Advertisment

୨୩ବର୍ଷ ଶାସନରେ ରହିବା ପରେ ଚେତା ପଶିଲା: ଫେବୃୟାରୀ ୩ରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଦୀର୍ଘ ଅଢ଼େଇ ଦଶନ୍ଧି ଧରି ରାଜ୍ୟରେ କ୍ରମାଗତ ଶାସନରେ ଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ସରକାରଙ୍କର ଶେଷରେ ଭାଷାପ୍ରେମ ଜାଗ୍ରତ ହୋଇଛି।

Naveen Patnaik

Naveen Patnaik

Advertisment

ଦୀର୍ଘ ଅଢ଼େଇ ଦଶନ୍ଧି ଧରି ରାଜ୍ୟରେ କ୍ରମାଗତ ଶାସନରେ ଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ସରକାରଙ୍କର ଶେଷରେ ଭାଷାପ୍ରେମ ଜାଗ୍ରତ ହୋଇଛି । ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଆ ଭାଷାର ପ୍ରଚାର ଓ ଓଡ଼ିଆ ଅସ୍ମିତାକୁ ଆଳ କରିଛନ୍ତି ବିଜେଡି ସରକାର । ପ୍ରଥମଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରିଛନ୍ତି ରାଜ୍ୟ ସରକାର । ଫେବୃୟାରୀ ୩ରୁ ତିନିଦିନିଆ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ହେବ । ଗତ ଡିସେମ୍ବର ୧୯ତାରିଖରେ ରାଜ୍ୟ ଐତିହ୍ୟ କ୍ୟାବିନେଟରେ ଏହି ବିଶ୍ୱ ଓଡ଼ିଆ ସମ୍ମିଳନୀ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଥିଲା ।

Advertisment

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଆସନ୍ତା ଫେବୃୟାରୀ ୩ରୁ ୫ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଜ୍ୟରେ ପ୍ରଥମଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ । ଏହି ସମ୍ମିଳନୀ ଯେପରି ସଫଳ ହେବ ସେଥିପାଇଁ ସବୁ ବିଭାଗ ମଧ୍ୟରେ ସମନ୍ୱୟ ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସମନ୍ୱୟ ରଖି ଏହି ସମ୍ମିଳନୀକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହି ଭାଷା ସମ୍ମିଳନୀ ଓଡ଼ିଆ ଅସ୍ମିତାର ପରିଚୟ ହେବ । ଶାସ୍ତ୍ରୀୟ ଭାଷା ଓଡ଼ିଆକୁ କିପରି ଅଧିକ ଲୋକପ୍ରିୟ କରାଯିବ ତାହା ଉପରେ ବିଶଦ ଆଲୋଚନା ଏହି ସମ୍ମିଳନୀରେ ହେବ । ଏବେ ପରିବର୍ତ୍ତିତ ପରିସ୍ଥିତିରେ ପ୍ରଯୁକ୍ତିବିଦ୍ୟା ଯୁଗରେ ଏହି ଭାଷା ସମ୍ମିଳନୀ ଯୁବପୀଢ଼ୀଙ୍କୁ ଓଡ଼ିଆ ଭାଷା ପ୍ରତି ଆକର୍ଷିତ କରିବ ।
ଏହି ସମ୍ମିଳନୀରେ ଓଡ଼ିଆ ଭାଷାର ପ୍ରାଚୀନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ଉପରେ ତର୍କଭିତ୍ତିକ ଓ ମାର୍ମକ ତର୍ଜମା କରାଯିବ । ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଷାବିତମାନେ ଯୋଗ ଦେଇ ଓଡ଼ିଆ ଭାଷାର ସର୍ବପ୍ରାଚୀନତା ଓ ନିରନ୍ତରତା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟଭିତ୍ତିକ ଆଲୋଚନା କରିବେ । ଏଥିରେ ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଅନୁଷ୍ଠିତ ହେବ । ଏହାସହିତ ଉକ୍ତ ଦିନିଆ ସମ୍ମିଳନୀରେ ବିଶେଷଜ୍ଞଢ଼ାନେ ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରୂପରେଖ ଉପରେ ତଥ୍ୟଭିତ୍ତିକ ଉପସ୍ଥାପନ କରିବେ ।

Advertisment

ଏହି ସମ୍ମିଳନୀରେ ଛାତ୍ରଛାତ୍ରୀ,ଶିକ୍ଷକ-ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ଓ ସବୁ ବର୍ଗର ବ୍ୟକ୍ତିବିଶେଷ ଯୋଗଦେବେ । ଓଡ଼ିଆ ଭାଷାକୁ ଅଭିନବ ଭାବେ କିଭଳି ଶିଖିହେବ ଏ ସମ୍ପର୍କରେ ବି ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏହି ସମ୍ମିଳନୀ ବିଶ୍ୱର କୋଣଅନୁକୋଣରେ ରହୁଥିବା ଓଡ଼ିଆ ଭାଷାଭାଷୀମାନଙ୍କ ନିମନ୍ତେ ଏକ ନୂତନ ଆଲୋକବର୍ତ୍ତିତା ହେବ ବୋଲି ସରକାରଙ୍କ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ।

ତେବେ ପ୍ରଶ୍ନ ଉଠୁଛି, ଓଡ଼ିଆ ଭାଷା ପାଇଁ ଦୀର୍ଘ ୧୦ବର୍ଷ ହେଲା ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିଲେ ମଧ୍ୟ ଚୁପ୍ ବସିଥିବା ସରକାରଙ୍କ ପାଇଁ ଏବେ ନିର୍ବାଚନ ସମୟରେ କାହିଁକି ଓଡ଼ିଆ ଭାଷା ପ୍ରେମ ଜାଗ୍ରତ ହେଲା । ଭୋଟ୍ ପାଇଁ ଏଭଳି ଆଡ଼ମ୍ବର ନା ବାସ୍ତବରେ ଭାଷାର ସୁରକ୍ଷା ଓ ପ୍ରଚାର ପାଇଁ ସରକାରଙ୍କ ଏଭଳି ପ୍ରୟାସ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

1st World Orthodox Language
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe