Advertisment

କଂଗ୍ରେସ ନେତୃତ୍ୱରେ ୧୭ଟି ଦଳ ଏକଜୁଟ: ରାଜ୍ୟବ୍ୟାପୀ କରିବେ ଆନ୍ଦୋଳନ

ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ୧୭ଟି ମିଳିତ ବିରୋଧୀ ଦଳର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

Sarat patnik

Sarat Patnaik

Advertisment

ରାଜ୍ୟରେ ୧୭ଟି ଅଣବିଜେଡି ଓ ଅଣବିଜେପି ଦଳ ଆଜି ଏକଜୁଟ ହୋଇ ଆଗାମୀ ଦିନରେ ମିଳିତ ଭାବେ ରାଜ୍ୟର ସବୁ ଜିଲ୍ଲାରେ ଦୁର୍ବାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦେଶର ତଥା ରାଜ୍ୟର ପ୍ରମୁଖ ପ୍ରସଙ୍ଗରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ‘ନବୀନ ଓ ମୋଦି ହଟାଅ, ଓଡ଼ିଶା  ଓ ଦେଶ ବଂଚାଅ’ର ସ୍ଲୋଗାନ ଦେଇଛନ୍ତି ।

Advertisment

ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ୧୭ଟି ମିଳିତ ବିରୋଧୀ ଦଳର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ଅଣବିଜେଡ଼ି ଓ ଅଣବିଜେପି ଦଳମାନେ ସାମ୍ପ୍ରତିକ ରାଜନୈତିକ, ସାମାଜିକ ତଥା ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିବା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି । ଏହି ସମ୍ମିଳନୀରେ ଦେଶ ତଥା ରାଜ୍ୟର ପ୍ରମୁଖ ପ୍ରସଙ୍ଗ ଯଥା ଚାଷୀ ସମସ୍ୟା, ବେକାରୀ ସମସ୍ୟା, ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ମହିଳା ନିର୍ଯାତନା, ସାମାଜିକ ନ୍ୟାୟ, ଚିଟଫଣ୍ଡ, ଖଣି, ପାଣି ତଥା ବେଦାନ୍ତ ବିଶ୍ୱବିଦ୍ୟାଳୟ ଦୁର୍ନୀତି ଓ ଟାଟା ପାୱାରର ଖାଉଟି ଶୋଷଣ ନୀତି ସଂକ୍ରାନ୍ତରେ ୧୭ ଗୋଟି ବିରୋଧି ଦଳ ମିଳିତ ଭାବେ ରାଜ୍ୟର ସମସ୍ତ ଭାଗରେ ତଥା ଜିଲ୍ଲା ମାନଙ୍କରେ ଦୁର୍ବାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ରାଜ୍ୟରେ ବିଜେଡ଼ି ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା କରି ବିଜେପିର ବଶମ୍ବଦ ସାଜିବା ଓ ରାଜ୍ୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ମୋଦି ସରକାରଙ୍କର ସମସ୍ତ ଜନବିରୋଧୀ ନୀତି ନିଷ୍ପତିକୁ ନିଃସର୍ତ ଭାବରେ ସମର୍ଥନ କରି ଚାଲୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

