ନାରାବାଜୀ କରିବାରୁ ସଂସଦରୁ ୧୫ ସାଂସଦ ନିଲମ୍ବିତ

ଲୋକସଭାରୁ ନିଲମ୍ବିତ ହୋଇଥିବା ୧୪ ଜଣ ସାଂସଦଙ୍କ ମଧ୍ୟରେ ୯ ଜଣ କଂଗ୍ରେସର, ୨ ଜଣ ସିପିଏମ, ଜଣେ ସିପିଆଇ ଓ ୨ ଜଣ ଡିଏମକେ ସଦସ୍ୟ ରହିଛନ୍ତି।

LS

ଲୋକସଭା

Hemant Lenka
  • Published: Thursday, 14 December 2023
  • Updated: 14 December 2023, 04:53 PM IST

ସଂସଦର ସୁରକ୍ଷାରେ ହୋଇଥିବା ସାଂଘାତିକ ତ୍ରୁଟିର ପ୍ରଭାବ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଦେଖିବାକୁ ମିଳିଛି। ଉଭୟ ଗୃହରେ ବିରୋଧୀ ଦଳର ନେତାମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ସମସ୍ତେ ଗୋଟିଏ ସ୍ୱରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିବୃତି ଓ ଇସ୍ତଫା ଦାବି କରି ନାରାବାଜୀ କରିଥିଲେ। ଗୃହ କାର୍ଯ୍ୟ ଆରମ୍ଭରୁ ହିଁ ସଂସଦର ସୁରକ୍ଷା ତ୍ରୁଟିର ତାତି ଦେଖିବାକୁ ମିଳିଥିଲା।

ବାରମ୍ବାର ନାରାବାଜୀ କରି ଏକାଧିକ ବିରୋଧୀ ଦଳର ସଦସ୍ୟ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବାରୁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ସେମାନଙ୍କ ଆଚରଣକୁ ଅଶୋଭନୀୟ ଦର୍ଶାଇ ମୋଟ ୧୫ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଏମାନଙ୍କ ମଧ୍ୟରେ ୧୪ ଜଣ ଲୋକସଭାର ଓ ରାଜ୍ୟସଭାର ଜଣେ ସାଂସଦ ରହିଛନ୍ତି।

Also Read

କଂଗ୍ରେସ ସାଂସଦ ମଣିକମ ଟାଗୋର, ମହମ୍ମଦ ଜାଭେଦ, ଭିକେ ଶ୍ରୀକାନନ୍ଦନ, ବେନୀ ବେହାନାନ, ଡିନ୍ କୁରିଆକୋସ୍, ହିବି ଇଡେନ୍, ଜୋଥିମଣି, ରମ୍ୟା ହରିଦାସ ଓ ଟିଏନ୍ ପ୍ରତାପନଙ୍କୁ ବାଚସ୍ପତି ନିଲମ୍ବିତ କରିଛନ୍ତି। ଡିଏମକେର କେ କାନିମୋଝି, ଏସଆର ପ୍ରତିବନ, ସିପିଏମର ପିଆର ନଟରାଜନ, ଏସ ଭେଙ୍କଟେଶନ ଓ ସିପିଆଇଏମର କେ ସୌଭରାୟନଙ୍କ ବିରୋଧରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହାପୂର୍ବରୁ ଟିଏମସିର ରାଜ୍ୟସଭା ସାଂସଦ ଡେରିକ୍ ଓବ୍ରେନଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀଶ ଧନଖଡ ଓବ୍ରେନଙ୍କୁ ଚଳିତ ଅଧିବେଶନର ସମସ୍ତ କାର୍ଯ୍ୟ ଦିବସରୁ ନିଲମ୍ବନ କରିଛନ୍ତି।

ତେବେ ଏପରି ନିଲମ୍ବନକୁ କଂଗ୍ରେସର ରାଜ୍ୟସଭା ସାଂସଦ କେସି ଭେନୁଗୋପାଲ ଭୟଙ୍କର ଓ ଅଗଣତାନ୍ତ୍ରିକ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story