ରାଜ୍ୟର ନିଜସ୍ୱ ୧୩ଟି ଯୋଜନା କେବଳ ପ୍ରଚାରସର୍ବସ୍ୱ : ବିଜେପି

ପ୍ରଧାନମନ୍ତ୍ରୀ ସୁକନ୍ୟା ସମୃଦ୍ଧି ଯୋଜନାରେ ଓଡ଼ିଶାରେ ୧୪ ଲକ୍ଷ ବାଳିକାଙ୍କର ଆର୍ôଥକ ସମୃଦ୍ଧି ପାଇଁ କେନ୍ଦ୍ର ସରକାର ସହାୟତା ଦେଉଛନ୍ତି । ତେବେ ରାଜ୍ୟ ସରକାରଙ୍କର ବିଜୁ କନ୍ୟା ରତ୍ନ ଯୋଜନା କୁଆଡ଼େ ଗଲା?

bjp Photondtv

bjp

Ordigital Desk
  • Published: Thursday, 09 March 2023
  • Updated: 09 March 2023, 10:42 PM IST

ରାଜ୍ୟ ସରକାରଙ୍କ ୧୩ଟି ନିଜସ୍ୱ ଯୋଜନାର ସ୍ଥିତିକୁ ନେଇ ଆଜି ବିଜେପି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟ ସରକାରଙ୍କ ସମସ୍ତ ନିଜସ୍ୱ ଯୋଜନା ଦେବାଳିଆ ଓ ପ୍ରଚାରସର୍ବସ୍ୱ ପାଲଟିଛି ବୋଲି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମିଡିଆ ଟିମ୍ ସହପ୍ରମୁଖ ସୁଜିତ୍ ଦାସଙ୍କ ଉପସ୍ଥିତିରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଏକ ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ବିକାଶ ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ମିଳିତ ଦାୟିତ୍ୱ ରହିଛି । କିନ୍ତୁ ଓଡିଶାରେ ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା, ଯେଉଁ ସବୁ ଯୋଜନାକୁ ନେଇ ଦିନେ ରାଜ୍ୟ ସରକାର ଓଡିଶା ଲୋକଙ୍କୁ ସ୍ୱପ୍ନ ଦେଖାଇଥିଲେ ସେ ସବୁ ଆଜି ଦେବାଳିଆ ଓ କେବଳ ପ୍ରଚାର ସର୍ବସ୍ୱ ହୋଇଛି । ଏମିତିକି ବିଜୁ ବାବୁଙ୍କ ନାଁରେ ହୋଇଥିବା ଯୋଜନା ଗୁଡ଼କ ମଧ୍ୟ ବଜେଟରେ ଟୋକେନ ରାଶିରେ ସୀମିତି ହୋଇଛି । ସାଧାରଣ ଲୋକମାନଙ୍କର ୭ଟି ମୌଳିକ ଆବଶ୍ୟକତା ଯଥା ପକ୍କାଘର, ଚାଉଳ, ବିଜୁଳି, ପିଇବା ପାଣି,ରାସ୍ତା, ଯୁବକମାନଙ୍କର ଆତ୍ମନିଯୁକ୍ତି ଆଦି ପ୍ରସଙ୍ଗରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯୋଜନାର ତୁଳନାତ୍ମକ ଚିତ୍ର ଦେଖାଇ ବିଜେପି ଅଭିଯୋଗ କରିଛି ଯେ ଓଡ଼ିଶାରେ ଯାହାବି ହେଉଛି ସବୁ କିଛି କେନ୍ଦ୍ର ସରକାରଙ୍କ ଯୋଜନାରେ ହେଉଛି ।

Also Read

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ୬ ବର୍ଷ ଭିତରେ ୧୮ ଲକ୍ଷ ୨୮ ହଜାରରୁ ଅଧିକ ପକ୍କାଘର ନିର୍ମାଣ ସରିଲାଣି,ଆଉ ୯ ଲକ୍ଷ ୫୮ ହଜାର ପକ୍କାଘର ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ଅର୍ଥ ଆବଂଟିତ କରିଛନ୍ତି । ଯେଉଁଠି ରାଜ୍ୟ ସରକାରଙ୍କ ଯୋଜନା ବିଜୁ ପକ୍କା ଘରରେ ଗତ ତିନି ବର୍ଷରେ ମାତ୍ର ୩୩୦୯ଟି ଘର ନିର୍ମାଣ ହୋଇଛି । ୨୦୧୯ ସୁଦ୍ଧା ରାଜ୍ୟରେ ଆଉ କେହି କଚ୍ଚା ଘରେ ରହିବେନି ବୋଲି ମୁଖ୍ୟମନ୍ତ୍ରୀ ୨୦୧୪ରେ କହିଥିଲୋ ସେହି ପ୍ରତିଶ୍ରୁତି କୁଆଡେ ଗଲା ଓ ବିଜୁ ପକ୍କାଘର ଯୋଜନାରେ କାହିଁକି ଘର ନିର୍ମାଣ ହୋଇପାରୁନାହିଁ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ର ସରକାରଙ୍କର ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ରେ ୩ କୋଟି ୨୫ ଲକ୍ଷ ଲୋକ ମାସକୁ ୫ କିଲୋ ଖାଦ୍ୟାନ୍ନ ପାଉଥିବାବେଳେ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ମାତ୍ର ୮ ଲକ୍ଷ ଲୋକ ଲାଭାନ୍ୱିତ ହେଉଛନ୍ତି । ଯେଉଁ ବିଜେଡି ମାସକୁ ୧୦ କିଲୋ ଚାଉଳ ଦିଆଯାଉ ବୋଲି ବାରମ୍ବାର ଦାବି କରୁଛି ରାଜ୍ୟ ବଜେଟରେ ୨୬ ହଜାର କୋଟିର ବଳକା ରାଶି ଥିବା ସତ୍ୱେ ରାଜ୍ୟ ସରକାର ସେଭଳି କରିନାହାନ୍ତି । ଏହା ଓଡ଼ିଶାର ଗରିବ ଲୋକଙ୍କ ପ୍ରତି ବିଜେଡିର ପ୍ରତାରଣା ନୁହେଁ କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

