Advertisment

୨ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଉଦ୍ଧବ ସେନା

ଅନନ୍ତ ଗୀତେ ଓ ଅରବିନ୍ଦ ସାୱନ୍ତ ଯଥାକ୍ରମେ ଶିବସେନା(ୟୁବିଟି) ପାଇଁ ରାଇଗଡ଼ ଏବଂ ଦକ୍ଷିଣ ମୁମ୍ବାଇରୁ ଲୋକସଭା ନିର୍ବାଚନ ଲଢ଼ିବେ।

author-image
Hemant Lenka
Shiv Sena

Shiv Sena

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଉଦ୍ଧବ ଠାକରେଙ୍କ ଶିବସେନା। ଏହି ୧୬ ଜଣିଆ ପ୍ରାର୍ଥୀ ତାଲିକାରେ ୨ ଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ଅନନ୍ତ ଗୀତେ ଓ ଅରବିନ୍ଦ ସାୱନ୍ତ ଯଥାକ୍ରମେ ଶିବସେନା(ୟୁବିଟି) ପାଇଁ ରାଇଗଡ଼ ଏବଂ ଦକ୍ଷିଣ ମୁମ୍ବାଇରୁ ଲୋକସଭା ନିର୍ବାଚନ ଲଢ଼ିବେ।

Advertisment

ଦଳ ଥାନେରୁ ରାଜନ ବିଚାରେ, ଉତ୍ତର-ପଶ୍ଚିମ ମୁମ୍ବାଇରୁ ଅମୋଲ କିରତିକର ଓ ମୁମ୍ବାଇ ନର୍ଥ-ଇଷ୍ଟରୁ ସଞ୍ଜୟ ପାଟିଲଙ୍କୁ ଟିକେଟ ଦେଇଛି। ଅରବିନ୍ଦ ସାୱନ୍ତ ଉକ୍ତ ଆସନରୁ ୨୦୧୯ରେ ଜିତିଥିଲେ। ସେହିପରି ମୁମ୍ବାଇ ନର୍ଥ-ୱେଷ୍ଟ ସିଟ୍‌ ପୂର୍ବରୁ ଅମୋଲଙ୍କ ବାପା ଗଜାନନଙ୍କ ଦଖଲରେ ଥିଲା। ଖିଚିଡି ଦୁର୍ନୀତିରେ ଅମୋଲ ସାମିଲ ଥିବା ଇଡି ଅଭିଯୋଗ କରିଥିଲେ ମଧ୍ୟ ଉଦ୍ଧବ ସେନା ପକ୍ଷରୁ ତାଙ୍କୁ ଟିକେଟ ଦିଆଯାଇଛି।

ୟବତମାଲରୁ ସଞ୍ଜୟ ଦେଶମୁଖ, ବୁଲଧାନାରୁ ନରେନ୍ଦ୍ର ଖେଡକର, ମାବାଲରୁ ସଂଯୋଗ ୱାଘେରେ, ସଙ୍ଗାଲିରୁ ଚନ୍ଦ୍ରହର ପାଟିଲ, ହିଙ୍ଗୋଲିରୁ ନାଗେଶ ପାଟିଲ, ସମ୍ବାଜୀନଗରରୁ ଚନ୍ଦ୍ରକାନ୍ତ ଖେରେ, ରତ୍ନଗିରିରୁ ବିନାୟକ ରାଉତ, ପରଭାନିରୁ ସଞ୍ଜୟ ଯାଦବ ଓ ଧରଶିବରୁ ଓମରାଜ ନିମ୍ବାଲକର ପ୍ରାର୍ଥୀ ହୋଇଛନ୍ତି।

Advertisment

ଉଦ୍ଧବ ଠାକେରଙ୍କ ନେତୃତ୍ୱାଧୀନ ଶିବସେନା ଏବେ ମହାବିକାଶ ଅଘାଡ଼ି(ଏମଭିଏ)ରେ ରହିଛି। ଏହି ମେଣ୍ଟରେ କଂଗ୍ରେସ ଓ ଏନସିପି(ଶରଦଚନ୍ଦ୍ର ପାୱର) ମଧ୍ୟ ରହିଛନ୍ତି। ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପ୍ରଥମ ପର୍ଯ୍ୟାୟରେ ୧୬ଟି ଆସନ ପାଇଁ ପ୍ରାର୍ଥୀ ଦେଇଛି।

ହେଲେ ମେଣ୍ଟରେ ଥିବା ଏନସିପି ଏଯାଏ କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ। କଂଗ୍ରେସ ମଧ୍ୟ ଏମିତି କିଛି ସ୍ଥାନରେ ପ୍ରାର୍ଥୀ ଘୋଷଣା କରିଛି, ଯେଉଁଠି ମେଣ୍ଟରେ ଥିବା ସହଯୋଗୀ ଦଳ କୌଣସି ପ୍ରକାରର ପ୍ରାର୍ଥୀ ଦେଇ ନାହାନ୍ତି।

ମହାରାଷ୍ଟ୍ରରେ ମୋଟ ଲୋକସଭା ଆସନ ସଂଖ୍ୟା ହେଉଛି ୪୮। ଏଠାରେ ଏପ୍ରିଲ ୧୯ରୁ ୫ଟି ପର୍ଯ୍ୟାୟରେ ଲୋକମାନେ ଏଠାରେ ସମସ୍ତ ୪୮ ଲୋକସଭା ଆସନ ପାଇଁ ଭୋଟ ଦେବେ।

Uddhav Thackeray Shiv Sena Lok Sabha Elections Lok Sabha Election 2024