Advertisment

ମିଳିତ ବିରୋଧି ମଂଚ ନବୀନ ଓ ମୋଦି ସରକାରଙ୍କ ଅଲିଖିତ ମେଂଟକୁ କଠୋର ସମାଲୋଚନା କରିଥିଲା ଓ ଜନସ୍ୱାର୍ଥର ଜାଗ୍ରତ ପ୍ରହରୀ ଭାବେ ନିରବଚ୍ଛିନ୍ନ ସଂଗ୍ରାମ ରାଜ୍ୟବ୍ୟାପୀ ଗଢ଼ିତୋଳିବାକୁ ସଂକଳ୍ପ ନେଇଥିଲା । ସଚେତନ ରାଜ୍ୟବାସୀ ଉଭୟ ବିଜେଡ଼ି ଓ ବିଜେପିର ଅସଲ ଚେହେରା ଚିହ୍ନିବେ ଓ ମିଳିତ ବିରୋଧୀ ମେଂଟର ପ୍ରତ୍ୟେକ ଆନ୍ଦୋଳନରେ ସାମିଲ ହେବାକୁ ନିବେଦନ କରାଯାଇଥିଲା । ଏହି ସମ୍ମିଳନୀରେ ମଣିପୁର ସମସ୍ୟା ଓ ନିର୍ବାଚନ କମିଶନ ନିଯୁକ୍ତିକୁ ନେଇ ଆସିଥିବା ବିଲକୁ ମିଳିତ ବିରୋଧୀ ମଂଚ ଦୃଢ଼ ବିରୋଧ ସହ ମୋଦି ସରକାରଙ୍କ ଆଭିମୁଖ୍ୟକୁ ନିନ୍ଦା କରିଥିଲେ । 

ଏହି ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ତଥା ସମ୍ମିଳନୀର ଆବାହକ ପ୍ରସାଦ ହରିଚନ୍ଦନ ଭିତ୍ତିପତ୍ର ଉପସ୍ଥାପନ କରିଥିଲେ । ସିପିଏମ ନେତା ଜନାର୍ଦ୍ଦନ ପତି, ସିପିଏମର ରାଜ୍ୟ ସାଧାରଣ ସଂପାଦକ, ଅଳିକିଶୋର ପଟ୍ଟନାୟକ, ସିିପିଆଇ ରାଜ୍ୟ ସାଧାରଣ ସଂପାଦକ ଅଭୟ ସାହୁ, ଆପ୍ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀମତୀ ଅଞ୍ଜନୀ ସୋରେନ, ଶିବାଜୀ ମୌଲିକ, ସମୃଦ୍ଧ ଓଡ଼ିଶା ରାଜ୍ୟ ସଭାପତି ଯତୀଶ ଚନ୍ଦ୍ର ମହାନ୍ତି, ତୃଣମୂଳ କଂଗ୍ରେସର ପ୍ରତିନିଧି ନନ୍ଦନ ପାଲ, ସିପିଆଇ (ଏମଏଲ) ଲିବରେସନ ସାଧାରଣ ସଂପାଦକ ଯୁଧିଷ୍ଠିର ମହାପାତ୍ର, ଅଲଇଣ୍ଡିଆ ଫରୱାର୍ଡ଼ ବ୍ଲକ ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଆରଜେଡି ରାଜ୍ୟ ସାଧାରଣ ସଂପାଦକ ହେମନ୍ତ କୁମାର, ସମତାକ୍ରାନ୍ତି ଦଳ ରାଜ୍ୟ ସାଧାରଣ ସଂପାଦକ ପ୍ରଭାସ ସାମନ୍ତରାୟ, ଆରପିଆଇ ରାଜ୍ୟ ସଭାପତି ସେକ୍ ଅବଦୁଲ ୱାଲି ପ୍ରମୁଖ ଅଭିଭାଷଣ ଦେଇଥିଲେ । ଜେଡିୟୁ ଓ ସିପିଆଇ ଏମଏଲ ରେଡଷ୍ଟାର ପକ୍ଷରୁ ଏହି ସମ୍ମିଳନୀକୁ ଲିଖିତ ସମର୍ଥନ ଦିଆଯାଇଥିଲା ।

ପ୍ରଦେଶ କଂଗ୍ରେସ ପକ୍ଷରୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବିଜୟ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ପଂଚାନନ କାନୁନଗୋ, ଯଜେ୍ଞଶ୍ୱର ବାବୁ ଓ ଗଣେଶ୍ୱର ବେହେରା ଅଭିଭାଷଣ ଦେଇଥିବାବେଳେ ପିସିସି ସାଧାରଣ ସଂପାଦକ ରଶ୍ମି ମହାପାତ୍ର ଧନ୍ୟବାଦ ଦେଇôଥଲେ ।

Congress Aam Aadmi Party CPM CPI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe