Advertisment

ପ୍ରସନ୍ନ ଆଚାର୍ଯ୍ୟଙ୍କ ହାତ ଛାଡ଼ିଲେ ୧୮ ଜଣ ସରପଞ୍ଚ ଓ ନାଏବ ସରପଞ୍ଚ

ସମ୍ୱଲପୁର ଜିଲ୍ଲାର ବିଜେଡି ଗଡ଼ ଭାବେ ପରିଚିତ ଥିଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ। ୨୦୦୦ ମସିହାରୁ ଏଠାରେ ଲଗାତାର ଭାବେ ବିଜେଡି ଜିତି ଆସୁଛି। ରୋହିତ ପୂଜାରୀ ଏଠାରେ ଦୁଇଟି ଟର୍ମ ଜିତିଥିଲେ।

ଅଦ୍ୟତନ ହୋଇଛି
BJP

BJP

Advertisment

ଭୁଶୁଡୁଛି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଗଡ଼! ତାଙ୍କ ହାତ ଛାଡ଼ିଛନ୍ତି ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ୧୮ ଜଣ ସରପଞ୍ଚ ଓ ନାଏବ ସରପଞ୍ଚ। ଆଜି ସେମାନେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ସମ୍ୱଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସରପଞ୍ଚ ଓ ନାଏବ ସରପଞ୍ଚମାନେ ନିଜ ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି।

Advertisment

ସମ୍ୱଲପୁର ଜିଲ୍ଲାର ବିଜେଡି ଗଡ଼ ଭାବେ ପରିଚିତ ଥିଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ। ୨୦୦୦ ମସିହାରୁ ଏଠାରେ ଲଗାତାର ଭାବେ ବିଜେଡି ଜିତି ଆସୁଛି। ରୋହିତ ପୂଜାରୀ ଏଠାରେ ଦୁଇଟି ଟର୍ମ ଜିତିଥିଲେ। ଆଉ ମନ୍ତ୍ରୀ ମଧ୍ୟ ହୋଇଥିଲେ। ଏଥର ଦଳ ରୋହିତଙ୍କ ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା। ଲୋକମାନେ ତାଙ୍କ ଭରପୂର ସମର୍ଥନ ଦେଇଥିଲେ। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜୟୀ କରାଇ ବିଧାନସଭାକୁ ପଠାଇଥିଲେ।

କୁହାଯାଉଛି ପ୍ରସନ୍ନଙ୍କ ବିଜୟର ପ୍ରମୁଖ ଭୂମିକା ନେଇଥିଲେ ଗ୍ରାସ୍‌ ରୁଟ୍‌ରେ କାମ କରୁଥିବା ସରପଞ୍ଚ ଓ ନାଏବ ସରପଞ୍ଚ। ହେଲେ ହଠାତ୍‌ କଣ ହେଲା ପ୍ରସନ୍ନଙ୍କ ହାତ ଛାଡ଼ିଦେଲେ ୧୮ ସରପଞ୍ଚ ଓ ନାଏବ ସରପଞ୍ଚ? ଏହାର ଉତ୍ତର ବିଜେଡି ପାଖରେ ନଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଓ ସମ୍ୱଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ସରପଞ୍ଚ ଓ ନାଏବ ସରପଞ୍ଚମାନେ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍‌ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ସେମାନଙ୍କୁ ସ୍ୱାଗତ କରିଛନ୍ତି।

Advertisment

ମିଶ୍ରଣ ପର୍ବ ପରେ ଧର୍ମେନ୍ଦ୍ର ପ୍ରଧାନ Xରେ ଲେଖିଛନ୍ତି, ସମ୍ବଲପୁରଠାରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ଜନ ପ୍ରତିନିଧି ଓ ସ୍ଥାନୀୟ ନେତୃତ୍ୱଙ୍କୁ ଦଳରେ ସ୍ୱାଗତ କଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ ଓ ରାଜ୍ୟରେ ବିଜେପି ସରକାରର କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଉଛି। ଏହି ଯୋଗଦାନ ତୃଣମୂଳ ସ୍ତରରେ ଆମର ସଂଗଠନକୁ ଅଧିକ ମଜଭୁତ କରିବ ବୋଲି ଶ୍ରୀ ପ୍ରଧାନ ଲେଖିଛନ୍ତି।

ସେପଟେ ମନ୍ତ୍ରୀ ରବି ନାଏକ କହିଛନ୍ତି, ଦୀର୍ଘ ସମୟ ଧରି ନେତୃତ୍ୱ ନେଲା ପରେ ମଧ୍ୟ ରେଢ଼ାଖୋଲ ଅଞ୍ଚଳର ବିକାଶ ହୋଇପାରିଲା ନାହିଁ। ଚାଷ ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ନାନା ସମସ୍ୟା ଭିତରେ ଜୀବନ ଅତିବାହିତ କରୁଛନ୍ତି। ତେଣୁ ଡବଲ ଇଞ୍ଜିନ ସରକାରର କାର୍ଯ୍ୟ ଉପର ଭରସା କରି ୧୮ ଜଣ ସରପଞ୍ଚ ଓ ନାଏବ ସରପଞ୍ଚ ଆଜି ବିଜେପିରେ ଯୋଗଦେଇଛନ୍ତି। ଆଗମୀ ଦିନରେ ସେମାନେ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ସେମାନଙ୍କୁ ମୁଁ ଦଳ ତରଫରୁ ସ୍ୱାଗତ କରୁଛି ବୋଲି ମନ୍ତ୍ରୀ କହିଛନ୍ତି।

BjD Bjp Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe