Advertisment

ସୂଚନା ଅନୁସାରେ, କ୍ୟାବିନେଟ୍ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କାମାକ୍ଷାନଗର ଆସନରୁ ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନାଙ୍କଠୁ ୪୬୨୧ଖଣ୍ଡ ଭୋଟରେ ହାରି ଯାଇଛନ୍ତି । ସେହିପରି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ଆସନରୁ ବିଜେପିର ପ୍ରଦ୍ୟୁମ୍ନ କୁମାର ନାୟକଙ୍କଠୁ ୧୬୩୨୪ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି । ମନ୍ତ୍ରୀ ପ୍ରଦୀପ କୁମାର ଅମାତ ନିଜର ବୌଦ୍ଧ ଆସନରୁ ବିଜେପିର ସରୋଜ ପ୍ରଧାନଙ୍କଠୁ ୨୭୬୫ଖଣ୍ଡ ଭୋଟରେ ହାରି ଯାଇଛନ୍ତି । ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୟୂରଭଞ୍ଜ ଲୋକସଭା ଆସନରୁ ବିଜେପିର ନବଚରଣ ମାଝୀଙ୍କଠୁ ୨ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମହାକାଳପଡ଼ା ଆସନରୁ ବିଜେପିର ଦୁର୍ଗାପ୍ରସନ୍ନ ନାୟକଙ୍କଠୁ ୩୩୫୨୬ଖଣ୍ଡ ଭୋଟରେ ହାରିଯାଇଛନ୍ତି।

ସେହିପରି ମନ୍ତ୍ରୀ ଟୁକୁନି ସାହୁ ଟିଟଲାଗଡ଼ ଆସନରୁ ବିଜେପିର ନବୀନ ଜୈନଙ୍କଠୁ ୧୭୩୯୯ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି । ସେହିପରି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ସୁକିନ୍ଦା ଆସନରୁ ବିଜେପିର ପ୍ରଦୀପ ବଳସାମନ୍ତଙ୍କଠୁ ପରାଜିତ ହୋଇଛନ୍ତି । ମନ୍ତ୍ରୀ ରୀତା ସାହୁ ବିଜେପୁର ଆସନରୁ ବିଜେପିର ସନତ ଗରତିଆଙ୍କଠୁ ୧୦୦୬୬ଖଣ୍ଡ ଭୋଟରେ ହାରି ଯାଇଛନ୍ତି । ସେହିପରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭୁବନେଶ୍ୱର-ଏକାମ୍ର ଆସନରୁ ବିଜେପିର ବାବୁ ସିଂଙ୍କଠୁ ୫୦୦୫ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି । ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ବିଷମକଟକ ଆସନରୁ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନୀଳମାଧବ ହିକ୍କାଙ୍କଠୁ ୯୪୦୩ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିବା ଜଣାପଡ଼ିଛି । ସେହିପରି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କରଞ୍ଜିଆ ଆସନରୁ ବିଜେପିର ପଦ୍ମଚରଣ ହାଇବ୍ରୁଙ୍କଠୁ ୨୯୪୯୯ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି । ତେବେ ମନ୍ତ୍ରୀ ଉଷା ଦେବୀ ନିଜେ ନିର୍ବାଚନ ନଲଢ଼ି ତାଙ୍କ ପୁଅ ଚିନ୍ମୟାନନ୍ଦ ସ୍ୱରୂପଦେବଙ୍କୁ ଚିକିଟି ଆସନରୁ ପ୍ରାର୍ଥୀ କରିଥିଲେ ଓ ସେଠାରୁ ବିଜେପିର ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କଠୁ ପରାଜିତ ହୋଇଛନ୍ତି ।

Advertisment

ତେବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢ଼ୋଲକିଆ, ପ୍ରତାପ କେଶରୀ ଦେବ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶାରଦା ପ୍ରସାଦ ନାୟକ, ତୁଷାରକାନ୍ତି ବେହେରା ଓ ଅଶ୍ୱିନୀ କୁମାର ପାତ୍ର ବିଜୟୀ ହୋଇଛନ୍ତି ।

Election Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe