Advertisment

କେଜ୍ରିୱାଲଙ୍କ ଠାରୁ ପ୍ରତିଶୋଧ ନେଲେ ଜଣେ ମୁଖ୍ୟମନ୍ତ୍ରୀଙ୍କ ପୁଅ, ଜାଣନ୍ତୁ ୧୨ ବର୍ଷ ତଳେ କ’ଣ ଘଟିଥିଲା?

ସନ୍ଦୀପ ମଧ୍ୟ କେଜ୍ରିୱାଲଙ୍କ ବିରୋଧରେ ଲଢ଼ୁଥିଲେ। ନୂଆଦିଲ୍ଲୀ ଆସନରେ ସେ ତୃତୀୟ ସ୍ଥାନରେ ରହିଥିଲେ ହେଁ କେଜ୍ରିୱାଲଙ୍କ ପରାସ୍ତରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ କେଜ୍ରିୱାଲଙ୍କ ପରାଜୟକୁ ସୁନିଶ୍ଚିତ କରିଛନ୍ତି।

aap

aap

Advertisment

ଚଳିତ ଦିଲ୍ଲୀ ବିଧାନସଭାର ସବୁଠାରୁ ବଡ଼ ମୁଖ୍ୟାଂଶ ହେଲା ବିଜେପିର ପ୍ରଭେଶ ବର୍ମା ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିବା। କାରଣ ଆପର ସବୁଠାରୁ ବଡ଼ ଚେହେରା ଓ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିଲେ କେଜ୍ରିୱାଲ। କିନ୍ତୁ ଏହା ପଛରେ ଥିବା କାହାଣୀର ମୁଖ୍ୟ ଚରିତ୍ର ହେଉନ୍ତି କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦିକ୍ଷୀତ। ସେ ହେଉଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତଙ୍କ ପୁଅ।

Advertisment

ସନ୍ଦୀପ ମଧ୍ୟ କେଜ୍ରିୱାଲଙ୍କ ବିରୋଧରେ ଲଢ଼ୁଥିଲେ। ନୂଆଦିଲ୍ଲୀ ଆସନରେ ସେ ତୃତୀୟ ସ୍ଥାନରେ ରହିଥିଲେ ହେଁ କେଜ୍ରିୱାଲଙ୍କ ପରାସ୍ତରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ କେଜ୍ରିୱାଲଙ୍କ ପରାଜୟକୁ ସୁନିଶ୍ଚିତ କରିଛନ୍ତି।

ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ ଏଥର ନୂଆ କିଛି ଘଟିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତି ପୂର୍ବରୁ ଏଠାରେ ଜିତି ଆସୁଥିଲେ। ସେତେବେଳେ ଏହାର ନାଁ ଗୋଏଲ ମାର୍କେଟ ରହିଥିଲା। ୧୯୯୮ ଓ ୨୦୦୩ରେ ଶିଲା ଗୋଏଲ ମାର୍କେଟ ଆସନରୁ ଜିତିଥିଲେ। ସୀମା ପୁନଃ ନିର୍ଦ୍ଧାରଣ ପରେ ଏହାର ନାଁ ନୂଆଦିଲ୍ଲୀ ହୋଇଯାଇଥିଲା। ୨୦୦୮ରେ ଶିଲା ଦିକ୍ଷୀତି ପୁଣି ଏଠାରୁ ଜିତିଥିଲେ।

Advertisment

ତେବେ ୨୦୧୩ରେ କେଜ୍ରିୱାଲ ହଠାତ୍‌ ନିର୍ବାଚନ ମୈଦାନକୁ ଓହ୍ଲାଥିଲେ। ଦୁର୍ନୀତି ବିରୋଧୀ ଆନ୍ଦୋଳନକୁ ନେଇ ଚର୍ଚ୍ଚାରେ ରହିଥିବା ଆପ୍‌ ପକ୍ଷରୁ କେଜ୍ରିୱାଲ ୩ଥରର ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତକୁ ସିଧାସଳଖ ଚ୍ୟାଲେଞ୍ଜ କରିଥିଲେ। ସେ ଏଠାରେ ନିର୍ବାଚନ ଲଢ଼ି କେବଳ ବିଜୟୀ ହୋଇ ନଥିଲେ ବରଂ ଶିଳା ଦିକ୍ଷୀତଙ୍କ ରାଜନୀତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣି ଦେଇଥିଲେ। ୨୦୧୩ରେ ଆପ୍‌ର ବିଜୟ କଂଗ୍ରେସକୁ ମଧ୍ୟ ଗାଦିଚ୍ୟୁତ କରିଥିଲା। 

