Advertisment

ମହିଳା ଭୋଟ୍ ଲକ୍ଷ୍ୟ: ମିଶନଶକ୍ତି ସ୍କୁଟର ଯୋଜନାରେ ଖର୍ଚ୍ଚ ହେବ ୫୨୮ କୋଟି, କ୍ୟାବିନେଟ୍ ମଞ୍ଜୁରୀ

ରାଜ୍ୟରେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ୨ଲକ୍ଷ ମହିଳାଙ୍କୁ(ଭୋଟ୍ ବ୍ୟାଙ୍କକୁ ପ୍ରଭାବିତ କରିବାର କ୍ଷମତା ରଖୁଥିବା ମହିଳାମାନଙ୍କୁ) ସ୍କୁଟର କିଣିବା ପାଇଁ ସମ୍ପୂର୍ଣ୍ଣ ସୁଧ ରିହାତି ଦେବାକୁ ଏହି ପଦକ୍ଷେପ ରାଜ୍ୟ ସରକାର ନେଇଛନ୍ତି ।

Electric Scooter

Electric Scooter

Advertisment

 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳା ଭୋଟ୍ ବ୍ୟାଙ୍କକୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ‘ମିଶନଶକ୍ତି ସ୍କୁଟର ଯୋଜନା’ର ବ୍ୟୟବରାଦକୁ ବୃଦ୍ଧି କରିଛି । ଆସନ୍ତା ୫ବର୍ଷ ମଧ୍ୟରେ ଏହି ସ୍କୁଟର ଯୋଜନାରେ ମୋଟ ୫୨୮.୫୫କୋଟି ଟଙ୍କା ଖର୍ଚ୍ଚ କରିବାକୁ ବଜେଟ୍ ନିର୍ଦ୍ଧାରଣ କରାଯାଇଛି । ଆଜି ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ରାଜ୍ୟ ସରକାର ଏହି ନୂଆ ସ୍କୁଟର ଯୋଜନାର ଘୋଷଣା କରିବା ସହ ୫୦କୋଟି ଟଙ୍କା ବ୍ୟୟବରାଦ କରାଯିବ ବୋଲି କହିଥିଲେ । ଏବେ ରାଜ୍ୟରେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ୨ଲକ୍ଷ ମହିଳାଙ୍କୁ(ଭୋଟ୍ ବ୍ୟାଙ୍କକୁ ପ୍ରଭାବିତ କରିବାର କ୍ଷମତା ରଖୁଥିବା ମହିଳାମାନଙ୍କୁ) ସ୍କୁଟର କିଣିବା ପାଇଁ ସମ୍ପୂର୍ଣ୍ଣ ସୁଧ ରିହାତି ଦେବାକୁ ଏହି ପଦକ୍ଷେପ ରାଜ୍ୟ ସରକାର ନେଇଛନ୍ତି ।

Advertisment

କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ମିଶନଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘରେ କାର୍ଯ୍ୟରତ ୧.୨୫ଲକ୍ଷ କାର୍ଯ୍ୟନିର୍ବାହୀ ସଦସ୍ୟା(ପଂଚାୟତ,ୱାର୍ଡ, ବ୍ଲକ, ସହର ଓ ଜିଲ୍ଲାସ୍ତରର) ସମେତ   ସିଆରପି, ଏମବିକେ,ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଜୀବିକା ସହାୟିକା, ଉଦ୍ୟୋଗୀ ମିତ୍ର, ବିସିଏ ଭଳି ପ୍ରାୟ ୭୫ହଜାର କମ୍ୟୁନିଟି ସର୍ପୋଟ୍ ଷ୍ଟାଫଙ୍କୁ ସେମାନଙ୍କ ପସନ୍ଦ ମୁତାବକ ସ୍କୁଟର କିଣିବା ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ ଦିଆଯିବ । ଏହି ଯୋଜନାକୁ ବ୍ୟାପକ ଭାବେ ଉପଲବ୍ଧ ଓ କାର୍ଯ୍ୟକାରୀ କରାଇବା ପାଇଁ ଆସନ୍ତା ୫ବର୍ଷ ମଧ୍ୟରେ ୫୨୮.୫୫କୋଟି ଟଙ୍କାର ବଜେଟ୍ ନିର୍ଦ୍ଧାରଣ କରାଯାଇଛ । ଏହି ମହିଳାମାନଙ୍କ ବ୍ୟକ୍ତିଗତ ଯାତାୟତକୁ ସୁଗମ କରିବା ସହ ସେମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ସହିତ ସାମାଜିକ ପରିବର୍ତ୍ତନ ତଥା ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରାୟ ୮୦ହଜାର ମହିଳାଙ୍କୁ ଏହି ଯୋଜନାରେ ସ୍କୁଟର ଦେବା ପାଇଁ ୮୦କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଥିବା ନେଇ ମିଶନ ଶକ୍ତି ସଚିବ ସୁଜାତା ଆର କାତ୍ତିକେୟନ ବିଭାଗର ଜିଲ୍ଲାସ୍ତରର ଅଧିକାରୀମାନଙ୍କ ଏକ ବୈଠକରେ ସୂଚନା ଦେଇଥିଲେ । ଏହି ଯୋଜନାକୁ ଯେଭଳି ବ୍ୟାପକ କରାଯିବ ଓ ବ୍ଲକ-ଜିଲ୍ଲାସ୍ତରରେ ଅଧିକରୁ ଅଧିକ ସଂଖ୍ୟକ ଆବେଦନ ଆସିବ ତା’ ଉପରେ ଗୁରୁତ୍ୱ ଦେବା ସହ ମାତ୍ର ୩୮-୩୯ହଜାର ଆବେଦନ ମିଳିଥିବା କହି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଲୋକସଂଖ୍ୟା ଅନୁପାତରେ ଅଧିକ ସଂଖ୍ୟକ ଆବେଦନ ଆସିବା ଦରକାର ଓ ଏ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Advertisment

ସୂଚନାଯୋଗ୍ୟ, ଗାଁ ଗହଳିରେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଏହି ମହିଳାମାନଙ୍କ ସହାୟତାରେ ଓ ସେମାନଙ୍କ ତୁଷ୍ଟୀକରଣ କରି ବିଜେଡି ସରକାର ନିଜର ଭୋଟବ୍ୟାଙ୍କକୁ ସୁଦୃଢ଼ କରିବାକୁ ଚାହୁଁଥିବା ଚର୍ଚ୍ଚା ।

Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe