Advertisment

ବିଜୁଳି ସୁଧାର ନାଁରେ ୧୫ହଜାର କୋଟି ଟଙ୍କାର ମହାଠକେଇ: କଂଗ୍ରେସ

ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ,ବିଜୁଳ ବିଭାଗର ଭିତ୍ତିିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାର ଏବେ ୧୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ ମଞ୍ଜୁର କରିଛନ୍ତି।

author-image
Ordigital Desk
Congress

Congress

ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମିର ସୁଧାର ଆଳରେ ୧୫ହଜାର କୋଟି ଟଙ୍କାର ମହାଠକେଇ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ପୂର୍ବରୁ ବାରମ୍ବାର ଦାବି ସତ୍ତ୍ୱେ ବିଦ୍ୟୁତ ଭିତ୍ତିଭୂମିରେ ଖର୍ଚ୍ଚ ହୋଇଥିବା ୨୦ହଜାର କୋଟି ଟଙ୍କାର ହିସାବ ସରକାର ଏପର୍ଯ୍ୟନ୍ତ ଦେଲେନି ବୋଲି କଂଗ୍ରେସ କହିଛି ।
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ,ବିଜୁଳ ବିଭାଗର ଭିତ୍ତିିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାର ଏବେ ୧୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ ମଞ୍ଜୁର କରିଛନ୍ତି। ରାଜ୍ୟ ସରକାର ରାଜ୍ୟର ବିଦ୍ୟୁତ ଭିତିଭୂମିର ବିକାଶ ପାଇଁ ପୂର୍ବରୁ ମଞ୍ଜୁର ହୋଇଥିବା ୨୦ ହଜାର କୋଟି ଟଙ୍କା ମଞ୍ଜୁର କରିଥିଲେ କିନ୍ତୁ କଂଗ୍ରେସର ବାରମ୍ବାର ଦାବି ସତ୍ୱେ ଏହି ଟଙ୍କାର ଖର୍ଚ୍ଚର ହିସାବ ଏ ସରକାର ଏପର୍ଯ୍ୟନ୍ତ ଦେଲେ ନାହିଁ । ପୁଣିଥରେ ଆଉ ୧୫ ହଜାର କୋଟି ଟଙ୍କା ବିଦ୍ୟୁତ ଭିତିଭୂମି ବିକାଶ ପାଇଁ ବ୍ୟୟବରାଦ କରିବା କେତେଦୂର ଗ୍ରହଣୀୟ ବୋଲି ସେ ପ୍ରଶ୍ନ କରିଛନ୍ତି । ଆଉ ଏଥିରେ କେତେ କୋଟି ଟଙ୍କାର ଦୁର୍ନୀତି ହୋଇଛି ଏବଂ କେଉଁମାନେ ଏଥିରେ ଅନ୍ତର୍ଭୁକ୍ତ ଏକଥା ଜଳଜଳ ହୋଇ ଦେଖାଯାଉଛି ବୋଲି ସେ କହିଛନ୍ତି ।

Advertisment

ହିସାବ ଦେବାପାଇଁ ସରକାର ଅକ୍ଷମ । ବିଜୁଳି ଉପଭୋକ୍ତା ଭିତ୍ତିଭୂମି ଅଭାବଜନିତ କାରଣରୁ ବର୍ଦ୍ଧିତ ବିଜୁଳି ଦେୟର ଶୀକାର ହେଉଛି । ଆଉ ଏପଟେ ୧୫ ହଜାର କୋଟି ଟଙ୍କା ବ୍ୟୟବରାଦ କରି କେବଳ ଆତ୍ମସାତ ପାଇଁ ପ୍ରୟାସ ହେଉଛି । ଏ ସରକାର ଯେ ଦୁର୍ନୀତିରେ ଉବୁଟୁବୁ ତାହା ଜଳଜଳ ଦିଶୁଛି । ଭିତିଭୂମି ବିକାଶ କ୍ଷେତ୍ରରେ ପୂର୍ବରୁ ମଂଜୁର ହୋଇଥିବା ୨୦ ହଜାର କୋଟି ଟଙ୍କାର ହିସାବ ନଦେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ସେହିପରି ଏହି ସମ୍ମିଳନୀରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାରଙ୍କର ବିଜୁଳି ଉପଭୋକ୍ତାଙ୍କ ସମସ୍ୟାକୁ ସମାଧାନ ପାଇଁ ନିଘା ନାହିଁ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ତଥ୍ୟ ଦେଇ ସେ କହିଥିଲେ ଯେ, ୨୦୧୭-୧୮ ରୁ ୨୦୨୦-୨୧ ମଧ୍ୟରେ ବିଦ୍ୟୁତ ସରବରାହ ଓ ରକ୍ଷଣାବେକ୍ଷଣଜନିତ କ୍ଷତି ଓଡ଼ିଶାରେ ୨୨ ପ୍ରତିଶତ ରହିଛି । ତେଣୁ ବିଜୁଳି ଦେୟ ବଢ଼ୁଛି ଓ ଖାଉଟିଙ୍କ ଦୁର୍ଦ୍ଦଶା ବଢ଼ୁଛି । ଓଡ଼ିଶାର ଅଲ୍ଟ୍ରା ମେଗା ପାୱାର ପ୍ରୋଜେକ୍ଟ ପ୍ରତିଷ୍ଠା ପାଇଁ ସିଦ୍ଧାନ୍ତ ହୋଇଛି ।

Advertisment

ଯେଉଁଥିରୁ ୩୨୦୦ ମେଗାୱାଟ ଶକ୍ତି ଉତ୍ପାଦନ ହେବ । କେନ୍ଦ୍ର ନିର୍ଦ୍ଧାରିତ ନିୟମ ଅନୁସାରେ ଏହାର ୫୦ ଭାଗ ଅର୍ଥାତ ୧୬୦୦ ମେଗାୱାଟ ବିଜୁଳି ଓଡ଼ିଶାକୁ ମିଳିବା କଥା କିନ୍ତୁ ଦୁଭାର୍ଗ୍ୟର କଥା ରାଜ୍ୟ ସରକାର ୧୬୦୦ ମେଗାୱାଟ ପରିବର୍ତେ ୮୦୦ ମେଗାୱାଟ ବିଜୁଳି ଏହି ବୃହତ ପ୍ରକଳ୍ପରୁ ନେବାପାଇଁ ଏକ ୨୫ବର୍ଷିୟା ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି । ଯଦି ଉତ୍ପାଦିତ ବିଜୁଳି କ୍ଷମତାର ୫୦ ଭାଗ ଅର୍ଥାତ ୧୬୦୦ ମେଗାୱାଟ ବିଜୁଳି ନେବାପାଇଁ ରାଜ୍ୟ ରାଜି ହୋଇଥାନ୍ତା ତାହାହେଲେ ଉପଭୋକ୍ତାଙ୍କୁ ବିଜୁଳି ଦର ୟୁନିଟ ପିଛା ୧ ଟଙ୍କା ପଡ଼ିଥାନ୍ତା । କିନ୍ତୁ ସରକାର ଏହା ନକରି ତାମିଲନାଡୁର ନଇଭାଲି କର୍ପୋରେସନକୁ ଉପକୃତ କରିବା ଅଭିସନ୍ଧି ରଖିଛନ୍ତି ।

ସେହିପରି ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଂଚାନନ କାନୁନଗୋ ସିଏଜିଙ୍କ ଦ୍ୱାରା ଆକାଉଣ୍ଟ୍ ଅଡିଟ୍ ଓ ବିଜୁଳି ଅଡିଟ୍ କରିବା ପାଇଁ ଦାବି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଗଶେଣ୍ୱର ବେହେରା ଉପସ୍ଥିତି ଥିଲେ ।

BjD Congress PCC President