Advertisment

ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ ମନମୋହନ, ଦୃଢ଼ ହେଲା ବିରୋଧୀ ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୦୯ରେ ଦେଶ ପାଇଲା ତା’ ୧୫ତମ ଲୋକସଭା। ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ବହୁମତ ମିଳି ନ ଥିଲେ ମଧ୍ୟ ମେଣ୍ଟ ସରକାର ଗଠନ ହେଲା। ଯାହାର କାର୍ଯ୍ୟାବଧି ରହିଥିଲା ୧୮ ମେ ୨୦୧୪ ପର୍ଯ୍ୟନ୍ତ। କଂଗ୍ରେସ ନେତୃତ୍ୱାଧିନ ୟୁନାଇଟେଡ୍‌ ପ୍ରୋଗ୍ରେସିଭ୍ ଆଲାଏନ୍ସ ପୂର୍ବ ନିର୍ବାଚନ ଅପେକ୍ଷା ଅଧିକ ୪୪ଟି ଆସନରେ ବିଜୟୀ ହୋଇ ସରକାର ଗଠନ ପାଇଁ ଯୋଗ୍ୟ ବିବେଚିତ ହେଲା। ଏଥର ମଧ୍ୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜ ଭାବମୂର୍ତ୍ତି […]

author-image
Mihir Pattnayak
ଅଦ୍ୟତନ ହୋଇଛି
ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ ମନମୋହନ, ଦୃଢ଼ ହେଲା ବିରୋଧୀ ଦଳ

b66

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୦୯ରେ ଦେଶ ପାଇଲା ତା' ୧୫ତମ ଲୋକସଭା। ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ବହୁମତ ମିଳି ନ ଥିଲେ ମଧ୍ୟ ମେଣ୍ଟ ସରକାର ଗଠନ ହେଲା। ଯାହାର କାର୍ଯ୍ୟାବଧି ରହିଥିଲା ୧୮ ମେ ୨୦୧୪ ପର୍ଯ୍ୟନ୍ତ। କଂଗ୍ରେସ ନେତୃତ୍ୱାଧିନ ୟୁନାଇଟେଡ୍‌ ପ୍ରୋଗ୍ରେସିଭ୍ ଆଲାଏନ୍ସ ପୂର୍ବ ନିର୍ବାଚନ ଅପେକ୍ଷା ଅଧିକ ୪୪ଟି ଆସନରେ ବିଜୟୀ ହୋଇ ସରକାର ଗଠନ ପାଇଁ ଯୋଗ୍ୟ ବିବେଚିତ ହେଲା।

Advertisment

ଏଥର ମଧ୍ୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜ ଭାବମୂର୍ତ୍ତି ଜନତାଙ୍କ ସମ୍ମୁଖରେ ଭିନ୍ନ ଢଙ୍ଗରେ ଉପସ୍ଥାପିତ କଲେ। ସମସ୍ତଙ୍କ ଆକଳନ ଭୁଲ୍‌ ପ୍ରମାଣିତ ହେଲା। ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରି ନ ଥିଲେ ସୋନିଆ। ବରଂ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୨ୟ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ହେଲେ। ସରକାର ଆରମ୍ଭରୁ ବିଶୃଙ୍ଖଳିତ ହୋଇପଡିଲା। ଲୋକସଭାରେ ପୂର୍ବ ସରକାରଗୁଡିକ ପରି ଏଥର ସରକାରଙ୍କ ପଥ ନିଷ୍କଣ୍ଟକ ନ ଥିଲା। ଏକ ସୁଦୃଢ ବିରୋଧୀଦଳ ଥିବାରୁ ସରକାରଙ୍କୁ ଅନେକ ସରକାରୀ ନିୟମ କାର୍ଯ୍ୟାନ୍ୱୟନ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା। ଏହି ଦୁର୍ବଳ ସରକାର ହିଁ ବିଜେପିଙ୍କୁ ଶକ୍ତି ଦେଲା ପରବର୍ତ୍ତି ସମୟରେ ବିଜୟ ପାଇଁ।

୨ୟ ପାଳିରେ ମନମୋହନ ସିଂହ ସରକାର ସମୁଦାୟ ୨୨୨ଟି ବିଲ୍‌ ଆଗତ କରିଥିଲେ। ତନ୍ମଧ୍ୟରୁ ୧୬୫ଟି ବିଲ୍‌ ଗୃହରେ ପାସ୍‌ ହୋଇଥିଲା। ୧୫ତମ ଲୋକସଭା ନିର୍ବାଚନ ସମୟରେ ପୂର୍ବ ସରକାର ସମୟରେ ରାଜ୍ୟସଭା ସଦସ୍ୟ ଥିବା ୧୪ ଜଣ ସଦସ୍ୟ ପ୍ରତ୍ୟକ୍ଷ ମତଦାନ ଜରିଆରେ ଲୋକସଭାକୁ ଆସିଥିଲେ।

Advertisment

ମେଣ୍ଟରେ କିଏ କିଏ ଥିଲେ କଂଗ୍ରେସ ସାଥିରେ

୨୦୦୯ ମେ ୨୨ରେ ମନମୋହନଙ୍କ ଶପଥ ଗ୍ରହଣ ସମାରୋହରେ ବିଭିନ୍ନ ଦଳରୁ ମେଣ୍ଟରେ ସାମିଲ ହୋଇଥିବା ୨୦ ଜଣ ସଦସ୍ୟଙ୍କୁ କ୍ୟାବିନେଟ୍‌ରେ ସାମିଲ କରାଯାଇଥିଲା। ପରବର୍ତ୍ତୀ ସମୟରେ ୫୯ ଜଣ ସଦସ୍ୟ ମେ ୨୭ରେ ଶପଥ ନେଇଥିଲେ। ଏହି ମନ୍ତ୍ରୀ ମଣ୍ଡଳରେ ୫ ଜଣ ଅଣ କଂଗ୍ରେସ ମନ୍ତ୍ରୀ ଥିଲେ, ସେମାନେ ହେଉଛନ୍ତି ଏମ୍‌.କେ.ଆଝାଗିରୀ(ଡିଏମ୍‌କେ), ମୁକୁଲ ରଏ(ତୃଣମୂଳ କଂଗ୍ରେସ), ଶରଦ ପାୱାର (ନ୍ୟାସଲାଲିଷ୍ଟ କଂଗ୍ରେସ ପାର୍ଟି) ଏବଂ ଫାରୁକ୍‌ ଅବଦୁହ୍ଲା(ଜମ୍ମୁ କଶ୍ମୀର ନ୍ୟାସନାଲ କନ୍‌ଫରେନ୍ସ)।