ସେହିପରି ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତକରଣ ଯୋଜନାରେ ୨୪.୫୨ଲକ୍ଷ ପରିବାରକୁ ମାଗଣା ବିଜୁଳି ସଂଯୋଗ ଯୋଗାଇଦେବାର ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ଆଜି ପର୍ଯ୍ୟନ୍ତ କେତେ ପଡ଼ା ଗାଁକୁ ବିଜୁଳି ସଂଯୋଗ କରିଛନ୍ତି ଓ ଏବେବି ଅନେକ ପଡ଼ା ଓ ଗାଁକୁ ବିଜୁଳି ସଂଯୋଗ କାହିଁକି ଯାଇନି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨୦୧୭ ରୁ ୨୦୨୦ ମସିହା ମଧ୍ୟରେ ମାତ୍ର ୩ ବର୍ଷରେ ରାଜ୍ୟରେ ୨୦୫୬୮ କିମି ନିର୍ମାଣ ହୋଇଛି । ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’ରେ ଗତ ୧୦ ବର୍ଷରେ ୧୦ ହଜାର କିମିର ରାସ୍ତା ନିର୍ମାଣର ଲକ୍ଷ୍ୟ ରହିଥିଲେ ବି ଗତ ୮ ବର୍ଷରେ ମାତ୍ର ୩୯୦୦ କିମିର ରାସ୍ତା ନିର୍ମାଣ ହୋଇଛି । ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାହିଁକି ମନ୍ଥର ହୋଇଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ନରେନ୍ଦ୍ର ମୋଦି ସରକାର ଜଳ ଜୀବନ ମିଶନ ଆରମ୍ଭ କରିବା ପୁର୍ବରୁ ଓଡିଶାର ଗ୍ରାମାଂଚଳରେ ମାତ୍ର ୩ ପ୍ରତିଶତ ପରିବାରଙ୍କ ପାଖରେ ଟ୍ୟାପ ଯୋଗେ ପିଇବା ପାଣି ଯୋଗାଇବାର ବ୍ୟବସ୍ଥା ଥିଲା । ଏବେ ଓଡ଼ିଶାରେ ଗ୍ରାମାଂଚଳରେ ୫୭ ପ୍ରତିଶତ

ପରିବାରଙ୍କ ପାଖରେ ଟ୍ୟାପ୍ ଯୋଗେ ପିଇବା ପାଣି ମିଳୁଛି । ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ‘ବସୁଧା’ରେ କେତେ ପରିବାରଙ୍କ ପାଖରେ ପିଇବା ପାଣି ପହଂଚିଛି ? ବସୁଧା ଯୋଜନା କେବଳ ଜଳ ଜୀବନ ମିଶନର ନାଁକୁ ହାଇଜ୍ୟାକ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଦେଶରେ ଯୁବଶକ୍ତିମାନଙ୍କର ସ୍କିଲ ଡେଭଲପମେଂଟ ସୁନିଶ୍ଚିନ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଓଡ଼ିଶାର ମୋଟ ୮ ଲକ୍ଷ ଯୁବକ ଯୁବତୀମାନଙ୍କୁ ତାଲିମ ଦିଆଯାଇଛି। ତେବେ ଓଡ଼ିଶା ସରକାରଙ୍କ ‘ବିଜୁ ଆତ୍ମ ନିଯୁକ୍ତି ଯୋଜନା’ ରେ କେତେଜଣଙ୍କୁ ଆତ୍ମ ନିଯୁକ୍ତି ମିଳିଛି ଓ କାହିଁକି ସେହି ଯୋଜନା ଏବେ ଶୀତଳ ଭଣ୍ଡାରରେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ୨୦୧୯ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ବିଜୁ ଯୁବ ବାହିନୀ ଯୋଜନାର ସ୍ଥିତି ଏବେ କେଉଁଠି? ବିଜୁ ଗାଡ଼ି ଯୋଜନା ଏବେ କାର୍ଯ୍ୟ କରୁଛି ତ? । କୁଆଡେ ଗଲା ବିଜୁ ଗାଡ଼ି ଚାଳକ ବୀମା ଯୋଜନା? ସେହିପରି ଆଳୁ ମିଶନ ଓ ପିଆଜ ମିଶନର ସ୍ଥିତି ଏବେ କ’ଣ? ରାଜ୍ୟରେ କେତୋଟି ନୂଆ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହେଲା, ଆଉ ଆଳୁ ଓ ପିଆଜ ଉତ୍ପାଦନ ପରିମାଣ କେତେ ବଢିଲା ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story