Advertisment

୧୯ ଓ ୨୦ରେ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ, ଆସିବେ ଜେପି ନଡ୍ଡା

୧୯ ତାରିଖ ସକାଳ ସାଢ଼େ ୧୦ଟାରେ ପଦାଧିକାରୀ ବୈଠକ ବସିବ। ଅପରାହ୍ନ ସାଢ଼େ ୨ଟାରେ ଉଦଘାଟିତ ହେବ କାର୍ଯ୍ୟକାରିଣୀ। ୨୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ।

author-image
Biswajit Samal
JP Nadda

JP Nadda

ଆସନ୍ତା ୧୯ ଓ ୨୦ ତାରିଖରେ ବିଜେପିର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ। ପୁରୀ ବଳିଆପଣ୍ଡାରେ ବୈଠକକୁ ଉଦଘାଟନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। କେନ୍ଦ୍ରରେ ତୃତୀୟ ଥର ମୋଦି ସରକାର ଓ ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ଗଠନ ପରେ ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସୁଛି।

Advertisment

୧୯ ତାରିଖ ସକାଳ ସାଢ଼େ ୧୦ଟାରେ ପଦାଧିକାରୀ ବୈଠକ ବସିବ। ଅପରାହ୍ନ ସାଢ଼େ ୨ଟାରେ ଉଦଘାଟିତ ହେବ କାର୍ଯ୍ୟକାରିଣୀ। ୨୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ। ବୈଠକରେ ମୁଖ୍ୟମନ୍ତ୍ରୀ, ସବୁ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ମନ୍ତ୍ରୀଙ୍କ ସମେତ ନିର୍ବାଚନ ଦାୟିତ୍ୱରେ ଥିବା ବିଧାନସଭା ଓ ଲୋକସଭା ସଂଯୋଜକ, ଜିଲ୍ଲା ସଭାପତି, ସାଧାରଣ ସଂପାଦକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ମୋର୍ଚ୍ଚା ସଭାପତି ପ୍ରମୁଖ ଉପସ୍ଥିତ ରହିବେ। ଏମାନଙ୍କ ବ୍ୟତୀତ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ବି ଉପସ୍ଥିତ ରହିବେ।

ବୈଠକରେ ରାଜନୈତିକ ପରିସ୍ଥିତି, ସାଂପ୍ରତିକ ସରକାରର ଜନକଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇ ଆଗାମୀ ରଣନୀତି ପ୍ରସ୍ତୁତ ହେବ।

Advertisment
Bjp