ସେବେଠାରୁ କେଜ୍ରିୱାଲ ନୂଆଦିଲ୍ଲୀ ଆସନରୁ ଜିତି ଆସୁଥିଲେ। ଏବେ ୧୨ ବର୍ଷ ପରେ ତାଙ୍କୁ ବିଜେପିର ୪୭ ବର୍ଷୀୟ ଫାୟାର ବ୍ରାଣ୍ତ ନେତା ପ୍ରଭେଶ ବର୍ମା ପରାସ୍ତ କରିଛନ୍ତି। କିନ୍ତୁ ଏଠାରେ ସଂଖ୍ୟାର ଖେଳ ଆଉ କିଛି ବୟାନ କରୁଛି। କେଜ୍ରିୱାଲ ୪,୦୮୯ ଖଣ୍ଡ ଭୋଟରେ ବର୍ମାଙ୍କ ଠାରୁ ହାରିଛନ୍ତି। ସନ୍ଦୀପ ଦିକ୍ଷୀତ ଏଠାରେ ୪୫୬୮ ଖଣ୍ଡ ଭୋଟ ପାଇଛନ୍ତି। ଏଥିସହ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ତେଣୁ ଆପ ଓ କଂଗ୍ରେସ ଯଦି ଏକାଠି ନିର୍ବାଚନ ଲଢ଼ି ଥାଆନ୍ତେ, ତା’ହେଲେ କେଜ୍ରିୱାଲ ଛୋଟ ବ୍ୟବଧାନରେ ହେଉ ପଛେ ବିଜୟ ସ୍ୱାଦ ଚାଖି ପାରିଥାଆନ୍ତେ। କିନ୍ତୁ ସେମିତି କିଛି ହୋଇନାହିଁ।

୧୨ ବର୍ଷ ତଳେ କେଜ୍ରିୱାଲ ଯେଉଁଭଳି ଶିଲା ଦିକ୍ଷୀତଙ୍କ ବିରୋଧରେ ପ୍ରାର୍ଥୀ ହୋଇ ତାଙ୍କୁ ପରାସ୍ତ କରିଥିଲେ, ଏବେ ତାଙ୍କ ପୁଅ ନୂଆଦିଲ୍ଲୀରେ କଂଗ୍ରେସ ଟିକେଟରୁ ଲଢ଼ି ଏହାର ମୁଧୁର ପ୍ରତିଶୋଧ ନେଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ସାମ୍ନାକୁ ଆସିଥିବା ସଂଖ୍ୟା ଆଉ ଏକ କାହାଣୀ କହୁଛି। ୨୦୨୦ ବିଧାନସଭା ନିର୍ବାଚନରେ କେଜ୍ରିୱାଲ ବିଜେପିର ସୁନୀଲ ଯାଦବଙ୍କୁ ୨୧ ହଜାର ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ସେତେବେଳେ କଂଗ୍ରେସର ରମେଶ ସାଭାରୱାଲ ୩୨୨୦ ଖଣ୍ଡ ଭୋଟ ପାଇଥିଲେ। ତେଣୁ ସଂଖ୍ୟାକୁ ଦେଖିଥିଲେ ଏହି ଦୁଇ ନିର୍ବାଚନ ମଧ୍ୟରେ ବିଜେପିର ଭୋଟ ଢେର ବଢ଼ିଛି। ସେହିପରି ଆପ ଆବାହକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ଏହା ମଧ୍ୟ ଭୋଟରଙ୍କୁ ପ୍ରଭାବିତ କରିଥିଲା।

ନିର୍ବାଚନ ବେଳେ ସନ୍ଦୀପ ଦିକ୍ଷୀତ ବିଜେପି ଅପେକ୍ଷା କେଜ୍ରିୱାଲଙ୍କୁ ବେଶୀ ଟାର୍ଗେଟ କରିଥିଲେ। ସେ ନିର୍ଦ୍ଦିଷ୍ଟ ଭାବେ କେଜ୍ରିୱାଲଙ୍କ ବିରୋଧରେ ପ୍ରଚାର କରି ଦିଲ୍ଲୀ ସରକାରଙ୍କ ବିଫଳତା ଲୋକଙ୍କ ଆଗରେ ଉଠାଇଥିଲେ। ଭଉଣୀ ଲତିକା ମଧ୍ୟ ସନ୍ଦୀପଙ୍କ ପାଇଁ ପ୍ରଚାର କରିଥିଲେ। ସେ ସିଧାସଳଖ ଶିଲା ଦିକ୍ଷୀତଙ୍କ ନାଁ ନେଇ ଲୋକଙ୍କୁ ଭାବପ୍ରବଣ କରିଥିଲେ। କେଜ୍ରିୱାଲଙ୍କୁ ସେ ମଧ୍ୟ ଟାର୍ଗେଟ କରିଥିଲେ।

ସବୁଠାରୁ କୌତୁହଳର ବିଷୟ ହେଲା ବର୍ମା ମଧ୍ୟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ। ବିଜେପି ଭେଟରାନ ସାହିବ ସିଂହ ବର୍ମା ୧୯୯୬ ଫେବୃଆରୀ ମାସରୁ ୧୯୯୮ ଅକ୍ଟୋବର ଯାଏ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ।

Arvind Kejriwal Delhi Election Sandeep Dikshit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe