Advertisment

ମହାରାଷ୍ଟ୍ର ବିଧାନସଭାରେ କାହାକୁ ମିଳିବନି ବିରୋଧୀ ଦଳ ନେତା ମାନ୍ୟତା!

ରାଜ୍ୟର ୨୮୮ଟି ବିଧାନସଭା ଆସନରୁ ଯେଉଁ ଦଳ ପାଖରେ ୧୦% ଅର୍ଥାତ ୨୯ଟି ଆସନ ଥିବ, ସେହି ଦଳ ବିରୋଧୀ ଦଳ ନେତା ପଦ ପାଇଁ ଦାବି ଜଣାଇ ପାରିବ।

ss

ss

Advertisment

ମହାରାଷ୍ଟ୍ରର ୧୫ତମ ବିଧାନସଭାରେ ଗୋଟିଏ ବିରଳ ଘଟଣା ଘଟିବାକୁ ଯାଉଛି। କାରଣ ପ୍ରଥମଥର ପାଇଁ ମହାରାଷ୍ଟ୍ର ବିଧାନସଭା ବିନା ବିରୋଧୀ ଦଳ ନେତାରେ କାର୍ଯ୍ୟ କରିବ। କାରଣ କୌଣସି ରାଜନୀତିକ ଦଳ ବିରୋଧୀ ଦଳର ନେତା ମାନ୍ୟତା ପାଇବାକୁ ନିର୍ବାଚନରେ ଆବଶ୍ୟକ ସଂଖ୍ୟା ହାସଲ କରିପାରି ନାହାନ୍ତି।

Advertisment

ବିଧାନସଭାର ନିୟମ ଅନୁଯାୟୀ, ରାଜ୍ୟର ୨୮୮ଟି ବିଧାନସଭା ଆସନରୁ ଯେଉଁ ଦଳ ପାଖରେ ୧୦% ଅର୍ଥାତ ୨୯ଟି ଆସନ ଥିବ, ସେହି ଦଳ ବିରୋଧୀ ଦଳ ନେତା ପଦ ପାଇଁ ଦାବି ଜଣାଇ ପାରିବ।

ସେହି ଅନୁସାରେ, ଶିବସେନା(ୟୁବିଟି), ଏନସିପି(ଏସ୍‌ପି) ଓ କଂଗ୍ରେସ ମଧ୍ୟରୁ ଯଦି କେହି ବି ଏକାକୀ ୨୯ଟି ଆସନ ଜିତିବାକୁ ସକ୍ଷମ ନ ହେବେ, ତା’ହେଲେ ବିରୋଧୀ ଦଳ ନେତା ପଦ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।

Advertisment

ବର୍ତ୍ତମାନର ଟ୍ରେଣ୍ଡ କହୁଛି ଯେ ବିରୋଧୀ ଏମଭିଏରେ ଥିବା ଦଳଗୁଡ଼ିକ ୨୯ଟି ଜିତିବାକୁ ସକ୍ଷମ ହେବେ ନାହିଁ। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତି ଅନୁସାରେ ଶିବସେନା(ୟୁବିଟି) ୨୧ଟି, କଂଗ୍ରେସ ୧୬ଟି ଓ ଏନସିପି(ଶରଦ ପାୱାର) ୧୦ଟି ଆସନ ଜିତିବାକୁ ଯାଉଛନ୍ତି। ଯଦି ଏହି ଟ୍ରେଣ୍ଡ ଜାରି ରହିବ, ତା’ହେଲେ କେହି ବି ବିଧାନସଭାରେ ବିରୋଧୀ ଦଳ ନେତା ମାନ୍ୟତା ପାଇବେ ନାହିଁ।

ନିୟମ କହୁଛି, ମେଣ୍ଟରେ ଥିବା ଦଳଗୁଡ଼ିକ ମିଳିତ ଭାବେ ନିଜ ଶକ୍ତି ପ୍ରଦର୍ଶନ କରି ବିରୋଧୀ ଦଳ ନେତାର ମାନ୍ୟତା ହାସଲ କରିପାରିବେ ନାହିଁ। ୧୯୬୦ରେ ମହାରାଷ୍ଟ୍ର ବିଧାନସଭା ଗଠନ ହୋଇଥିବା ବେଳେ ସମ୍ଭବତଃ ଗୃହ ପ୍ରଥମଥର ପାଇଁ ବିନା ବିରୋଧୀ ଦଳ ନେତାରେ କାର୍ଯ୍ୟ କରିବ।

Maharashtra Politics Maharashtra Eelection 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe