Advertisment

ରେଳ ବଜେଟରେ ଓଡ଼ିଶାକୁ ୧୧୪୯୬କୋଟି ଟଙ୍କା: ବିମାନବନ୍ଦରରୁ ଲିଙ୍ଗରାଜ ଷ୍ଟେସନକୁ ଚାଲିବ ଟ୍ରେନ

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ବତଟ ରେଳବାଇକୁ ୧୧୪୯୫.୯୦ କୋଟି ଟଙ୍କାର ପାଣ୍ଠି ଆବଂଟନ ହୋଇଛି ।

 budget

budget

Advertisment

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ବତଟ ରେଳବାଇକୁ ୧୧୪୯୫.୯୦ କୋଟି ଟଙ୍କାର ପାଣ୍ଠି ଆବଂଟନ ହୋଇଛି । ୨୦୨୩-୨୪ରେ ଏହି ପରିମାଣ ୧୧୫୧୩.୭୪କୋଟି ଟଙ୍କା ଥିଲା । ଯାହାକି ଗତବର୍ଷ ତୁଳନାରେ ୦.୨% କମ୍ । ତେବେ ଗତବର୍ଷ ବଜେଟରେ ଆବଂଟିତ ସମ୍ବଳ ତୁଳନାରେ ଚଳିତବର୍ଷ ୧୧୨୭.୦୬କୋଟି ଟଙ୍କା ବୃଦ୍ଧି ହୋଇଛି ବୋଲି ଆଜି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏହାବ୍ୟତୀତ ଭୁବନେଶ୍ୱର ବିମାନ ବନ୍ଦରରୁ ଲିଙ୍ଗରାଜ ମନ୍ଦିର ଷ୍ଟେସନ ପର୍ଯ୍ୟନ୍ତ ପ୍ରାୟ ୭କିମି ନୂଆ ରେଳମାର୍ଗ ନିର୍ମାଣ ଏବଂ ପୁରୀ-କୋଣାର୍କ ମଧ୍ୟରେ ୩୩କିମି ନୂଆ ରେଳମାର୍ଗ ନିର୍ମାଣ ପାଇଁ ଚୂଡ଼ାନ୍ତ ସ୍ଥାନ ସର୍ଭେ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟରେ ବ୍ୟୟବରାଦ ହୋଇଛି । ଗତକାଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ବଜେଟରେ ଓଡ଼ିଶାକୁ ୧୦୫୩୬କୋଟି ଟଙ୍କା ଆବଂଟିତ ହୋଇଛି ବୋଲି ସୂଚନା ଦେଇଥିଲେ । ମାତ୍ର ଏହି ପରିମାଣ ଅଧିକ ରହିଛି ବୋଲି ଆଜି ପୂର୍ବତଟ ରେଳବାଇ ପକ୍ଷରୁ ବିସ୍ତୃତ ତଥ୍ୟ ପ୍ରଦାନ ସହ କୁହାଯାଇଛି ।

ଆଜି ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୨୦୨୪-୨୫ ଆର୍ôଥକ ବର୍ଷରେ ନୂଆ  ରେଳମାର୍ଗ ନିର୍ମାଣ ପାଇଁ ୨୮୧୨.୯୧କୋଟି ଟଙ୍କା, ମାର୍ଗ ଦୋହରୀକରଣ ପାଇଁ ୩୮୧୮.୨୨ କୋଟି ଟଙ୍କା, ଟ୍ରାଫିକ ସୁବିଧା ପାଇଁ ୨୦୦.୭୦କୋଟି ଟଙ୍କା, ଆରଓବି ଓ ବ୍ରିଜ୍ ତଳେ ରୋଡ୍ ନିର୍ମାଣ ପାଇଁ ୪୮୬.୭୬କୋଟି ଟଙ୍କା, ଟ୍ରାକ୍ ନବୀକରଣ ପାଇଁ ୯୩୧.୫୫କୋଟି ଟଙ୍କା, ବ୍ରିଜ୍ ନିର୍ମାଣ ପାଇଁ ୧୭୦.୦୪କୋଟି ଟଙ୍କା, ସିଗନାଲ ଆଣ୍ଡ ଟେଲିକମ୍ୟୁନିକେସନ ପାଇଁ ୨୪୭.୯୪କୋଟି ଟଙ୍କା ଆବଂଟିତ ହୋଇଛି।

Advertisment

ସେହିପରି ରାଜ୍ୟରେ ୭୬ଟି ପ୍ରଚଳିତ ସର୍ଭେ ପାଇଁ ୨୦୨୪-୨୫ ଆର୍ôଥକ ବର୍ଷରେ ୧୧.୭୬ କୋଟି ଟଙ୍କା ଆବଂଟିତ ହୋଇଛି। ଏଥିରେ ହରିଦାସପୁର-ପାରାଦୀପର ୮୦କିମି ନୂଆ ରେଳପଥ, ଜୁନାଗଡ଼-ନବରଙ୍ଗପୁରର ୧୧୮କିମି, ତାଳଚେର-ଗଞ୍ଜାମ-ଗୋପାଳପୁରର ୨୮୨କିମି, ଅନୁଗୁଳ-ସୁକିନ୍ଦା ରେଳଲାଇନର ୯୩କିମି, କୁଟ୍ରୁମାଳି ବକ୍ସାଇଟ୍ ଖଣି- ଲେିଲିଗୁମ୍ମା ୨୫କିମି ରେଳପଥର ନିର୍ମାଣ ନିମନ୍ତେ ଚୂଡ଼ାନ୍ତ ସର୍ଭେ କାର୍ଯ୍ୟ ଚାଲିଛି।
ସେହିପରି ଖୋର୍ଦ୍ଧା ରୋଡ-ବଲାଙ୍ଗୀରର ୨୮୯କିମି ମାର୍ଗ ପାଇଁ ୧୩୫୦କୋଟି ଟଙ୍କା, ତାଳଚେର-ବିମଳାଗଡ଼ର ୧୫୪କିମି ପାଇଁ ୫୦୦କୋଟି ଟଙ୍କା, ଜନଜାତି ଗୌରବ କରିଡ଼ର ପାଇଁ ୩୦୦କୋଟି ଟଙ୍କା, ଜୟପୁର-ମାଲକାନଗିରିର ୧୩୦କିମି ୨୨୩କୋଟି ଟଙ୍କା, ଜୟପୁର-ନବରଙ୍ଗପୁରର ୩୮କିମି ପାଇଁ ୨୩୫କୋଟି ଟଙ୍କା ଆବଂଟିତ ହୋଇଛି।

Odisha Budget 2023-24
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe